୩୦ ଦିନରେ ଚର୍ବି ଗାୟବ – ଥରେ ଏହି ଉପାୟ କରିକି ଦେଖନ୍ତୁ |

ସାଙ୍ଗମାନେ ଆମ ଶରୀରରେ ସବୁଠୁ ଅଧିକ ଫ୍ୟାଟ ଅଣ୍ଟା ଓ ପେଟରେ ହିଁ ଜମିଥାଏ । ପେଟର ଚର୍ବି କାରଣରୁ ଶରୀରର କାର୍ଯ୍ୟ ସବୁ ଧିମା ହୋଇଯାଏ । ସାଙ୍ଗମାନେ ଆଜି ମୁଁ ଆପଣ ମାନଙ୍କୁ କହିବି ଯେ କିପରି ନିଜ ପେଟର ଚର୍ବିକୁ ବ୍ୟାୟାମ ଓ ଖାଦ୍ୟ ପେୟର ସନ୍ତୁଳନ ଦ୍ବାରା ମାତ୍ର ୩୦ ଦିନରେ କମାଇ ପାରିବେ । ତେବେ ଏହି ବିଷୟରେ ଅଧିକ ଜାଣିବା ପାଇଁ ଆପଣ ମାନେ ଏହି ଆର୍ଟିକିଲଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

ଆପଣ ପ୍ରଥମରୁ ଏକରୁ ତିନି ଦିନ ନିଜ ଶରୀରର ଫ୍ଲେକ୍ସିବିଲିଟି ବଢ଼ାନ୍ତୁ । ଏହାପରେ ୩ ରୁ ୬ ଦିନ ପର୍ଯ୍ୟନ୍ତ ଆପଣଙ୍କ ଶରୀରର ଷ୍ଟାମିନା ବଢାନ୍ତୁ । ଏହାପରେ ୬ ରୁ ୯ ଦିନ ପର୍ଯ୍ୟନ୍ତ ସ୍ପିନ ବାଇକ ଟ୍ରେଡ ମିଲ ୱାକ କରନ୍ତୁ । ଏହାପରେ ୯ ରୁ ୧୨ ଦିନ ପର୍ଯ୍ୟନ୍ତ ଲୋୟର ପେଲଭିକ ରିଜିଅନର ବ୍ୟାୟାମ କରନ୍ତୁ । ଏହାପରେ ୧୨ ରୁ ୩୦ ଦିନ ପର୍ଯ୍ୟନ୍ତ ଅଣ୍ଟା ଓ ପେଟର ପୁରା ବ୍ୟାୟାମ କରନ୍ତୁ ।

Exercise

ଆପଣ ପେଟ କମେଇବା ପାଇଁ ସିଙ୍ଗଲ ଲେଗ ଷ୍ଟ୍ରେଚ ବ୍ୟାୟାମ କରନ୍ତୁ ।  ଆପଣ ଡବଲ ଲେଗ ଷ୍ଟ୍ରେଚ ମଧ୍ୟ କରିପାରିବେ।ଆପଣ ଆପଣଙ୍କ ହାତ ଦ୍ବାରା ଦୁଇ ଗୋଡ଼କୁ ଚାପି ରଖନ୍ତୁ । ଗୋଡ଼କୁ ସିଧା କରନ୍ତୁ । ତେବେ ଏହି ଉପାୟକୁ ଦଶରୁ ବାର ଥର କରନ୍ତୁ । ଏହାପରେ ଆପଣ କରିବେ କଇଁଚୀ ଚଳାଇବା । ଏହାପରେ ଆପଣ କରିପାରିବେ ଲେଗ ଡ୍ରପ ।

ଏଥିରେ ଆପଣ ଆପଣଙ୍କ ଗୋଡ଼ ଦୁଇଟାକୁ ୧୦ ସେକେଣ୍ଡ ପର୍ଯ୍ୟନ୍ତ ଉପରକୁ ଉଠାଇ ରଖିବେ । ଏହାପରେ ଆପଣ କରିବେ ସାଇକେଲ କ୍ରଞ୍ଚ । ଆପଣ ଏଥିରେ ଛାତି ପଟିଆ ସୋଇଯିବେ ଓ ହାତକୁ ମୁଣ୍ଡ ପଛ ପଟେ ରଖି ସାଇକେଲ ଚଳେଇବା ଭଳି ଗୋଡ଼ ଦୁଇଟିକୁ ଚଳଲେଇବେ । ଏହି ପ୍ରକ୍ରିୟାକୁ ୧୦ ରୁ ୧୨ ଥର ଦୋହରାନ୍ତୁ ।ଏହାପରେ ପ୍ଲାଙ୍କ ବ୍ୟାୟାମ କରିବା ଦ୍ୱାରା ଶରୀରର ମସଲସ ମଜବୁତ ହୋଇଥାଏ ।

ଆପଣ ଆପଣଙ୍କ ଖାଇବାରେ ଶୁଗର ମାତ୍ରାକୁ କମ କରିଦିଅନ୍ତୁ । ଏଥିରେ ଫ୍ରୁକ୍ଟୋଜ ରହିଥାଏ ଯାହା ପେଟର ଚର୍ବି ବଢ଼ାଇଥାଏ। କୋଲ୍ଡ ଡ୍ରିଙ୍କ ଆଦିର ସେବନ ଦ୍ବାରା ମୋଟାପଣର ମାତ୍ରା ୬୦ ପ୍ରତିଶତ ବଢିଯାଏ । ଆପଣ ଖାଦ୍ୟରେ ପ୍ରୋଟିନର ମାତ୍ରା ବଢାଇ ଦିଅନ୍ତୁ।ଖାଦ୍ୟରେ କାର୍ବୋହାଇଡ୍ରେଟର ମାତ୍ରା କମେଇ ଦିଅନ୍ତୁ ।

Obesity

ଆପଣ ମଇଦା,ପାସ୍ତା ଆଦି ଜିନିଷ ଅଧିକ ଖାଇବା ଦ୍ଵାରା ତାହା ଆପଣଙ୍କ ପେଟର ଚର୍ବି ବଢ଼ାଇବାରେ ସହାୟକ ହୁଏ।ଆପଣ ଆପଣଙ୍କ ଖାଦ୍ୟରେ ସବୁଜ ପନିପରିବା ଗୁଡ଼ିକୁ ନିଶ୍ଚୟ ସାମିଲ କରନ୍ତୁ । ଆପଣ ସ୍ୱାସ୍ଥ୍ୟବାନ ବ୍ରେକଫାଷ୍ଟ ନିଶ୍ଚୟ କରନ୍ତୁ । ଆପଣ କେବେ ବି ବ୍ରେକଫାଷ୍ଟ ମିସ କରନ୍ତୁ ନାହିଁ । ଏଥିରେ ଆପଣ ଓଟ ଦାଲିଆ ଓ ହାଇ ପ୍ରୋଟିନ ଥିବା ଜିନିଷ ଅଧିକ ଖାଆନ୍ତୁ । ଏହା ଆପଣଙ୍କ ଶରୀରକୁ ସନ୍ତୁଳିତ ରଖିବାରେ ସହାୟକ ହେବ । ଫାଇବର ଥିବା ଖାଦ୍ୟ ଅଧିକ ପରିମାଣରେ ଖାଆନ୍ତୁ ।

Leave a Reply

Your email address will not be published. Required fields are marked *