ସୌନ୍ଦର୍ଯ୍ୟ ଓ ଶରୀର ପରସ୍ପରର ପରିପୁରକ। ଉତ୍ତମ ସୌନ୍ଦର୍ଯ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ ଏକାନ୍ତ ଆବଶ୍ୟକ। ସେଥିପାଇଁ ଅନେକ ପ୍ରକାରର ପଦ୍ଧତି ଅବଲମ୍ବନ କରିବାକୁ ପଡିଥାଏ। ଶୀତ ଦିନେ ଚର୍ମରେ ବହୁତ ସମସ୍ୟା ଦେଖା ଦେଇଥାଏ। ତ୍ୱଚା ଖରାପ ହେଇଯିବା, ବିଭିନ୍ନ ଚାର୍ମ ଜନିତ ରୋଗ ସୃଷ୍ଟି ହେବ ଆଦି ସମସ୍ୟା ଦେଖାଦେଇଥାଏ।
ଏହାର ପ୍ରତିକାରରେ ଆମେ ଶରୀରରେ ବଡି ଲୋସନ ବ୍ୟବହାର କରିଥାଉ। ବିଭିନ୍ନ ପ୍ରକାରର କ୍ରିମ ମଧ୍ୟ ଲଗାଇଥାଉ। ମାତ୍ର ଏଥିପାଇଁ କିଛି ଅଧିକ ଯତ୍ନ ଆବଶ୍ୟକ। ଶୀତ ଦିନେ ଗାଧୋଇବା ବେଶି ଥଣ୍ଡା ବା ବେଶି ଗରମ ପାଣି ବ୍ୟବହାର କରନ୍ତୁ ନାହିଁ। ସାଧାରଣ ପାଣି ବ୍ୟବହାର କରନ୍ତୁ। ଶରୀରରେ ସବୁ ଦିନ ସାବୁନ ଲଗାନ୍ତୁ ନାହିଁ। ଏହା ଦ୍ୱାରା ଚର୍ମରେ ଶୁଷ୍କତା ବଢିଥାଏ।
ଗଧୋଇ ସାରି ଆସିବା ପରେ ଶରୀରରେ ବଡି ଲୋସନ ଲଗାନ୍ତୁ। ଶରୀରର ତ୍ୱଚାକୁ ଜଳୀୟ ଅଂଶ ଯୋଗାଉଥିବା କ୍ରିମ ଲଗାନ୍ତୁ। ତାହା ଶରୀରରୁ ଜଳ କ୍ଷୟ ହେବାରୁ ରକ୍ଷା କରିବା। ଶରୀରରୁ ଜଳୀୟ ଅଂଶ କ୍ଷୟ ନହେଲେ ଶରୀରରେ ଶୁଷ୍କତା ଦେଖାଯିବ ନାହିଁ। ଶରୀର କୁ ବେଳେ ବେଳେ ମସାଜ କରିବା ମଧ୍ୟ ଜରୁରୀ ହୋଇଥାଏ। ଗାଧୋଇବା ପରେ ସଂଗେ ସଂଗେ କ୍ରିମ କିମ୍ବା ଲୋସନ ଲଗାଇବା ଦ୍ୱାରା, ଶରୀରର ଚର୍ମ ସତେଜ ରୁହେ।
ଆମେ ବାହାରକୁ ଗଲେ,ଚର୍ମରେ ସୂର୍ଯ୍ୟ କିରଣ ପଡିଥାଏ। ଏଥିରୁ ଆସୁଥିବା ୟୁଭି ରେ ଚର୍ମ କୋଷ କୁ ନଷ୍ଟ କରିଥାଏ। ଚର୍ମରୁ ଜଳୀୟ ଅଂଶ କମିଯାଏ ଏବଂ ତାହା ଶୁଷ୍କ ଦେଖାଯାଏ। ତେଣୁ ବାହାରକୁ ଯିବା ପୂର୍ବରୁ ଶରୀରକୁ ପୋଷାକ ଦ୍ୱାରା ସମ୍ପୂର୍ଣ୍ଣ ଘୋଡାଇବା ଉଚିତ , ଯେପରିକ ସୂର୍ଯ୍ୟଙ୍କ କିରଣ ଶରୀରର ଚର୍ମକୁ ସ୍ପର୍ଶ କରିପାରିବ ନାହିଁ।
ଗାଧୋଇ ଆସିବା ପରେ ଶରୀରକୁ ଗୋଟେ ସଫା କପଡାରେ ଧୀରେ ଧୀରେ ପୋଛିବା ଉଚିତ। ଜୋରରେ ପୋଛିବା ଦ୍ୱାରା ଚର୍ମ କୋଷ ନଷ୍ଟ ହୋଇଥାଏ। ଚର୍ମ ଲାଲ ପଡ଼ି ଯନ୍ତ୍ରଣା ମଧ୍ୟ ଦେଇଥାଏ। ଶୀତ ଦିନ ଓ ଖରାଦିନ, ଉଭୟ ଋତୁ ପାଇଁ ଅଲଗା ଅଲଗା ଚର୍ମ ପ୍ରତିକାର ରହିଛି। ଉଭୟ ଋତୁରେ ସମାନ ଉପଚାର କରାଯାଇ ପାରେ ନାହିଁ। ଏହା ଶରୀର ପାଇଁ ଠିକ ନୁହେଁ।