ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାଡି ଆସୁଛି ଆଉ ଏକ ଲଘୁଚାପ ଆସନ୍ତା 9 ତାରିଖ ସୁଧା ଆଉ ଏକ ଲଘୁଚାପ ସମ୍ବାବନା ରହିଛି । ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହି ବିଷୟ ରେ ସୂଚନା ଦେଇଛି ଭୁବନେଶ୍ୱର ସ୍ଥିତ ପାଣିପାଗ ବିଭାଗ ।ସୂଚନାଯୋଗ୍ୟ କି ଅକ୍ଟୋବର 29 ରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ଶ୍ରୀଲଙ୍କା ଉପକୂଳ ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା ।
ତେବେ ଲଘୁଚାପ ସହିତ ସମାନ୍ତରଳ ଭାବେ ଏକ ଘୂର୍ଣ୍ଣିବଳୟ ବି ସୃଷ୍ଟି ହୋଇଥିଲା । ଏହାର ପ୍ରଭାବ ରେ 2 ତାରିଖ ଯାଏ ରାଜ୍ୟରେ ପାଗ ପରିବର୍ତନ ହୋଇଥିଲା । ହେଲେ ଏପଟେ ଆସନ୍ତା 9 ତାରିଖ ରୁ ଆଉ ଏକ ଲଘୁଚାପ କ୍ଷେତ୍ର ର ସମ୍ଭାବନା ରହିଛି । ତେବେ କଣ ରହିଛି ସଂମ୍ଫର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା । ଗତ 24 ଘଣ୍ଟାରେ ଓଡିଶାରେ ପାଗ ମୂଖ୍ୟତଃ ସୁଖିଲା ରହିଛି । କେଉଁଝର ଜିଲ୍ଲାରେ ଆଜି ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି ।
ସେହିପରି ଭୁବନେଶ୍ୱର ରେ ରାତି ତାପମାତ୍ରା 21.6 ଡୀଗ୍ରି ରହିଥିବା ବେଳେ କଟକ ରେ 21 ଡୀଗ୍ରି ରହିଛି ତାପମାତ୍ରା । ଆଗାମୀ 5 ଦିନ ଯାଏ ରାଜ୍ୟରେ ପାଗ ମୂଖ୍ୟତଃ ସୁଖିଲା ରହିବ ବୋଲି କହିଛନ୍ତି ପାଣିପାଗ ବିଶଷଜ୍ଞ୍ୟ ଉମାଶଙ୍କର ଦାସ୍ ହେଲେ ଏହି ମଧ୍ୟରେ କୋରାପୁଟ, ମାଲକାନାଗିରି, ଏବଂ ଦକ୍ଷିଣ ଓଡିଶାର କିଛି ସ୍ଥାନରେ ଆଶିଂକ ମେଘୁଆ ପାଗ ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।
ଦକ୍ଷିଣ ଓଡିଶାର ଉପକୂଳ ବର୍ତ୍ତି ଜିଲ୍ଲା ଅଞ୍ଚଳରେ ସକାଳ ସମୟ ରେ ପାଗ ହାଲ୍କା କୁହୁଡି ହେବାର ସମ୍ଭାବନା ରହିଛି । ଏବଂ ଆଗାମୀ 2 ଦିନ ମଧ୍ୟରେ ରାତି ତାପମାତ୍ରା ରେ ବିଶେଷ ପରିବର୍ତନ ହେବାର ସମ୍ଭାବନା ରହିଛି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।