ଆଜି ଆମେ ଆପଣଙ୍କ ପାଖରେ ଏକ ମହତ୍ତ୍ୱପୂର୍ଣ ବିଷୟରେ କଥା କହିବାକୁ ଯାଉଛୁ ଯାହା କି ଆମର ଏକ ମହାଜଗତିକ ପ୍ରତିକ୍ରିୟା ଅଟେ। ଆସନ୍ତା ଜୁନ ମାସ ୧୦ ତାରିଖ ଅର୍ଥାତ ଗୁରୁବାର, ଶୁକ୍ଳପକ୍ଷ ସପ୍ତମୀ ତିଥିରେ ଏକ ବୃହତ ସୂର୍ଯ୍ୟ ପରାଗ ଲାଗିବାର ଅଛି। ଏହା ବାବଦରେ ଆମେ ଆହୁରି କଥା ହେବା ଆଉ ଆହୁରି ଗଭୀରତାର ସହ ଜାଣିବା ତେଣୁ ଆମ ସହ ଆପଣ ଯୋଡି ହୋଇ ରୁହନ୍ତୁ। ଏହା ସହିତ ଆମେ ଏହାର ପ୍ରତ୍ୟେକ ସମୟ, ଏହା କେତେ ସମୟରେ ଆରଂଭ ହେବ, ଏହାର ପ୍ରଭାବ କେତେ ସମୟ ରହିବ ତଥା ଲୋକ ମାନଙ୍କୁ କିକି ସତର୍କତା ଅବଲମ୍ବନ କରିବାକୁ ହେବ ସେ ସମସ୍ତ ବାବଦରେ ଆମେ ଆଜି ଜାଣିବା। ତ ଆସନ୍ତୁ ଜାଣିବା।
ଯେତେବେଳେ ସୂର୍ଯ୍ୟପରାଗ ଅଥବା ଚନ୍ଦ୍ରଗ୍ରହଣ ଭଳି ମହାଯାଗତିକ ପ୍ରତିକ୍ରିୟା କିଛି ହୁଏ ସେତେବେଳେ ସବୁଠୁ ଅଧିକ ଚିନ୍ତା ସେହି ଲୋକଙ୍କୁ ଥାଏ ଯେଉଁ ମାନଙ୍କ ଘରେ କେହି ଗର୍ଭବତୀ ମହିଳା ଥାଆନ୍ତି। ଏହି ସମୟ ବହୁତ ବିଷାକ୍ତ ହେଇ ଥାଏ ଆଉ ତାହା ସାଧାରଣ ଜନତାକୁ ବି ପ୍ରଭାବିତ କରେ ମାତ୍ର ଜଣେ ଗର୍ଭବତୀ ମହିଳା ଏହାଦ୍ୱାରା ଅଧିକ ପ୍ରଭାବିତ ହେଇ ଯାଆନ୍ତି। ସୂର୍ଯ୍ୟ ପରାଗର ବିଷାକ୍ତ କିରଣ ସେହି ହେବାକୁ ଥିବା ପିଲା ଭିତରେ ନକାରାତ୍ମକ ଶକ୍ତି ପ୍ରଦାନ କରି ଥାଏ ଯାହା କି ସେମାନଙ୍କ ପାଇଁ ବହୁତ ବିଷାକ୍ତ ହେଇଯାଇଥାଏ। ଏମତିରେ ବି ଗର୍ଭବତୀ ମହିଳା ମାନଙ୍କ ଶରୀର ବହୁତ ଦୁର୍ବଳ ଥାଏ ଯାହା କି ସେମାନଙ୍କୁ ବହୁତ ସତର୍କ ରହିବା ପାଇଁ ବାଧ୍ୟ କରିଥାଏ। ତେଣୁ ସୂର୍ଯ୍ୟପରାଗ ସମୟରେ ସେମାନଙ୍କୁ କଣ କଣ କରିବା ଦରକାର ତଥା କି କି ସତର୍କତା ଅବଲମ୍ବନ କରିବା ଦରକାର ଆସନ୍ତୁ ଜାଣିବା।
ଆସନ୍ତା ଜୁନ ମାସ ୧୦ ତାରିଖରେ ହେବାକୁ ଥିବା ସୂର୍ଯ୍ୟପରାଗ ଭାରତରେ ଆଂଶିକ ଭାବେ ଦେଖା ଯିବାକୁ ଯାଉଛି। ୟୁରୋପ, ଗ୍ରୀନ ଲ୍ୟାଣ୍ଡ, ରୁଷିଆ, ଆମେରିକା ତଥା ଦକ୍ଷିଣ ଏସିଆ ରେ ଥିବା ଦେଶ ମାନଙ୍କରେ ସମ୍ପୂର୍ଣ ସୂର୍ଯ୍ୟ ପରାଗ ଦେଖାଯିବ। ମାତ୍ର ଭାରତରେ ତାହା ଆଂଶିକ ଭାବେ ଦେଖାଯିବାକୁ ଯାଉଛି। ଏହାର ସମୟ ହେଉଛି ଅପରାହ୍ନ ୧ ବାଜି ୪୨ ମିନିଟରୁ ସନ୍ଧ୍ୟା ୬ଟା ବାଜି ୪୧ ମିନିଟ। ଆଂଶିକ ଭାବେ ଦେଖାଗଲେ ବି ତାହା ଭାରତରେ ଥିବା ଗର୍ଭବତୀ ମହିଳା ମାନଙ୍କୁ ପ୍ରଭାବିତ କରିବାକୁ ଯାଉଛି। ତେଣୁ ଏହି ସମୟରେ ଗର୍ଭବତୀ ମହିଳା ମାନଙ୍କୁ କିଛି କଟକଣା ଅବଲମ୍ବନ କରିବା ଦରକାର।
ଗର୍ଭବତୀ ମହିଳା ମାନଙ୍କୁ ଏହି ସୂର୍ଯ୍ୟପରାଗ ସମୟରେ ବାହାରକୁ ଯିବାକୁ ମନା କରାଯାଇଛି। ଏହି ସମୟରେ ଭୁଲରେ ବି ଯଦି ସେହି ସୂର୍ଯ୍ୟର କିରଣ ତାଙ୍କ ଉପରେ ପଡେ ତାହେଲେ ତାଙ୍କ ପିଲାଙ୍କ ଉପରେ ଅନେକ ନକରାତ୍ମକ ପ୍ରଭାବ ପଡିବ। ପିଲାକୁ ଶାରୀରିକ ଦୋଷ ଲାଗିପାରେ ଯାହା କି ଭୟାନକ ଅଟେ।
ଏହା ସହିତ ସୂର୍ଯ୍ୟପରାଗ ସମୟରେ କିଛି ପବିତ୍ର କାମ କରନ୍ତୁ ନାହିଁ ଆଉ ସର୍ବଦା କଳା ଏବଂ ନୀଳ ବସ୍ତ୍ର ପରିଧାନ କରନ୍ତୁ।
ନିଜର ଗର୍ଭକୁ ଘୋଡେଇ ରଖନ୍ତୁ ଆଉ ତାହା ଉପରେ କିଛି ବି କିରଣ ପଡିବାକୁ ଦିଅନ୍ତୁ ନାହିଁ।