ସ୍କୁଲ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ । ଏହି ତାରିଖରୁ ଆରମ୍ଭ ହୋଇପାରେ କ୍ଲାସ

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟ ରେ ଷଷ୍ଟ ଶ୍ରେଣୀ ଏବଂ ସପ୍ତମ ଶ୍ରେଣୀ ଖୋଲିବା ନେଇ ସରକାର ଙ୍କ କିଛି ବଡ ଘୋଷଣା ଜାରି ହୋଇଛି । ଜାହାକି ଆସନ୍ତା 15 ତାରିଖ ରୁ ଖୋଲିବ ଷଷ୍ଟ ଏବଂ ସପ୍ତମ ଶ୍ରେଣୀ କ୍ଲାସ୍ କୋରନା କଟକଣା ମଧ୍ୟରେ ଆସନ୍ତା 15 ତାରିଖ ଠାରୁ ଷଷ୍ଟ ଏବଂ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କ ପାଇଁ କ୍ଲାସ୍ ରୁମ୍ ପାଠପଢା ଆରମ୍ଭ ହେବ ।

ଗଣଶିକ୍ଷା ବିଭାଗ ସହିତ ST ଏବଂ RC ଉନ୍ନୟନ ବିଭାଗ SSEPD ବିଭାଗ ରାଜ୍ୟ ର ସମସ୍ତ ସରକାରୀ ଅନୁଦାନ ପ୍ରାପ୍ତ , ତଥା ବେସରକାରୀ ଏବଂ ଘୋରଇ ବିଦ୍ୟାଳୟ ରେ ଏହି ନିୟମ ଲାଗୁ ହେବ । ପ୍ରାୟ 19 ମାସ ପରେ ଉକ୍ତ ଦୁଇ ଶ୍ରେଣୀ ଖୋଲିବାକୁ ଯାଉଥିବାରୁ କୋରନା ନିୟମ କୁ କଡାକଡି ପାଳନ କରିବାକୁ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷ୍ୟ ରୁ ନିର୍ଦ୍ଧେଶ ଦିଆଜାଇଛି ।

school open

ବିଭାଗ ପକ୍ଷ୍ୟ ରୁ କୁହାଜାଇଛି କି ଷଷ୍ଟ ଏବଂ ସପ୍ତମ ଶ୍ରେଣୀ ପିଲାଙ୍କ ପାଠ ପଢା ପୂର୍ବାହ୍ନ 9.30 ରୁ ଅପରାହ୍ନ 1.00 ଯାଏ ଚାଲିବ । ଏହି ସମୟ ମଧ୍ୟରେ ପାଠପଢା ହେବ ରବିବାର ଏବଂ ଅନ୍ୟାନ୍ନ ଛୁଟି ଦିନରେ ପାଠପଢା ବନ୍ଧ ରହିବ । ଗତ ଅକ୍ଟୋବର 1 ତାରିଖ ରେ ଜାରି କରାଜାଇଥିବା SOP କୁ କଡାକଡି ଭାବେ ପାଳନ କରିବାକୁ କୁହାଜାଇଛି ।

ଅଭିଭାବକ ଙ୍କ ପରାମର୍ଶ ନେଇ ଛାତ୍ରଛାତ୍ରୀ ମାନେ ଅନଲାଇନ ଏବଂ ଅଫଲାଇନ ରେ ପାଠ ପଢିବେ । ଅଫଲାଇନ ରେ ଛାତ୍ରଛାତ୍ରୀ ଙ୍କ ଉପସ୍ଥାନ ବାଧ୍ୟତା ମୂଳକ ନୁହେଁ । ଏଥି ସହିତ ସ୍କୁଲ ହଷ୍ଟେଲ ମାନଙ୍କୁ ବି ଆସନ୍ତା 15 ତାରିଖ ରୁ ଖୋଲାଯିବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *