ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଣି ହ୍ରାସ ପାଇଲା ତୈଲ ଦର ଦୀପାବଳି ରେ ରାଜ୍ୟବାସୀ ଙ୍କୁ ଭେଟୀ ଦେଇଛନ୍ତି ମୂଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ। ଜାହା ସମସ୍ତ ଙ୍କ ପାଇଁ ବଡ ଖୁସୀର ଖବର ଅଟେ । ତେବେ ଆସନ୍ତୁ ନଜର ପକେଇବା ସଂମ୍ପର୍ଣ୍ଣ ଅପଡେଟ କଣ ରହିଛି । କେନ୍ଦ୍ରସରକାର ଗତକାଲି ପେଟ୍ରୋଲ ଏବଂ ଡିଜେଲ ଉପରୁ ଉତ୍ପାଦକ ଶୁଳ୍କ ହ୍ରାସ କରି ସମସ୍ତ ରାଜ୍ୟ ନିଜ ନିଜ ସ୍ଥର ଉପରେ ଇନ୍ଧନ ଉପରେ ନେଉଥିବା ମୂଲ୍ୟଯୁକ୍ତ କର ବା ଭାଟ୍ କୁ ହ୍ରାସ କରିବାକୁ ପରାମର୍ଶ ଦିଆଜାଇଛି ।
ଠିକ୍ ଏହାର ଦିନକ ପରେ ମୂଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଭାଟ କମେଇବା ନେଇ ଘୋଷଣା କରିଛନ୍ତି । ପେଟ୍ରୋଲ ଏବଂ ଡିଜେଲ ଉପରୁ 3 ଟଙ୍କା ଭାଟ ଛାଡ ଦେଇଛନ୍ତି ବୋଲି ସେ ଘୋଷଣା କରିଛନ୍ତି । ଏହା 5 ତାରିଖ ମଧ୍ୟରାତ୍ରୀ ରୁ ଲାଗୁ ହୋଇଛି । ନବିନ ପଟ୍ଟନାୟକ କହିଛନ୍ତି କି ବର୍ଦ୍ଧିତ ଇନ୍ଧନ ମୂଲ୍ୟରୁ ଜନତା ଙ୍କୁ ଆଶ୍ୱସ୍ଥି ଦେବା ଲାଗି ସରକାର ଏହି ନିତି ଆପଣେଇଛନ୍ତି ।
ଏଥିଯୋଗୁଁ ରାଜ୍ୟ ରାଜକୋଷ କୁ 14 ଶହ କୋଟି କ୍ଷେତି ବର୍ଷକୁ ଶହିବାକୁ ପଡିବ । ଏହା ସହିତ ଭାରତ ସରକାର ଙ୍କ ଦ୍ୱାରା ଉତ୍ପାଦକ ଶୁଳ୍କ ହ୍ରାସକୁ ଦୃଷ୍ଟିରେ ରଖି ରାଜ୍ୟରେ ଭାଟ ସଂଙ୍ଗ୍ରହ ପେଟ୍ରୋଲ ଉପରେ ଲିଟର ପିଛା ଅତିରିକ୍ତ 1.60 ପଇସା ଓ ଡିଜେଲ ଉପରେ ଲିଟର ପିଛା ଅତିରିକ୍ତ 2.80 ପଇସା କ୍ଷେତି ସହିବାକୁ ପଡିବ ।
ଦେଶରେ ହୁ ହୁ ହୋଇ ବଢି ଚାଲିଥିଲା ପେଟ୍ରୋଲ ଓ ଡିଜେଲ୍ ଦର । ତୈଳ ଦର ବଢୁଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍ ମଧ୍ୟ ସେହି ଅନୁସାରେ ବଢି ଚାଲିଥିଲା ରାଜ୍ୟ ଏବଂ କେନ୍ଦ୍ର ର ଏହି ନିସ୍ପତି ଯୋଗୁଁ ସାରା ଭାରତ ରେ ପେଟ୍ରୋଲ କମି ସର୍ବନିମ୍ନ ହେବାର ସମ୍ଭାବନା ରହିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।