ଭୃସଙ୍ଗ ପତ୍ରର ଏହି ଔଷଧୀୟ ଗୁଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ,ଡାକ୍ତର ମାନେ ମଧ୍ୟ ଆଶ୍ଚର୍ଯ୍ୟ

ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲ ରେ ସ୍ୱାଗତ। ବନ୍ଧୁଗଣ, ଭୃସଙ୍ଗ ପତ୍ରର ବ୍ୟବହାର ରୋଷେଇ ଘରେ ଅଧିକ ହୁଏ ଆପଣ ତ ନିହାତି ଜାଣିଥିବେ। ଭୃସଙ୍ଗ ପତ୍ରର ବାସ୍ନା ଖାଦ୍ୟ ର ସ୍ୱାଦ ଏବଂ ବାସ୍ନା ବଢ଼ାଇଥାଏ। ଏହାକୁ ଉପମା ସମ୍ବର ଆଦି ଅନେକ ତରକାରୀ ରେ ବ୍ୟବହାର କରାଯାଇଥାଏ। କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏଥିରେ ବହୁତ ପରିମାଣର ଔଷଧୀୟ ଗୁଣ ରହିଛି।

୧) କିଡିନି କୁ ସଫା ଏବଂ ସୁସ୍ଥ ରଖିଥାଏ ଭୃସଙ୍ଗ ପତ୍ରର ରସ। ପ୍ରତିଦିନ ସକାଳେ ଏକ ଚାମଚ ଭୃସଙ୍ଗ ପତ୍ର ରସ ପିଇବା ଦ୍ୱାରା ଲିଭର ଏବଂ କିଡିନି ପାଇଁ ଏହା ଉପକାରୀ ହୋଇଥାଏ।
୨) କୋଲେଷ୍ଟ୍ରୋଲ କୁ କଣ୍ଟ୍ରୋଲ ରେ ରଖିବା ପାଇଁ ଭୃସଙ୍ଗ ରସ ବହୁତ ଭଲ କାର୍ଯ୍ୟ କରିଥାଏ। ଏହାକୁ ଉଷୁମ ପାଣି ରେ ପିଇବା ଦ୍ୱାରା ହୃଦୟ ସୁସ୍ଥ ରହେ। ଏହାକୁ ଶୁଖାଇ ଚାହା କରି ମଧ୍ୟ ଆପଣ ଏହାର ସେବନ କରି ପାରିବେ।

Beetle leaves

୩) ଅଧିକାଂଶ ଘରେ ଭୃସଙ୍ଗ ପତ୍ର ନିତିଦିନିଆ ଖାଦ୍ୟରେ ବ୍ୟବହାର କରାଯାଉଥିବା ଦେଖାଯାଇଥାଏ । ଏହାଦ୍ୱାରା ଶରୀରର ଅନେକ ସମସ୍ୟାର ସମାଧାନ ହୋଇଥାଏ ବୋଲି ନ ଜାଣି ଥିଲେ ବି ଅନେକ ଏହାର ଲାଭ ଉଠାଇ ଥାଆନ୍ତି ।

୪) ଡାଇବେଟିସ୍ ବା ମଧୁମେହ ରୋଗୀ ଖାଦ୍ୟରେ ଭୃସଙ୍ଗ ପତ୍ର ବ୍ୟବହାର କଲେ ବ୍ଲଡ ସୁଗାର ନିୟନ୍ତ୍ରଣରେ ରହିଥାଏ ।

୫) କଫ ହୋଇଥିଲେ, କଫ ଶୁଖିଯାଇଥିଲେ ବା ଜମାଟ ବାନ୍ଧିଥିଲେ ଭୃସଙ୍ଗ ପତ୍ରକୁ ବାଟି ବା ଏହାର ପାଉଡରକୁ ମହୁ ସହ ଖାଇଲେ ଲାଭ ମିଳିଥାଏ ।

୬) ଆଇରନ୍ ଓ ଫଲିକ୍ ଏସିଡ୍‌ର ଗନ୍ତା ଘର ହେଉଛି ଭୃସଙ୍ଗ ପତ୍ର । ନିୟମିତ ଏହାକୁ ଖାଇଲେ ଏନିମିଆ ଭଳି ସମସ୍ୟା ଦୂର ହୋଇଥାଏ ।

leaves

୭) ଯେ କୌଣସି ଚର୍ମ ସମସ୍ୟା ପାଇଁ ଭୃସଙ୍ଗ ପତ୍ରକୁ ବ୍ୟବହାର କରାଯାଇପାରେ ।

୮) ଘନ, କଳା ଓ ମଜଭୁତ କେଶ ପାଇଁ ଭୃସଙ୍ଗ ପତ୍ରକୁ ନଡିଆ ତେଲରେ ଫୁଟାଇ ଏହାକୁ ଥଣ୍ଡା କରି ଲଗାଇବା ଦ୍ୱାରା ଲାଭ ମିଳିଥାଏ ।

୯) ହଜମ ଶକ୍ତି ବୃଦ୍ଧି କରିବା ପାଇଁ ଭୃସଙ୍ଗ ପତ୍ରକୁ ଦହି ସହ ଖାଇଲେ ଲାଭ ମିଳିଥାଏ ।

୧୦) ଏହା ର ସ୍ୱାଦ କଡା ପିତା ହୋଇଥିବାରୁ ଏଥିରେ ଚିନି ଅଧା ଚାମଚ ମିଶାଇ ରସ କୁ ପିଲାଙ୍କୁ ଦେଲେ କୃମି ରୋଗ ସମସ୍ୟା ଭଲ ହୋଇଥାଏ।

ବନ୍ଧୁଗଣ ଆମେ ଆପଣଙ୍କ ପାଇଁ ଏହିଭଳି ସୂଚନା ପ୍ରତିଦିନ ନେଇ ଆସିଥାଉ,ଏହାକୁ ସେୟାର୍ କରିବା ସହ ଅଧିକ ପୋଷ୍ଟ ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚୟ କରନ୍ତୁ,ଧନ୍ୟବାଦ।

Leave a Reply

Your email address will not be published. Required fields are marked *