ଚାଉଳକୁ ପୋକ ଲାଗିବାରୁ ବଞ୍ଚେଇବେ କିପରି |

ଓଡ଼ିଆ ଜାତିର ମୁଖ୍ୟ ଖାଦ୍ୟ ଭାତ। ସେଥିପାଇଁ ଆମେ ଘରେ ଘରେ ଅତ୍ୟଧିକ ମାତ୍ରାରେ ଚାଉଳ ରଖିଥାଉ। ଦୈନନ୍ଦିନ ଜୀବନରେ ନିଜ ଖାଦ୍ୟ ହିସାବରେ ବ୍ୟବହାର କରିବା ପରେ ଅବଶିଷ୍ଟ ଚାଉଳରେ ପୋକ ଲାଗିବା ଭଳି ସମସ୍ୟା ଦେଖା ଦେଇଥାଏ। ପ୍ରତ୍ୟେକ ଘରର ଏପରି ସମସ୍ୟା ଯୋଗୁଁ ଖାଦ୍ୟଭାବ ଭଳି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥାଏ। ତେବେ ଆସନ୍ତୁ ଜାଣିବା କିପରି ଆପଣମାନେ ଚାଉଳ କୁ ପୋକ ଲାଗିବାରୁ ବଞ୍ଚେଇ ପାରିବେ।

୧. ପ୍ରଥମ ଉପାୟ ହେଉଛି ଚାଉଳକୁ ଯେଉଁ ବଡ ପାତ୍ରରେ ରଖୁଛନ୍ତି, ତାକୁ ସଫା ଓ ସ୍ୱଚ୍ଛ ରଖିବେ। ପତ୍ରଟି ବାୟୁ ଶୂନ୍ୟ ହେବା ଦରକାର। ଏକ ମୋଟ କାଗଜକୁ ପାତ୍ରରେ ପ୍ରଥମେ ରଖିବେ। ତା ଉପରେ ଚଉଳକୁ ପୁରେଇବେ। ୫ ରୁ ୬ ଟି ଲବଙ୍ଗ ସେଥିରେ ପକେଇ ଚାଉଳ ସହ ଘାଣ୍ଟିଦେବେ। ଚାଉଳର ପରିମାଣ ଅନୁସାରେ ଲବଙ୍ଗର ମାତ୍ରା ମଧ୍ୟ ବଢ଼େଇ ପାରିବେ। ଏହା କରିବା ଦ୍ୱାରା ଚାଉଳରେ ପୋକ ଲାଗିବେନି।

rice

୨. ଦ୍ୱିତୀୟ ଉପାୟ ହେଉଛି ଅନ୍ୟ ଏକ ଉପାୟ ହେଉଛି ଯେ ଆପଣ ଚାଉଳ ସହ ଶୁଖିଲା ଲଙ୍କା ମିଶାଇ ଦିଆନ୍ତୁ। ଏହା ଦ୍ୱାରା ପୋକ ଆଉ ଲାଗିପରିବେ ନାହିଁ। କିନ୍ତୁ ,ସାବଧାନ ଯେ ପୂର୍ବରୁ ସେଥିରେ ପୋକ ନ ଲାଗିଥିବା ଦରକାର। ଯଦି ଆଗରୁ ପୋକ ଲାଗିଥିବେ,ତାହେଲେ ଶୁଖିଲା ଲଙ୍କା ପକାଇବା ଦ୍ୱାରା କୌଣସି ବି ଫଳପ୍ରଦ ହେବ ନାହିଁ। ତେଣୁ ଆପଣ ପୋକ ନ ଲାଗିଥିବା ଚାଉଳରେ ଶୁଖିଲା ଲଙ୍କା ମିଶାଇ ରଖିଲେ ,ତାହା ସବୁ ଦିନ ପାଇଁ ସୁରକ୍ଷିତ ରହିବ।

୩. ତୃତୀୟ ଉପାୟ ହେଉଛି ସମ୍ପୂର୍ଣ୍ଣ ପ୍ରାକୃତିକ ଓ ସରଳ ଉପୟ। ଏଥିପାଇଁ ପ୍ରଥମେ କିଛି ସତେଜ ଓ ସ୍ୱଚ୍ଛ ଲିମ୍ବ ପତ୍ର ଆଣିବାକୁ ହେବ। ଏହାକୁ ଭଲସେ ପାଣିରେ ଧୋଇ ଖରାରେ ସୁଖେଇ ଦେବା ଦରକାର। ଭଲସେ ଶୁଖିଗଲା ପରେ ତାକୁ ଚଉଳ ଥିବା ପାତ୍ରରେ ଚାଉଳ ସହ ମିଶାଇ ଦେବା। ଲିମ୍ବ ପତ୍ରରେ ଯେପରି ପାଣି ଲାଗିନଥିବ ,ସେଥିପ୍ରତି ଦୃଷ୍ଟି ରଖିବା ଦରକାର। ଏହା ଦ୍ୱାରା ଚଉଳ ବହୁତ ଦିନ ପର୍ଯ୍ୟନ୍ତ ସୁରକ୍ଷିତ ରହିବ ଏବଂ ଲିମ୍ବ ପତ୍ର ରହିବା ଦ୍ୱାରା କୌଣସି କ୍ଷତି ମଧ୍ୟ ନାହିଁ।

rice.

୪. ଚତୁର୍ଥ ଉପାୟ ହେଉଛି ଅତି ସରଳ ଓ ସହଜ ଉପାୟ। ଏଥିପାଇଁ ଆମକୁ କିଛି ମାତ୍ରାରେ ସୋରିଷ ତେଲ ର ଆବଶ୍ୟକ ପଡିବ,ଯାହାକି ପ୍ରତ୍ୟେକଙ୍କ ଘରେ ଉପଲବ୍ଧ। ପ୍ରଥମେ ସୋରିଷ ତେଲକୁ ହାତ ପାପୁଲିରେ ନେଇ ତାହାକୁ ଚାଉଳ ସହ ଘଷିବା ଦରକାର। ଏମିତି କରିବା ଦ୍ୱାରା ସମ୍ପୂର୍ଣ୍ଣ ଚାଉଳ ରେ ସୋରିଷ ତେଲ ଲାଗିଯିବ। ଯାହାଦ୍ୱାରା ୧ ରୁ ୨ ବର୍ଷ ପର୍ଯ୍ୟନ୍ତ କୌଣସି ଅସୁବିଧା ହେବନି କି ପୋକ ମଧ୍ୟ ଲାଗିବେ ନାହିଁ।

ଏହି ୪ ଟି ଉପାୟ ବ୍ୟବହାର କରିବା ଦ୍ୱାରା ଆପଣ ଚାଉଳକୁ ପୋକ ମାନଙ୍କ କବଳରୁ ରକ୍ଷା କରି ପାରିବେ। ଅତି ସରଳ ଓ ସୁନ୍ଦର ଭାବରେ ପ୍ରତ୍ୟେକ ଓଡ଼ିଆ ଏହାକୁ ଆପଣେଇବା ଜରୁରୀ।

Leave a Reply

Your email address will not be published. Required fields are marked *