ବନ୍ଧୁଗଣ ଆଗକୁ ଆସିବାକୁ ଯାଉଛି ମହା ପଞ୍ଚୁକଯାହା ନଭେମ୍ବର 15 ରୁ ଆରମ୍ଭ ହୋଇ ନଭେମ୍ବର 19 ତାରିଖ ପର୍ଯ୍ୟନ୍ତ ରହିବ । କାର୍ତ୍ତିକ ମାସ ଶୁକ୍ଲପକ୍ଷ ଏକାଦଶି ଠାରୁ ପୁରୁଷ ସ୍ତ୍ରୀ ଯୁବକ ଏବଂ ଯୁବତୀ ସମସ୍ତେ ଦୃଢବର୍ତ ଭାବେ ବ୍ରତହ ସ୍ନାନ ପାଞ୍ଚ ଦିନ ବ୍ୟାପି ପଞ୍ଚୁକ ପାଳନ କରନ୍ତି, ପିତାମହ ଭିଷ୍ମ ବାଶୁଦେବଙ୍କ ଠାରୁ ପ୍ରତିବର୍ଷ କାର୍ତ୍ତିକ ମାସର ଶେଷ ପାଞ୍ଚ ଦିନ ବ୍ରତ ରଖି ପଞ୍ଚୁକ ପାଳନ କରିବାର କହିଥିଲେ ସେହି ଅନୁସାରେ ବ୍ରତର ନାମ କରଣ ଭିଷ୍ମ ବୋଲି ହୋଇଅଛି । ତେବେ ବନ୍ଧୁଗଣ ଯଦି ଆପଣ ନିଜର ସବୁ ମନସ୍କାମନା ପୁରଣ କରିବାକୁ ଚାହୁଁଥିଲେ ଏହି ପଞ୍ଚୁକ ପାଞ୍ଚ ଦିନରେ କରନ୍ତୁ କେବଳ ପାଞ୍ଚଟି କାମ ଘରେ କେବେବି ଧନର ଅବାବ ରହିବ ନାହିଁ ମାତା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଘରେ ସର୍ବଦା ସୁଖ ସମୃଦ୍ଧି ବନି ରହିବ।
ତେବେ ପ୍ରଥମ ଉପାୟ କାର୍ତ୍ତିକ ମାସ ପଞ୍ଚୁକ ରେ ପ୍ରଭୁ ରାଧା କୃଷ୍ଣ ଙ୍କର ପୂଜା ଅର୍ଚ୍ଚନା କରନ୍ତୁ ପୂଜା କରିଲା ବେଳେ ରାଧା କୃଷ୍ଣଙ୍କୁ ତୁଳସୀ କାଠରେ ଚନ୍ଦନ ଘରାଇ ଲଗାନ୍ତୁ ଏହା କରିବା ଦ୍ୱାରା ପ୍ରଭୁ ରାଧା କୃଷ୍ଣ ଆପଣଙ୍କ ଉପରେ ପଶ୍ରନ୍ନ ହୋଇଥାନ୍ତି ।
ଦିତୀୟ ରେ ବନ୍ଧୁଗଣ ମହା ପଞ୍ଚୁକ ପାଞ୍ଚ ଦିନ ଆପଣ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସକାଳୁ ଭୂର ଭୂର ଉଠି ନିଜର ଘର ସଫା କରି ନିଅନ୍ତୁ ଏହା ପରେ ଘରେ ବାହାରେ ଚାରିପାଖେ ବାଡି ବଗିଚା ମନ୍ଦୀର ବା କିଛି ସ୍ଥାନ ଆପଣଙ୍କ ଘର ପାଖେରେ ଥିବା ତାକୁ ଝାଡୁରେ ଅଳେଇ ସବୁ ସଫା କରିନେବେ ସବୁଆଡେ ଝାଡୁରେ ଅଳେଇ ପରିସ୍କାର ରଖିବା ଦ୍ୱାରା ଭଗବାନ ବିଷ୍ଣୁ ଏବଂ ମା ଲକ୍ଷ୍ମୀ ଖୁସି ହୋଇ ତାଙ୍କର କୃପା ଦୃଷ୍ଟି ଆପଣଙ୍କ ଉପରେ ପକାଇ ଥାନ୍ତି କାହିକି ନା ମା ଲକ୍ଷ୍ମୀ ସବୁବେଳେ ପରିସ୍କାର ବା ସ୍ୱଚ୍ଛ ସ୍ଥାନରେ ରହିବାକୁ ପସନ୍ଦ କରନ୍ତି ।
ତୃତୀୟରେ ଆପଣ ଏହି ପଞ୍ଚୁକରେ ସୂର୍ଯ୍ୟ ଉଦୟ ହେବା ପର୍ବରୁ ପ୍ରାତହ ସ୍ନାନ କରି ଚଉରା ପୂଜା ବା ତୁଳସୀ ପୂଜା କରନ୍ତୁ ପୂଜା କରି ସାରିବା ପରେ ଆପଣ ଚଉରା ପାଖରେ ବା ରାଧା କୃଷ୍ଣଙ୍କ ପାଖରେ ମୁରୁଜର କିଛି ରଙ୍ଗଲି ବନାନ୍ତୁ ଏବଂ ସେହି ମୁରୁଜରେ ପଞ୍ଚୁକ ବୋଲି ଲେଖନ୍ତୁ ଏବଂ ଏହାକୁ ପଞ୍ଚୁକ ପାଞ୍ଚ ଦିନ ପ୍ରତି ଦିନ ସକାଳୁ ପୂଜା ସାରିବା ପରେ କରନ୍ତୁ ଏହା କରିବା ଦ୍ୱାରା ଆପଣଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।
ଚତୃର୍ଥରେ କାର୍ତ୍ତିକ ମାସ ପାଞ୍ଚୁକ ପାଞ୍ଚ ଦିନରେ ଭଗବାନ ଶ୍ରୀ ଜଗନ୍ନାଥ ପାଖରେ ନୀଳ ଅପେରାଜିତା ଫୁଲ ନେଇ ଅର୍ପଣ କରନ୍ତୁ ଏହା କରିବା ଦ୍ୱାରା ଶ୍ରୀ ଜଗନ୍ନାଥ ଙ୍କର ମହିମା ଆଶ୍ରୀବାଦ ଆପଣଙ୍କୁ ପ୍ରାପ୍ତ ହେବ ।
ପଞ୍ଚମରେ ପାଞ୍ଚୁକ ପାଞ୍ଚ ଦିନରେ ଶେଷ ଦିନ ଡଙ୍ଗା ଭସା ଦିନ ହୋଇଥାଏ ଏହି ଦିନ ଛଟରୁ ବଡ଼ ଯାଏ ସମସ୍ତେ ଡଙ୍ଗା କିଣି ତାକୁ ପୂଜା କରି ନଇ କିମ୍ବା ପୋଖରୀରେ ଭସାଇ ଥାନ୍ତି ବନ୍ଧୁଗଣ ଆପଣ ଯଦି ଏହି ଦିନ କଦଳୀ ପଟୁଆରେ ଡଙ୍ଗା କରି ଭସାଇବେ ତେବେ ଆପଣଙ୍କର ସବୁ ଇଚ୍ଛା ଏବଂ ସବୁ ମନସ୍କାମନା ବହୁତ ଜଲ୍ଦି ପୁରଣ ହୋଇଥାଏ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।