ଆସନ୍ତା ବର୍ଷ ମାର୍ଚ୍ଚମାସ ଯାଏ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ର ସଂପ୍ରସାରଣ କୁ କେନ୍ଦ୍ର କେବିନେଟ ଅନୁମୋଦନ କରିଛି । ଗତ ବର୍ଷ କୋରନା ବିଷ୍ଫୋରଣ ଯୋଗୁଁ ହୋଇଥିବା ଆର୍ଥିକ ବ୍ୟାଘାତ କୁ ଦୃଷ୍ଟିରେ ରଖି ଜାତୀୟ ଖାଦ୍ୟ ଆଇନ ଦ୍ୱାରା ଅନ୍ତର୍ଭୁକ୍ତ ସମସ୍ତ ହିତାଧିକାରୀ ଙ୍କ ପାଇଁ ସରକାର ମାଗଣା ରାସନ ଘୋଷଣା କରିଥିଲେ ।
ତେବେ ଏହି ଯୋଜନା ନଭେମ୍ବର 30 ରେ ଶେଷ ହେବ ଏବଂ ଏହି ଯୋଜନା ଅନୁସାରେ 24 କୋଟି ହିତାଧିକାରୀ ଙ୍କୁ 5 କିଲୋଗ୍ରାମ ଖାଦ୍ୟଶସ୍ୟ ଯୋଗେଇଛନ୍ତି । ଏବଂ କେବିନେଟ ବୈଠକ ପରେ ସୂଚନା ପ୍ରସାରଣ ମନ୍ତ୍ରୀ ଅନରାଲ ସିହଂ ଠାକୁର ସୂଚନା ଦେଇ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା କୁ ମାର୍ଚ୍ଚ 2022 ପର୍ଯ୍ୟନ୍ତ ଅର୍ଥାତ 4 ମାସ ବୃଦ୍ଧି କରିଛନ୍ତି ।
ତେବେ ସେ କହିଛନ୍ତି ଏହିଥି ପାଇଁ ଅତିରିକ୍ତ 53344 କୋଟି ଟଙ୍କା ଆବଶ୍ୟକ ରହିଛି । ସେ ଏହାବି କହିଛନ୍ତି ଏହି ସଂପ୍ରସାରଣ ସହିତ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ର ମୋଟ ମୂଲ୍ୟ ପ୍ରାୟ 2.6 ଲକ୍ଷ କୋଟି ଟଙ୍କା ରେ ପହଁଚିବ ।
ତେବେ କୋଭିଡ ମହାମାରୀ ହେତୁ ସୃଷ୍ଟି ହୋଇଥିବା ସଂଙ୍କଟର ସମାଧାନ ଲାଗି ଏହି ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା କୁ ପ୍ରଥମେ 3 ମାସ ପାଇଁ ପ୍ରଦାନ ହୋଇଥିବା ବେଳେ ଏବେ ପୁଣି ଏହି କାର୍ଯ୍ୟ କର୍ମ କୁ ଆଉ 5 ମାସ ପାଇଁ ବୃଦ୍ଧି ହୋଇଥିଲା । ହେଲେ ଗତ କାଲିର କେବିନେଟ ବୈଠକ ରେ ପୁଣି ଥରେ 4 ମାସ ପାଇଁ ବୃଦ୍ଧି ହୋଇଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।