ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବଙ୍ଗୋପସାଗର ରେ ସୃଷ୍ଟି ଲଘୁଚାପ ଯୋଗୁଁ ତାମିଲନାଡୁ ରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଓଡିଶା ରେ ପାଗ କୋହଲା ରହିଛି । ଏବଂ କେତେକ ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ମଧ୍ୟ ହେଉଛି । ଭାରତୀୟ ପାଣପାଗ ବିଭାଗ ର ରିପୋର୍ଟ ଅନୁସାରେ 17 ତାରିଖ ଠାରୁ ବଙ୍ଗୋପସାଗର ରେ ଆଉ ଏକ ଳଘୁଚାପ ସୃଷ୍ଟି ହେବା ପାଇଁ ଯାଉଛି ।
ଏହାକୁ ଦୃଷ୍ଟି ରେ ରଖି ରାଜ୍ୟ ସ୍ୱତନ୍ତ୍ର ରିିଲିଫ୍ କମିଶନର ଙ୍କ ପକ୍ଷ୍ୟ ରୁ ତତ୍ପରତା ପ୍ରକାଶ ହୋଇଛି । SRC ଙ୍କ ପକ୍ଷ୍ୟ ରୁ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକରେ ଜିଲ୍ଲାପାଳ ମାନଙ୍କୁ ପତ୍ର ଲେଖି ସତର୍କ ରହିବାକୁ ସୂଚନା ଦିଆଜାଇଛି । ଲଗାଣ ବର୍ଷା ସଂମ୍ପର୍କ ରେ ଲୋକ ମାନଙ୍କୁ ସତର୍କ କରିବା ସହିତ ସ୍ଥିତି ଉପରେ ନଜର ରଖି ଆବଶ୍ୟକ ସ୍ଥଳେ ପଦକ୍ଷେପ ନେବାକୁ SRC କହିଛନ୍ତି ।
ଆଗାମୀ 24 ଘଣ୍ଟା ମଧ୍ୟରେ ରାଜ୍ୟ ରେ 5 ରୁ ଉର୍ଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ରୁ ସୂଚନା ଦିଆଜାଇଛି । ଏହି ଜିଲ୍ଲା ଗୁଡିକ ମଧ୍ୟ ରେ ଗଞାମ୍ , ଗଜପତି , କନ୍ଧମାଳ , ରାୟଗଡା , ପୁରୀ, ନୟାଗଡ , ଖୋର୍ଦ୍ଧା , ଝାଡସୁଗୁଡା , ଓ କେନ୍ଦ୍ରାପଡା ରହିଛି । ଏହି ଜିଲ୍ଲା ଗୁଡିକୁ ପ୍ରବଳ ବର୍ଷା ସମ୍ଭାବନା ରହିଥିବାରୁ ୟୋଲ ୱାର୍ଣ୍ଣିଂ ଜାରି ହୋଇଛି ।
ସେହି ପରି ନଭେମ୍ବର 17 ରୁ 18 ତାରିଖ ମଧ୍ୟରେ ଗଞାମ୍ , ଗଜପତି , ରାୟଗଡା , ଏବଂ କନ୍ଧମାଳ ଜିଲ୍ଲା କୁ ପ୍ରବଳ ବର୍ଷା ହେବ ବୋଲି ସୂଚନା ଦିଆଜାଇଛି । ଏହି ସବୁ ଜିଲ୍ଲା କୁ କି ସତର୍କ କରାଜାଇଥିବା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ରୁ ସୂଚନା ଦିଆଜାଇଛି । ତେବେ ଆପଣ ମାନଙ୍କ ଜିଲ୍ଲା ଏହା ମଧ୍ୟରୁ କେଉଁଠି କମେଣ୍ଟ ରେ ଜଣେଇ ଦେବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।