ବନ୍ଧୁଗଣ ଶନିବାର ଦିନ ଶନି ଦେବଙ୍କର ପୂଜା କରାଯାଏ । ପୁରାଣ ଅନୁସାରେ ଶନି ଦେବ ସୂର୍ଯ୍ୟ ବେବତା ଙ୍କର ପୁତ୍ର ଅଟନ୍ତି । ବ୍ରହ୍ମା ଙ୍କ ବର ପାଇଥିବା ଯୋଗୁ ଶନିଦେବ ତାଙ୍କ ପିତା ସୂର୍ଯ୍ୟଙ୍କ ଠାରୁ ବି ଅଧିକ ପ୍ରଭାବଶାଳୀ ଅଟନ୍ତି । ଯେଉଁ ବ୍ୟକ୍ତି ଉପରେ ଥରେ ଶନିଦେବ ଙ୍କର ଦୃଷ୍ଟି ପଡିଯାଏ ତାଙ୍କ କୋପରୁ ରକ୍ଷା ପାଇବା ସହଜ କଥା ନୁହେଁ । ମଣିଷ ବେଳେବେଳେ ଏମିତି କିଛି ଭୁଲ କରିଥାଏ ଯାହା ଦ୍ଵାରା ତାକୁ ତା ଜୀବନରେ ଶନି ଦେବଙ୍କର କୋପର ସାମ୍ନା କରିବାକୁ ପଡିଥାଏ ଯାହା ଫଳରେ ସେହି ବ୍ୟକ୍ତିର ଜୀବନ ରେ ବହୁତ ଦୁଖ କଷ୍ଟ ଆସିଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ କେଉଁ କାମ ଶନିବାର ଦିନ କଲେ ଭଗବାନ ଶନିଦେବ ଙ୍କର କୋପର ସାମ୍ନା କରିବାକୁ ପଡିବ ନାହିଁ । ତେବେ ସେହି ସବୁ କାମ ବିଷୟରେ ଜାଣିବା ପାଇଁ ଆମ ପୋଷ୍ଟ କୁ ଶେଷ ଯାଏ ନିଶ୍ଚୟ ଭାବେ ପଢନ୍ତୁ ।
ନମ୍ବର 1 – ତେବେ ଶନିବାର ଦିନ କେବେ ବି ଭୁଲରେ ବି ଲୁହା ଜାତୀୟ କୌଣସି ଜିନିଷ କିଣିବା ଠିକ ନୁହେଁ । କାରଣ ପ୍ରାଚୀନ କାଳରେ ରାଜା ବିକ୍ରମାଦିତ୍ୟ ଶନି ଦେବଙ୍କୁ ଏକ ଲୁହାର ଜିନିଷ ଦେଇଥିଲେ ସେଥି ପାଇଁ ଶନି ଦେବ କ୍ରୋଧିତ ହୋଇ ତାଙ୍କ ଉପରେ ନିଜର ବକ୍ରଦୃଷ୍ଟି ପକାଇଥିଲେ ସେହି ଦିନ ଠାରୁ ଶନିବାର ଦିନ କୌଣସି ଲୁହା ଜିନିଷ ନ କିଣିବାର ନିୟମ ରହିଛି କିନ୍ତୁ, ଆପଣ ଯଦି ଶନିବାର ଦିନ କୌଣସି ଲୁହା ଜିନିଷ ଦାନ କରିବେ ତାହାଲେ ଶନି ଦେବଙ୍କର କୃପା ଦୃଷ୍ଟି ଆପଣଙ୍କ ଉପରେ ରହିବ ।
ନମ୍ବର 2 – ଭୁଲରେ ବି ଶନିବାର ଦିନ କୌଣସି ଚମଡା ଜିନିଷ ଯେମିତିକି ବେଲ୍ଟ, ପର୍ସ, ଜୋତା ଆଦି କିଣିବା ଉଚିତ୍ ନୁହେଁ । କାରଣ ଏହି ସବୁ ଜିନିଷ ଶନିବାର ଦିନ କିଣିବା ଦ୍ଵାରା ମଣିଷ ଜୀବନରେ ଅନେକ ସମସ୍ୟା ହେବ ସହ କର୍ମ କ୍ଷେତ୍ରରେ ସଫଳତା ମଧ୍ୟ ମିଳି ନଥାଏ ।
ନମ୍ବର 3 – ଶନିବାର ଦିନ କୌଣସି ତେଲ ଆଣିବା ଉଚିତ୍ ନୁହେଂ । କାରଣ ଶନିବାର ଦିନ ଯଦି ଆପଣ ତେଲ କିଣୁଛନ୍ତି ଏହା ଦ୍ୱାରା ଘରେ ନକାରତ୍ମକତା ବଢିଥାଏ ଘରେ ଅଶୁଭ ଘଟଣା ଘଟିବାକୁ ଲାଗିଥାଏ , ସେଥିପାଇଁ ଶନିବାର ଦିନ ତେଲ କିଣିବା ଠାରୁ ଦୂରେଇ ରୁହନ୍ତୁ ।
ନମ୍ବର 4 – ଶନିବାର ଦିନ କାହାଠାରୁ ବି ଉଧାର ନିଅନ୍ତୁ ନାହିଁ ଶନିବାର ଦିନ କାହାକୁ ବି କରଜ ଦିଅନ୍ତୁ ନାହିଁ କାହାକୁ ଯଦି ଆପଣ ଉଧାର ବା କରଜ ଦେଉଛନ୍ତି ତ ଲମ୍ବା ସମୟ ଧରି ଆପଣଙ୍କୁ ଏହା ରିଟନ ମିଳିପାରିବ ନାହିଁ ଏବଂ ଯଦି ନେଉଛନ୍ତି ତ ସୁଝି ପାରିବେ ନାହିଁ ।
ନମ୍ବର 5 – ଶନିବାର ଦିନ ଲୁଣ ନକିଣିବା ଉଚିତ୍ । କାରଣ ମାନ୍ୟତା ଅଛିକି ଶନିବାର ଦିନ ଲୁଣ କିଣିବା ଦ୍ୱାରା ଶନିଦେବ ରୁଷ୍ଟ ହୋଇଯାନ୍ତି ଏବଂ କରଜର ବୁଝ ବଢିଜାଇ ଥାଏ ଏବଂ କେତେ ବିମାରି ବି ଆପଣଙ୍କୁ ସମସ୍ୟାରେ ପକଇ ଥାଏ ସେଥିପାଇଁ ଶନିବାର ଦିନ କେବେବି ଲୁଣ କିଣନ୍ତୁ ନାହିଁ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।