ଖଣ୍ଡଗିରି ଓ ଉଦୟଗିରିରେ ଚାଲିଛି ଏହି କଳା କାରନାମା – ନ ପଢିଲେ ବିଶ୍ୱାସ କରି ପାରିବେନି ଆପଣ

ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଏବଂ ଐତିହ ସ୍ଥଳୀ ହେଉଛି ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି ଏବଂ ଉଦୟଗିରି । ଏବେ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଯାଇଥିବାକୁ ଏଠାକୁ ପ୍ରତିଦିନ ରାଜ୍ୟ ଏବଂ ରାଜ୍ୟ ବାହାରରୁ ପର୍ଯ୍ୟଟକ ଏଠାକାର ପରିବେଶ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ ପାଇଁ ଆସୁଛନ୍ତି । ଅନେକ ସ୍ଥାନୀୟ ଯୁବପୀଢ଼ି ମଧ୍ୟ ନିଜ ନିଜ କର୍ମମୟ ଜୀବନ ଜଞ୍ଜାଳରୁ କିଛି ସମୟ ବାହାର କରି ନିଜ ସାଙ୍ଗ ସାଥୀମାନଙ୍କ ସହ ବୁଲିବାକୁ ଆସିଥାନ୍ତି । କିନ୍ତୁ ସେମାନେ ଜାଣିନଥାନ୍ତି ସେମାନେ ଟିକେ ହସ, ଖୁସି, ମଜା ଓ ଆନନ୍ଦ ପାଇଁ ଏଠାକୁ ଆସୁଛନ୍ତି ଗଲା ବେଳେ ତିକ୍ତ ଅନୁଭବ ନେଇକି ଫେରିବେ । ହଁ ଆପଣ ଡିଜିଟାଲ ମାଧ୍ୟମରେ ଟିକଟ କାଟି ଭିତରକୁ ତ ଯିବେ ନିଶ୍ଚୟ କିନ୍ତୁ ଅପମାନିତ ବୋଧ କରି ଫେରିବେ । ଆବଶ୍ୟକ ସ୍ଥଳେ ଆପଣ ଆର୍ଥିକ କ୍ଷତିର ସାମ୍ନା ମଧ୍ୟ କରିପାରନ୍ତି ।

ବର୍ଷ ବର୍ଷ ଧରି କିଛି ବ୍ୟକ୍ତି ଯୁବକ-ଯୁବତୀଙ୍କୁ ଟାର୍ଗେଟ କରନ୍ତି । ସେମାନେ ଯୁଆଡ଼େ ଯାଆନ୍ତି ସେମାନଙ୍କୁ ପିଛା କରି ଚାଲିଥାନ୍ତି । ଉଦୟଗିରିର ଗୁମ୍ଫା ଦେଖୁ ଦେଖୁ ଜଙ୍ଗଲ ମୁହାଁ ହେଲେ ଏହି ଅସାମାଜିକ ବ୍ୟକ୍ତି କିଛିଜଣ ସେମାନଙ୍କ ପିଛା କରନ୍ତି ଏବଂ ସେମାନେ କରୁଥିବା ପ୍ରତିଟି ମୁହୁର୍ତ୍ତକୁ ନିଜେ ଦେଖି ଖୁସି ହୁଅନ୍ତି କେବଳ ଖୁସି ନୁହନ୍ତି ଏହାକୁ ରୋଜଗାରର ମାଧ୍ୟମ ମଧ୍ୟ ବାଛି ନେଇଛନ୍ତି । ଯଦି କୌଣସି କପୁଲ ଦୁର୍ବଳ ମୁହୁର୍ତ୍ତରେ ଉଦୟଗିରିର ଘଞ୍ଚ ଜଙ୍ଗଲରେ ରୋମାନ୍ସ କରନ୍ତି ଏମାନେ ବାଧା ତ ଦିଅନ୍ତିନି ତେବେ ହଁ ଫେରିବା ବେଳେ ଅଧାବାଟରେ ଅଟକାଇ ଧମକ ଚମକ ଦିଅନ୍ତି । ପୋଲିସ, ମିଡିଆ ଏବଂ ପର୍ଯ୍ୟଟନ ବିଭାଗ ପକ୍ଷରୁ ଫାଇନର ଧମକ ଦେଇ ଡରାଇଥାନ୍ତି । ଏପରିକି ମାନସିକ ଯନ୍ତ୍ରଣା ଦେଇ ତିନି ହଜାର ଟଙ୍କା ପର୍ଯ୍ୟନ୍ତ ଅର୍ଥ ଦାବି କରନ୍ତି ନଚେତ ସେମାନେ କିଛି ବି କରିପାରିବାର ଧମକ ଦିଅନ୍ତି ।

