ପୁଣି ଆସୁଛି ଲଘୁଚାପ ପୁଣି ଓଡିଶାରେ ବଢିବ ଶୀତ ପ୍ରୋକପ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ଗତ କାଲି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଆସନ୍ତା 24 ଘଣ୍ଟାରେ ଲଘୁଚାପ ର ରୂପ ନେବ ଏବଂ ଏହି ମାସରେ ବଙ୍ଗୋପସାଗର ରେ ଏହା ଚତୁର୍ଥ ଲଘୁଚାପ ଅଟେ । 29 ଏବଂ 30 ତାରିଖ ରେ ଏହା ତାମିଲନାଡୁ ଛୁଇଁବ ଏହାର ପ୍ରଭାବ 29 ରୁ ଦକ୍ଷିଣ ଓଡିଶାରେ ଏବଂ ଉପକୂଳ ଓଡିଶା ର କିଛି ସ୍ଥାନରେ ପାଗ ମେଘୁଆ ରହିବ । ଏବଂ ଏହା ସହିତ ବର୍ଷାର ମଧ୍ୟ ସମ୍ଭାବନା ରହିଛି ।

Heavy rain

ପାଣିପାଗ ବିଶେଷଜ୍ଞ୍ୟ ସୁରେନ୍ଦ୍ର ନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି । ତେବେ ଓଡିଶା ଉପରେ ଏହାର ବିଶେଷ ଭାବେ ପ୍ରଭାବ ରହିବ ନାହିଁ ବୋଲି ସେ କହିଛନ୍ତି । 23 ତାରିଖ ରୁ ଆଭ୍ୟନ୍ତରଣିୟ ଓଡିଶାରେ ଶୀତ ବଢିବା ସହିତ ଉପକୂଳ ଓଡିଶାରେ 26 ରେ ଶୀତ ବଢିବ ଆଭ୍ୟନ୍ତରଣିୟ ଓଡିଶା ପଶ୍ଚିମ ଦକ୍ଷିଣ ଓଡିଶା ରେ 26 ତାରିଖ ରାତି ଯାଏ ସର୍ବନିମ୍ନ ତାପମାତ୍ରା 5 ରୁ 6 ଡୀଗ୍ରି କମିପାରେ ।

ଦକ୍ଷିଣ ଉପକୂଳ ଏବଂ ସଂଲଗ୍ନ ଜିଲ୍ଲାରେ 26 ରୁ 28 ତାରିଖ ମଧ୍ୟରେ ତାପମାତ୍ରା 6 ଡୀଗ୍ରି ସେଲିସିୟସ୍ କମିଯିବ । 28 ତାରିଖରେ ସାରା ରାଜ୍ୟରେ ଶୀତ ଅନୁଭୂତ ହେବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି । ଡିସେମ୍ବର ପ୍ରଥମ ସପ୍ତାହରେ ଥାଇଲାଣ୍ଡ ସାଗର ରେ ଲଘୁଚାପ ସୃଷ୍ଟି ହୋଇ ବଙ୍ଗୋପସାଗର କୁ ଆସିବାର ସମ୍ଭାବନା ରହିଛି । ଡେସେମ୍ବର ପ୍ରଥମ ସପ୍ତାହରେ ପାଗ ପରିବର୍ତନ ସମ୍ଭାବନା ରହିଛି ।

cold

ଡିସେମ୍ବର ପ୍ରଥମ ସପ୍ତାହରେ ପାଗ ପରିବର୍ତନ ର ସମ୍ଭାବନା ରହୁଛି । ତେଣୁ ନଭେମ୍ବର ମାସ ସୁଧା ଚାଷୀ ମାନଙ୍କୁ ଧାନ ଅମଳ କରିବାକୁ ସେ ପରାମର୍ଶ ଦେଇଛନ୍ତି । ରବିପସଲ କରିବାକୁ ଚାହୁଁଥିଲେ ଡିସେମ୍ବର 15 ସୁଧା ଚଳି ପ୍ରସ୍ତୁତି କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *