କଟକରେ ଜମୁଛି ଅନୈତିକ କାର୍ଯ୍ୟ । ଚାହିଦା ଦେଖି ସପ୍ଲାଏ କରୁଛନ୍ତି ଦଲାଲ୍ମାନେ। ସହରକୁ ଆଜି ଯିଏ ରୂପଜୀବୀ ହୋଇ ଆସୁଛି କିଛିଦିନ ପରେ ସେ ରାଣୀ ମହୁମାଛି ହୋଇଯାଉଛି । ନିଜେ ଯୁବତୀଙ୍କୁ ରଖି ଆରମ୍ଭ କରିଦେଉଛନ୍ତି ବେପାର। ଗ୍ରାହକଙ୍କୁ ଅଳ୍ପ ଟଙ୍କା ଓ ପୂର୍ଣ୍ଣ ସୁରକ୍ଷାର ସହ ସନ୍ତୁଷ୍ଟ କରିବାକୁ ସମ୍ପୂର୍ଣ୍ଣ ଉଦ୍ୟମ କରୁଛନ୍ତି। ସହରର ଏମିତି କେଉଁ ଅଞ୍ଚଳ ନାହିଁ ଯେଉଁଠି ରୂପଜୀବୀମାନେ ବେପାର କରୁନାହାନ୍ତି । ପୋଲିସ୍ର ଢିଲା ଓ ଖାମଖିଆଲି ଗୁଣ ପାଇଁ ସହରର କୋଣ ଅନୁକୋଣରେ ଏବେ ଅନୈତିକ କାର୍ଯ୍ୟ ବଢି ଚାଲିଛି ।
ଆଗରୁ ଲଜ , ସ୍ପା ଓ ହୋଟେଲ ମାନଙ୍କରେ ଦେହ ବେପାର ଚାଲୁଥିବା ବେଳେ , ଏବେ ପୋଲିସକୁ ଚକମା ଦେବା ପାଇଁ ଦେହ ବ୍ୟବସାୟୀ ଅପଣେଇଛନ୍ତି ଏକ ନୁଆ ମାଧ୍ୟମ । ହୋଟେଲ କି ସ୍ପା ନୁହେଁ , ଏବେ ଭଡା ଘରେ ଚାଲୁଛି ଦେହ ବ୍ୟବସାୟ । ଏ ଖବର ଅନ୍ୟ କୌଣସି ଜାଗାର ନୁହେଁ ଖୋଦ କଟକର ।
ନ୍ୟୁଜ 7 ରେ ପ୍ରକାଶିତ ତଥ୍ୟ ଅନୁସାରେ କଟକ ଦୁଲାଦେଇ ଅଞ୍ଡଳର ଏକ ଘରୁ ସେକ୍ସ ରାକେଟ ଗିରଫ ହୋଇଛନ୍ତି । ଦୁଇ ଗ୍ରାହକଙ୍କ ସହ ଦୁଇ ଜୁବତୀଙ୍କୁ ଗିରଫ କରିଛି କଟକ ପୋଲିସ । ତେବେ ସ୍ତାନୀୟ ଲୋକଙ୍କ ସୁଚନା ଅନୁସାରେ ଢେର କିଛି ଦିନ ହେବ ସେହି ଜାଗାରେ ଚାଲିଥିଲା ଏହି ଧନ୍ଦା । କିଛି ଯୁବକ ଓ ଯୁବତୀ ପ୍ରତିଦିନ ସେ ଘରକୁ ଆସିଥାନ୍ତି ଓ ଜାଇଥାନ୍ତି । ତେବେ ଏମିତି ସବୁ ଦିନ ଲୋକ ବଦଳିବାରୁ ସନ୍ଦେହ କଲେ ସ୍ତାନୀୟ ଲୋକ ଏବଂ ପୋଲିସରେ କମ୍ପ୍ଲେନ କରିଥିଲେ ।
ତେବେ ପୋଲିସ ଅଚାନକ ଗତକାଲି ଚଢାଉ କଲା ପରେ ସେହି ଅଞ୍ଚଳରେ ଚାଲିଥିବା ରାକେଟର ପର୍ଦାଫାସ ହେବା ସହିତ , କିଛି ଲୋକଙ୍କୁ ଗିରଫ କରିଛି ପୋଲିସି । ସ୍ତାନୀୟ ଲୋକଙ୍କ ସୁଚନା ଅନୁସାରେ କଟକର ବିଭିନ୍ନ ଜାଗାରେ ବେଆଇନ ଭାବେ ଚାଲିଛି ଏହି କାମ । ତେବେ ଦେଖିବାର ବାକି ରହିଲା ପୋଲିସ ଏହା ଉପରେ କେବେ କାର୍ଯ୍ୟ ନୁଷ୍ଟାନ ଗ୍ରହଣ କରୁଛି । ଏଭଳି ଖବର ପଢିବାକୁ ଚାହୁଁଥିଲେ ଗୋଟିଏ ଲାଇକ କରି ଦିଅନ୍ତୁ ।