ଧନତେରସ ଦିନ ଘରକୁ କେଉଁ ଜିନିଷ ଆଣିଲେ ଶୁଭ ଏବଂ କେଉଁ ଜିନିଷ ଆଣିଲେ ଅଶୁଭ

Dhanteras

ବନ୍ଧୁଗଣ ଏହି ବର୍ଷ ନଭେମ୍ଭର 3 ତାରିଖ ରେ ପଡ଼ିବାକୁ ଯାଉଛି ପବିତ୍ର ଧନତେରସ ପର୍ବ । ଏହି ଧନତେରସ ଦିନ ଘରକୁ କେଉଁ ଜିନିଷ ଆଣିଲେ ଅତ୍ୟନ୍ତ ଶୁଭ ହୋଇଥାଏ। ତେବେ ଆମେ ଏମିତି କିଛି ଜିନିଷ ବଷୟରେ କହିବାକୁ ଯାଉଛୁ ଯାହାକୁ ଏହି ଦିନ କିଣିଲେ ଆପଣଙ୍କ ଘରକୁ ସୁଖ ସମୃଦ୍ଧି ଆଣିବା ସହିତ ମା ଲକ୍ଷ୍ମୀଙ୍କ କୃପା ସର୍ବଦା ଆପଣଙ୍କ ଗୃହରେ ରହିବ । ଯଦି ଆପଣ ବି ଧନ ଜନିତ କୌଣସି ସମସ୍ୟାର ସମୂଖିନ ହେଉଛନ୍ତି ଏବଂ ଏଥିରୁ ମୁକ୍ତି ପାଇବାକୁ ଚାହୁଛନ୍ତି ତେବେ ଏହି ବର୍ଷ ଧନତେରସ ଦିନ ଆପଣ ଏହି ସବୁ ଜିନିଷ ନିଜ ଘରକୁ ନେଇ ଆସନ୍ତୁ ଦେଖିବେ ଆପଣଙ୍କ ଘରେ କେବେବି ଧନ ସମନ୍ଧିତ କୌଣସି ସମସ୍ୟା ଦେଖା ଦେବ ନାହିଁ ।

ତେବେ ଆସନ୍ତୁ ଜାଣିବା ଧନତେରସ ଦିନ କେଉଁ ସବୁ ଜିନିଷ କିଣିଲେ ଅଏତ୍ୟନ୍ତ ଶୁଭ ହୋଇଥାଏ । ନମ୍ବର 1 – କୁହାଯାଏ କି ଯେତେବେଳେ ଭଗବାନ ଧନନ୍ତରି ପ୍ରକଟ ହୋଇଥିଲେ ସେତେବେଳେ ସେ ଏକ ପାତ୍ରରେ ଅମୃତ ନେଇ ଆସିଥିଲେ ତେଣୁ ଧନତେରସ ଦିନ ପିତଳ ପାତ୍ର କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ ।

Brass bowl

ନମ୍ବର 2- ଲୁଣ ଅନେକ ଲୋକ ଧନତେରସ ଦିନ ସୁନା ରୂପା ପିତଳ ଆଦି ଅନେକ ଜିନିଷ ଘରକୁ ଆଣିଥାନ୍ତି କିନ୍ତୁ ଏହା ବଦଳରେ ଯଦି ଆପଣ ଗୋଟିଏ ଲୁଣ ପାଗେଟ୍ ଧନତେରସ ଦିନ ଘରକୁ ଆଣିବେ ତାହାଲେ ଆପଣଙ୍କର ଧନର ବୃଦ୍ଧି ହେବ କାରଣ ଲୁଣ ଆପଣଙ୍କୁ ସାମାନ୍ୟ ଲାଗୁଥିବ କିନ୍ତୁ ଲୁଣର ସମନ୍ଧ ମା ଲକ୍ଷ୍ମୀଙ୍କ ସହିତ ରହିଥାଏ ।

ନମ୍ବର 3- ହଳଦୀ ଆପଣ ଯଦି ଧନତେରସ ଦିନ ଖଣ୍ଡେ ହଳଦୀ ଘରକୁ ଆଣିବେ ଆପଣଙ୍କ ବହୁତ ଶୁଭ ହୋଇଥାଏ ଆପଣଙ୍କ ଭାଗ୍ୟରେ ପରିବର୍ତ୍ତନ ହୋଇଥାଏ । ନମ୍ବର 4- ଧନତେରସ ଦିନ ଧନିଆର ମଞ୍ଜି କ୍ରୟ କରି ତାକୁ ଦୀପାବଳି ଦିନ ରୂପଣ କଲେ ଧନହାନୀ ହୋଇ ନଥାଏ ।

Turmeric

ନମ୍ବର 5- ଶ୍ରୀ ଯନ୍ତ୍ର ଏବଂ କୁବେର ଯନ୍ତ୍ର ଯଦି ଆପଣ ଧନତେରସ ଦିନ ଶ୍ରୀ ଯନ୍ତ୍ର ଏବଂ କୁବେର ଯନ୍ତ୍ର ଘରକୁ ଆଣି ନିଜର ଧନ ଖିବା ସ୍ଥାନରେ ରଖିବେ ତେବେ ଆପଣଙ୍କ ଧନରେ ବୃଦ୍ଧି ହୋଇଥାଏ ଏବଂ ଆପଣଙ୍କ ଘରକୁ ମାତା ଲକ୍ଷ୍ମୀ ଙ୍କର ଆଗମନ ହୋଇଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *