ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଭାରତ ଯୋଜନା ସମ୍ପୂର୍ଣ୍ଣ ତଥ୍ୟ – କିପରି ଲାଭ ପାଇବେ ଓ କିପରି ଆବେଦନ କରିବେ ଜାଣିରଖନ୍ତୁ ।

pm

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ବା ଆୟୁସମାନ ଭାରତ ଯୋଜନା ରେ ଯଦି ଆପଣ ଙ୍କର ଏହି ଲିଷ୍ଟରେ ନାମ ଅଛି ତେବେ ଆପଣମାନେ ପ୍ରତିବର୍ଷ 5 ଲକ୍ଷ ଟଙ୍କା ପାଇପାରିବେ । ମେଡ଼ିକାଲ ଚିକିତ୍ସା ପାଇଁ ପ୍ରଧାନମନ୍ତ୍ରୀ ଆୟୁସମାନ ଭାରତ ଯୋଜନା ରେ ଆପଣଙ୍କ ନାମ ଅଛିକି ନାହିଁ ଆପଣ ଅନଲାଇନ ମାଧ୍ୟମରେ ଦେଖିପାରିବେ। ଯଦି ଆପଣ ଏହା ଜାଣି ନାହାନ୍ତି ତେବେ ଏହାକୁ କିପରି ଚେକ କରିବେ ଏବଂ ଯଦି ଆପଣ ଙ୍କର ଏହି ଲିଷ୍ଟରେ ନାମ ଅଛି ତେବେ ଆପଣ କିପରି ଆୟୁସମାନ ଭାରତ କାର୍ଡ ବନାଇ ପାରିବେ ଆମେ ଏହି ପୋଷ୍ଟ ରେ ଜାଣିବା। ଏଥିପାଇଁ ଏହି ପୋଷ୍ଟ କୁ ପ୍ରଥମରୁ ଶେଷ ଯାଏ ନିଶ୍ଚୟ ପଢନ୍ତୁ।

modi

ତେବେ ବନ୍ଧୁଗଣ ପ୍ରଧାନମନ୍ତ୍ରୀ ଆୟୁସମାନ ଭାରତ ଯୋଜନାରେ ଯେଉଁ ମାନଙ୍କ ନାମ ଆସିଛି ସେମାନଙ୍କୁ 2021 ଜନଗଣନାରେ ଯେଉଁମାନେ ଗରିବ ଶ୍ରେଣୀରେ ଲୋକ ଅଛନ୍ତି ସେମାନଙ୍କୁ ଏହି ଲିଷ୍ଟରେ ଆଡ଼ କରାଯାଇଛି। ତେବେ ଆସନ୍ତୁ ଜାଣିନେବା ଆପଣ କିପରି ନିଜ ଅନଲାଇନ ମାଧ୍ୟମରେ ଦେଖିପାରିବେ ଆୟୁସମାନ ଭାରତ ଯୋଜନାରେ ଆପଣଙ୍କ ନାମ ଅଛିକି ନାହିଁ

ଏଥିପାଇଁ ଆପଣଙ୍କୁ ନିଜ ମୋବାଇଲରେ ଗୁଗୁଲ କ୍ରମ ଖୋଲି ସେଥିରେ ସର୍ଚ୍ଚ କରନ୍ତୁ P M j a y । ଏହାପରେ ଆପଣ ପ୍ରଥମ ଲିଙ୍କରେ କ୍ଲିକ କରନ୍ତୁ, ଏହାପରେ ଆପଣଙ୍କୁ ଲଗ ଇନ କରିବା ପାଇଁ ଏକ ସ୍ଥାନରେ AM I Eligible ଲେଖା ଥିବ ସେଥିରେ କ୍ଲିକ କରନ୍ତୁ, ଏହାପରେ ନିଜ ମୋବାଇଲ ନମ୍ବର ଦେଇ ସେଥିରେ ଯାହା ଓଟିପି ଆସିବ ତାହା ଆପଣ ଭରନ୍ତୁ, ଏହାପରେ ଆପଣ ରାଜ୍ୟରେ ଓଡିଶା ସିଲେକ୍ଟ କରନ୍ତୁ । ଏବଂ ନିଜ ନାମ କିମ୍ବା ମୋବାଇଲ ନମ୍ବର ଦେଇ ସର୍ଚ୍ଚ କରିପାରିବେ ଆପଣଙ୍କ ଲିଷ୍ଟରେ ନାମ ଅଛି କି ନାହିଁ ।

modi

ତେବେ ଆପଣ ନିଜ ନାମ ଦେଇ ଦେଖନ୍ତୁ ଏଥିରେ ଆପଣ ଙ୍କର ପୁରା ନାମ ଦେବେ ନାହିଁ । ଯଦି ଏହାପରେ କିଛି ଆସେ ନାହିଁ, ତେବେ ଆପଣ ନିଜ ବାପାଙ୍କ ନାମ ଦେଇ ସର୍ଚ୍ଚ କରନ୍ତୁ । ଏହାପରେ ଯଦି ଆପଣଙ୍କ ବାପାଙ୍କ ନାମ ଦେବାପରେ ଯଦି କୌଣସି ରେଜଲ୍ଟ ଆସେ ତେବେ ଆପଣ ନିଜ ଫ୍ୟାମିଲି ର ନାମ ଚେକ କରି ଦେଖିପାରିବେ ଅଛି କି ନାହିଁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *