ଭାଟ କମିଲା, ଦର କମିଲା । ରାଜ୍ୟ ସରକାର ଭାଟ୍ କମାଇବା ପରେ ପେଟ୍ରୋଲ ଏବଂ ଡିଜେଲ ଦର କମିଛି । କାରଣ କେନ୍ଦ୍ର ସରକାର ଏକ୍ସାଇଜ ଡ୍ୟୁଟି କମାଇବା ପରେ ରାଜ୍ୟ ସରକାର ଭାଟ୍ କମାଇଛନ୍ତି । ଏ ନେଇ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପୂର୍ବରୁ ପେଟ୍ରୋଲ ଉପରେ ରାଜ୍ୟ ସରକାର ୩୨ ପ୍ରତିଶତ ଭାଟ ନେଉଥିବା ବେଳେ ଏବେ ଏହାକୁ ୨୮ ପ୍ରତିଶତକୁ ହ୍ରାସ କରିଛନ୍ତି । ଫଳରେ ପେଟ୍ରୋଲ ଲିଟର ପିଛା ୩ ଟଂକା ୧୦ ପଇସା କମିଛି । ଏହି ଅଫର ଦିପାବଳି ବେଳେ ସରକାର ଦେଇଥିଲେ
ତେବେ ପୁଣି ନବୀନ ଦେଲେ ଖୁସି ଖବର । ଆହୁରି ଶସ୍ତା ହେବ ପେଟ୍ରୋଲ ଓ ଡିଜେଲ୍ । କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଏକ୍ସାଇଜ ଡ୍ୟୁଟି ହ୍ରାସ୍ କରିବା ଉପରେ ଯୋଜନା କରୁଥିବା ବେଳେ , ରାଜ୍ୟ ସରକାର ମଧ୍ୟ ଲୋକଙ୍କ ହିତ ଦୃଷ୍ଟିରୁ ଭାଟ୍ ହ୍ରାସ କରିବା କଥା ମଧ୍ୟ ଚିନ୍ତା କରୁଛନ୍ତି । ଫଳରେ ପୁଣି ଉଭୟ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇ ପାରେ ବୋଲି ଚିନ୍ତାବିତ ମାନେ ପ୍ରକାଶ କରିଛନ୍ତି ।
ତେବେ ଆଗକୁ ପଞ୍ଚାୟତ ନୀର୍ବାଚନ ଓ ବିଭିନ୍ନ ରାଜ୍ୟରେ ନୀର୍ବାଚନ ଆରମ୍ଭ ହେଉଥିବାରୁ ଏହି ଦର ଆହୁରି ଖସି ପାରେ ବୋଲି ଅନୁମାନ କରା ଜାଉଅଛି । ତେବେ ଭିତିରି ସୁଚନା ଅନୁସାରେ ପୁଣି ଡିସେମ୍ୱର ମାସରେ ପୁଣି ତେଲ ଦର କମାଇ ପାରନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ।
ଯାହାର ଫଳ ସ୍ୱରୂପ ଆଜି ସମଗ୍ର ରାଜ୍ୟରେ ତେଲଦର କମିବ । ଭୁବନେଶ୍ୱରରେ ଗତକାଲି ପେଟ୍ରୋଲ ଲିଟର ପିଛା ୧୦୧ ଟଙ୍କା ୭୮ ପଇସାକୁ ଖସିଛି । । ସେହିଭଳି ଲିଟର ପିଛା ୯୪ ଟଙ୍କା ୫୧ ପଇସାରେ ବିକ୍ରି ହେଉଥିବା ଡିଜେଲ ଦର ୯୧ ଟଙ୍କା ୬୨ ପଇସାକୁ ଖସିଛି ।
ପୂର୍ବରୁ ପେଟ୍ରୋଲ ଲିଟର ୧୧୧ ଟଙ୍କା ୦୩ ପଇସା ଥିଲା । ଡିଜେଲ ଦର ଲିଟର ପିଛା ୧୦୭ ଟଙ୍କା ୩୮ ପଇସା ଥିଲା । ଏକ୍ସାଇଜ ଡ୍ୟୁଟି ହ୍ରାସ ପରେ ପେଟ୍ରୋଲ ଦର ୬ ଟଙ୍କା ୧୫ ପଇସା ଓ ଡିଜେଲ ଲିଟର ପିଛା ୧୨ ଟଙ୍କା ୮୭ ପଇସା କମିଥିଲା । ବର୍ତ୍ତମାନ ପୁଣି ରାଜ୍ୟ ସରକାରଙ୍କ ପଦକ୍ଷେପ ଫଳରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି ।
ତେବେ ଦେଖିବା ବାକି ରହିଲା ଅହୁରି କେତେ କମିବ ଡିଜେଲ ଓ ପେଟ୍ରୋଲ ଦର । କେବେ ଗ୍ରାହକଙ୍କୁ ମିଳିବ ଏ ନେଇ ଆଶ୍ୱସ୍ତି । ତେବେ ସବୁତକ ଖବର ସବୁଠୁ ପ୍ରଥମେ ପଢିବା ପାଇଁ ଏବେ ହିଁ ଗୋଟିଏ ଲାଇକ କରିବା ସହ ସେୟାର ମଧ୍ୟ କରି ଦି୍ନ୍ତୁ ।