ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଦେଶର ପିଏମ୍ କିଶାନ ଯୋଜନା ର ହୀତାଧିକାରି ମାନଙ୍କ ପାଇଁ ଆସିଲା ଏକ ବହୁତ ବଡ ଗୁରୁତ୍ୱ ପୂର୍ଣ୍ଣ ଖବର ବଦଳିଲା ପ୍ରଧାନମନ୍ତ୍ରୀ କିସାନ ସମ୍ମାନନିଧି ଯୋଜନାର ରୂପରେଖ। ଦଶମ କିସ୍ତିରେ ଏହି ଚାଷୀମାନେ ପାଇପାରିବେ ସମ୍ପୂର୍ଣ୍ଣ ଲାଭ। ପ୍ରଧାନମନ୍ତ୍ରୀ କିସାନ ସମ୍ମାନନିଧି ଯୋଜନାର ନବମ କିସ୍ତି ଟଙ୍କା କେନ୍ଦ୍ର ସରକାର ପ୍ରଥମ ରୁ ହୀତାଧିକାରି ମାନଙ୍କ ବ୍ୟଙ୍କ୍ ଏକାଉଣ୍ଟ କୁ ପଠେଇ ସାରିଛନ୍ତି ।
ବର୍ତମାନ ସମୟ ରେ ଦଶମ କିସ୍ତି ଟଙ୍କା ହୀତାଧିକାରି ମାନଙ୍କୁ ମିଳିବା ପାଇଁ ଯାଉଛି । କିନ୍ତୁ ଏହା ପୂର୍ବରୁ କେନ୍ଦ୍ର ସରକାର ଏକ ବଡ ଘୋଷଣା କରିଛନ୍ତି । ଯୋଜନା ର ଆରମ୍ଭ ରେ କେବଳ ସେହି ଚାଷୀ ଭାଈ ମାନେ ବିବେଚିତ ଥିଲେ ଯେଉଁ ମାନଙ୍କ ପାଖରେ 2 ହେକ୍ଟର ବା 5 ଏକର ଚାଷ ଉପଯୋଗୀ ଜମିଥିଲା ହେଲେ ଏବେ ସରକାର ଜମିର ସୀମା ଉଠେଇ ଦେଇଛନ୍ତି । ଏବେ ସମସ୍ତ ଚାଷୀ ମାନଙ୍କୁ ଏହି ଯୋଜନା ର ଅନ୍ତର୍ଭୁକ୍ତ କରାଜାଇଛି ।
ଏହି ପ୍ରଧାନମନ୍ତ୍ରୀ କିସାନ ସମ୍ମାନନିଧି ଯୋଜନା ର ଲାଭ ଉଠେଇବା ପାଇଁ ଚାହୁଁଥିବା ଚାଷୀ ପୂର୍ବରୁ ଯୋଡିତ ଥିବା ଚାଷୀ ମାନଙ୍କୁ ପୂର୍ବରୁ ନୂତନ ଭାବେ ପଞ୍ଜିକରଣ କରିବାକୁ ହେବ। । ସେମାନଙ୍କୁ ରାସନ କାର୍ଡ ସିଫ୍ଟ କରିବାକୁ ପୋର୍ଟାଲ ରେ ଆପଲୋର୍ଡ କରିବାକୁ ହେବ । ଜାଞ୍ଚ ପରେ ପରିବାର ର କୈଣସି ସଦସ୍ୟ ମାନଙ୍କୁ ଏହି ଯୋଜନା ର ଲାଭ ମିଳିବ ।
ଯଦି ଆପଣ ମଧ୍ୟ ଏହି ଦଶମ କିସ୍ତି ପାଇଁ ପଞ୍ଜୀକୃତ ହୋଇଛନ୍ତି, ତେବେ ଏହି କିସ୍ତିର ଟଙ୍କା ଆପଣଙ୍କ ଆକାଉଣ୍ଟକୁ ଆସିବ କି ନାହିଁ ସେ ବିଷୟରେ ତାଲିକାରେ ଆପଣଙ୍କର ନାମକୁ ଯାଞ୍ଚ କରନ୍ତୁ। ନିମ୍ନୋକ୍ତ ପଦକ୍ଷେପଗୁଡିକ ଅନୁସରଣ କରି ଆପଣ ତାଲିକାରେ ଆପଣଙ୍କର ନାମ ଯାଞ୍ଚ କରିପାରିବେ। ଆପଣଙ୍କୁ ପ୍ରଥମ ପିଏମ କିଷାନର ଅଫିସିଆଲ ୱେବସାଇଟ https://pmkisan.gov.inକୁ ଯିବାକୁ ପଡିବ। ଏଥିରେ ଆପଣ ହୋମପେଜରେ ଫାର୍ମର୍ସ କର୍ଣ୍ଣରର ବିକଳ୍ପ ପାଇବେ।
ଏହା ଉପରେ କ୍ଲିକ କରନ୍ତୁ, ଏହାର ଭିତରେ ଆପଣଙ୍କୁ ହିତାଧିକାରୀ ତାଲିକାରେ କ୍ଲିକ କରିବାକୁ ପଡିବ। ତଳେ ଥିବା ଡ୍ରପ ଡାଉନ ଉପରେ କ୍ଲିକ କରନ୍ତୁ। ବର୍ତ୍ତମାନ ଏଥିରେ ରାଜ୍ୟ, ଜିଲ୍ଲା, ଉପଜିଲ୍ଲା, ବ୍ଲକ ଏବଂ ଗ୍ରାମକୁ ଚୟନ କରନ୍ତୁ।
ଏହା ପରେ ଆପଣଙ୍କୁ Get Report ଉପରେ କ୍ଲିକ କରିବାକୁ ପଡିବ। ଏହାପରେ ହିତାଧିକାରୀମାନଙ୍କର ସମ୍ପୂର୍ଣ୍ଣ ତାଲିକାକୁ ଦେଖାଯିବ, ଯେଉଁଥିରେ ଆପଣ ଆପଣଙ୍କର ନିଜର ନାମକୁ ଯାଞ୍ଚ କରିପାରିବେ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।