ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟରେ ବର୍ତମାନ ସମୟ ରେ ଷଷ୍ଟ ରୁ ସପ୍ତମ ଶ୍ରେଣୀ ଯାଏ ସ୍କୁଲ ଖୋଲିଜାଇଛି ସବୁ ଉଚ୍ଛ ଶିକ୍ଷାନୁଷ୍ଟାନ ବି ଖୋଲିଛି । ଏବେ ପାଠପଢା ଜୋରସୋର ରେ ଚାଲିଛି । ଏହି ଭଳି ପରିସ୍ଥିତି ରେ ପୁଣି ସ୍କୁଲ ଫେରିଛି କୋରନା । ଗୋଟିଏ ଦିନରେ ସୁନ୍ଦରଗଡ ଜିଲ୍ଲାରୁ 42 ଛାତ୍ରଛାତ୍ରୀ ପଜେଟିଭ୍ ଚିହ୍ନଟ ହେବାରୁ ରାଜ୍ୟରେ ପୁଣି ସୃଷ୍ଟି ହୋଇଛି ଆତଙ୍କ । ସ୍କୁଲରେ କୋରନା କଟକଣା ପାଳନ ନେଇ ଉଠିଛି ପ୍ରଶ୍ନ ।
ସେହିଥି ପାଇଁ ରାଜଧାନୀ ରେ ରହିଥିବା ସ୍କୁଲ ଗୁଡିକ ରେ କିପରି ନିୟମ ପାଳନ ହେଉଛି ପରଖିବାକୁ ଆମେ ମାନେ ସ୍କୁଲ ବୁଲିଥିଲୁ । ଏବେ କେଉଁଠାରେ ବି କଡାକଡି ନିୟମ ପାଳନ ହେଉନାହିଁ କେବଳ ଏତିକି ଦେଖିବା ପାଇଁ ମିଳିନଥିଲା । ପିଲା ମାନେ ମନଇଚ୍ଥା ସ୍କୁଲ ରୁ ବାହାରୁ ଥିଲେ , ଗପୁଥିଲେ , ମସ୍ତି କରୁଥିଲେ ତେବେ ମାସ୍କ ବ୍ୟବହାର କରିବା ଏବଂ ସାମାଜିକ ଦୂରତ୍ୱ ବନାଇ ରଖିବା କଥା ସମସ୍ତେ ଭୁଲିଜାଇଥିଲେ ।
ତେବେ ଏମିତି ବର୍ତମାନ ସମୟ ରେ ପ୍ରାୟତଃ ସବୁ ସ୍କୁଲ ମାନଙ୍କରେ ଏମିତି ପରିସ୍ଥିତି ଏବେ ଦେଖିବା ପାଇଁ ମିଳୁଛି । ଛାତ୍ରଛାତ୍ରୀ ଙ୍କ କଥା କହିବା ସ୍କୁଲ ଛୁଟି ହେବା ପରେ ସମସ୍ତେ ମେଳ ହୋଇ ସ୍କୁଲରୁ ବାହାରୁ ଥିବା ଦେଖିବା ପାଇଁ ମିଳିଛି । କେଉଁ ଭଳି ଭାବେ ପିଲା ମାନେ ସାମାଜିକ ଦୂରତ୍ୱ ବନେଇ ରଖିବେ ତାହା ବିଷୟ ରେ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନେ ଅନୁଧ୍ୟନ କରୁନଥିଲେ । କିଛି ଅଭିଭାବକ କହିଛନ୍ତି, ପିଲାମାନେ କରୋନା ନିୟମ ସମ୍ପର୍କରେ ସଚେତନ ନୁହନ୍ତି । ଏଥିପାଇଁ ଶିକ୍ଷକମାନେ କଡ଼ା ନଜର ଦେବା ଉଚିତ ।
ଖାଲି କ୍ଲାସ୍ରେ ସାମାଜିକ ଦୂରତା ରହିଲେ ହେବନି, ସ୍କୁଲ ଯିବାଠୁ ଘରକୁ ଫେରିବା ପର୍ଯ୍ୟନ୍ତ ପିଲାମାନେ ଯେମିତି ପ୍ରତିଟି ନିୟମ ମାନିବେ ତାହାକୁ ଗୁରୁତ୍ୱ ଦେବା ଦରକାର । ପ୍ରତି ସପ୍ତାହରେ ସ୍କୁଲରେ ପିଲାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ରେ ଯାଞ୍ଚ ହେବା ଦରକାର । ନହେଲେ ପିଲା ମାନଙ୍କ ପାଠ ପଢିବାକୁ ଭୟ ଲାଗୁଛି । ଅନ୍ୟ ପକ୍ଷ୍ୟ ରେ ସ୍କୁଲ କତୃପକ୍ଷ କୋରନା ଗାଇଡ ଲାଇନ କୁ ପାଳନ କରୁଛନ୍ତି ବୋଲି ସଫେଇ ଦେଉଛନ୍ତି ।
ପିଲା ମାନଙ୍କୁ ସାନିଟାଇଜର କରେଇବା , ସାମାଜିକ ଦୂରତ୍ୱ ବନେଇ ବସେଇବା ତଥା ଛୁଟି ହେବା ପରେ ପିଲା ମାନଙ୍କ ପ୍ରତି କଡା ନଜର ରଖୁଛନ୍ତି ବୋଲି ଶିକ୍ଷକ ମାନେ କହୁଛନ୍ତି । ହେଲେ ଏମିତି ହେଉନଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି ।
ତେବେ ଶିକ୍ଷାନୁଷ୍ଟାନ 2020 ବନ୍ଧ ରହିଥିବା ବେଳେ ମଝିରେ କିଛି ମାସ ଖୋଲିବା ପରେ ପୁଣି ଦ୍ୱତୀୟ ଲହରୀ ରେ ସବୁଆଡେ ତାଲା ଝୁଲିଲା ଧିରେ ଧିରେ ପୁଣି ଥରେ ଶିକ୍ଷା ବ୍ୟବସ୍ଥା ଟ୍ରାକ୍ ଫେରୁଥିବା ବେଳେ ଏବେ ପୁଣି ଥରେ କୋରନା ସଂଙ୍କ୍ରମଣ ଦେଖିବା ପାଇଁ ମିଳିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।