Khandagiri

ଏପରି ଘଟଣା ଉଦୟଗିରି ପାଇଁ ନୂଆ ନୁହେଁ ବର୍ଷ ବର୍ଷ ଧରି ଏମିତି ହୋଇ ଆସୁଛି । ଯେଉଁ କପୁଲମାନେ ଖଣ୍ଡଗିରି ଏବଂ ଉଦୟଗିରି ବୁଲିବାକୁ ଯାଇଥାନ୍ତି ସେମାନେ ଏହିଭଳି ଦୁର୍ବୁର୍ତ୍ତଙ୍କ ଆକ୍ରମଣର ଶିକାର ହୋଇ ଆର୍ଥିକ କ୍ଷତି ସହିଥାନ୍ତି । ଉଦୟଗିରିରେ ଲୋକେ ବୁଲା ବୁଲି କରିବାକୁ ପସନ୍ଦ କରନ୍ତି । କିନ୍ତୁ ଯୁବପୀଢ଼ି ବିଶେଷ କରି ପ୍ରେମୀ ଯୁଗଳ ମୁକ୍ତାକାଶରେ ରୋମାନ୍ସ କରିବାକୁ ଆଗ୍ରହ ଦେଖାଇଥାନ୍ତି ଯାହା ସେମାନଙ୍କ ପରବର୍ତ୍ତୀ ସମୟରେ ଘାତକ ସାବ୍ୟସ୍ତ ହୋଇଥାଏ ।

ଯେତେବେଳେ ଆସାମାଜିକ ବ୍ୟକ୍ତିମାନେ ଅନୁଭବ କରିବେ ଯେ, କୌଣସି କପୁଲ ଫୁଲ୍ ଯୋଶ ଆଉ ମୁଡ୍ ରେ ଅଛନ୍ତି ଏବଂ ଅଚାନକ ଭୁଲ୍ କରି ବସନ୍ତି ସେତେକି ବେଳେ ହିଁ ଏମାନେ ନିଜ କ୍ରୁକେଡ୍ ଦିମାଗ ଲଗାଇଥାନ୍ତି । କପୁଲ ଭାବନ୍ତି ସେମାନଙ୍କୁ କେହି ଦେଖୁନହାନ୍ତି କିନ୍ତୁ ଏହା ଭୁଲ୍ ସେମାନଙ୍କ ଉପରେ ଥାଏ ଏମାନଙ୍କ ତୀକ୍ଷ୍ଣ ନଜର । ପ୍ରେମୀଯୁଗଳଙ୍କ ଏହି ଭ୍ରାନ୍ତ ଧାରଣାକୁ ସେମାନେ ଭୁଲ୍ ପ୍ରମାଣିତ କରିବା ପାଇଁ ସେଠାରେ ଲୁଚି ଛପି ଦେଖିଥାନ୍ତି ଏବଂ ପରେ ସେମାନଙ୍କ ଉପସ୍ଥିତି ଜାହିର କରିଥାନ୍ତି । କପୁଲମାନେ ଯେତେବେଳେ  ଇତସ୍ତତ ହୋଇପଡ଼ନ୍ତି ସେତେକି ବେଳେ ଛକି ରହିଥିବା ଏହି ଅସଭ୍ୟ, ଅସାମାଜିକ ଯୁବକମାନେ ମାଡ଼ି ବସନ୍ତି ଏବଂ ଡରାଇ ଧମକାଇ ଟଙ୍କା ଆଦାୟ କରନ୍ତି ।

Udayagiri

ପ୍ରଥମେ ନିଜକୁ ଉଦୟଗିରି ପର୍ଯ୍ୟଟନ କ୍ଷେତ୍ରର କର୍ମଚାରୀ କହି ଆପଣଙ୍କୁ ଭୟଭିତ କରାଇବେ ପରେ ପୋଲିସ ଏବଂ ମିଡିଆର ଭୟ ଦେଖାଇବେ । ତଳକୁ ଚାଲ ଫାଇନ ଦେବେ କହି ଆପଣଙ୍କୁ ମାନସିକ ନିର୍ଯ୍ୟାତନା ଦେବେ । ଆଉ ଏହା ପରେ ଆରମ୍ଭ ହୋଇଯିବ ସେମାନଙ୍କ ଅସଲ ଖେଳ । ମୂଲ ଚାଲ କରନ୍ତି, ସମାଜ, ପରମ୍ପରା, ଇଜ୍ଜତର କଥା କହି କଥାକୁ ରଫା ଦଫା କରିବାକୁ ଲାଗି ପଡ଼ିବେ ।

ଆପଣ ଯଦି ଟଙ୍କା ଦେଇଦେବେ ତେବେ କଥା ସରିଲା, ଲୁଟ୍ ର ଶିକାର ହୋଇ ମୁହଁ ଲୁଚେଇ ଫେରିବେ । ଯଦି ଆପଣ ମୂଲଚାଲ କରିବେ ଏବଂ ସେମାନଙ୍କୁ ତଳ ଯାଏ ଆଣିବାକୁ ଚେଷ୍ଟା କରିବେ ତେବେ ସେମାନେ ଆପଣ ଶହେ ଟଙ୍କା ଦେଲେବି ସେମାନେ ରାଜି ହୋଇଯିବେ । କିନ୍ତୁ ଧ୍ୟାନ ରଖିବେ ସେମାନେ ଯେମିତି ଆପଣଙ୍କୁ ଆକ୍ରମଣ ନ କରନ୍ତି । ସମୟ ଥାଉ ଥାଉ ସେମାନଙ୍କ ପିଛା ଛଡ଼େଇ ସେଠାରୁ ଆପଣ ଚାଲି ଆସି ପାରିବେ ଏବଂ ନିଜକୁ ସୁରକ୍ଷିତ ମନେ କରିପାରିବେ ।

Leave a Reply

Your email address will not be published. Required fields are marked *