ପ୍ରଥମେ ବର୍ଷା ଓ ତାଙ୍କ ପରେ ଅନୁଭବ | ବର୍ଷାଙ୍କ ପିଟିସନ ପରେ ଆଜି ଅନୁଭବଙ୍କ ପିଟିସନ ସାମ୍ନାକୁ ଆସିଛି | ଗତକାଲି ବର୍ଷାଙ୍କ ଅଭିଯୋଗ ପରେ ଛାଡପତ୍ର ନେଇ କୋର୍ଟରେ ୪୭ ପୃଷ୍ଠାର ପିଟିସନ ଦାଖଲ କରିଛନ୍ତି ଅନୁଭବ ମହାନ୍ତି । ପତ୍ନୀଙ୍କ ଆଚରଣ ତାଙ୍କୁ ମର୍ମାହତ କରିଥିବା ପିଟିସନରେ ଉଲ୍ଲେଖ କରିଛନ୍ତି ଅନୁଭବ ମହାନ୍ତି । ପିଟିସନରେ ଅନୁଭବଙ୍କ କହିଛନ୍ତି ଯେ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ସହ ସମ୍ପର୍କ ରଖୁ ନଥିଲେ | ଯାହା ତାଙ୍କୁ ଅସହଜ ଓ ଅସୁଖୀ କରିଥିଲା |
ପ୍ରଥମ ରାତିରେ ବର୍ଷା ସମ୍ପର୍କ ରଖିବାକୁ ମନା କରିଥିଲେ ଆଉ ସମ୍ପର୍କ ରଖିବାକୁ ୩,୪ ମାସ ସମୟ ମାଗିଥିଲେ ବର୍ଷା | ବର୍ଷାଙ୍କ ନିଷ୍ପତ୍ତିକୁ ଅନୁଭବ ସମ୍ମାନ ଜଣାଇଥିଲେ | ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ସମ୍ପର୍କରେ ସୁଧାର ପାଇଁ ଚେଷ୍ଟା କରିଥିଲେ ଅନୁଭବ |କିନ୍ତୁ ସମ୍ପର୍କ ରଖିବାକୁ ଅସହଜ ମନେ କରୁଥିଲେ ବର୍ଷା |
କିଏ ଏହି ଦୀଲ୍ଲୀ ଝିଅ :
ଅନୁଭବ ଏମିତି ଆଭିଯୋଗ ଆଣିବା ପରେ ଏବେ ସୋସିଆଲ ମିଡିଆରେ ଲୋକ ଅନୁଭବଙ୍କ ସତ୍ୟତା ଉପରେ ପ୍ରଶ୍ନ ସୃଷ୍ଟି କରିଛନ୍ତି , ଲୋକଙ୍କ କହିବା କଥା କି , ଅନୁଭବ ମିଛ କହୁଛନ୍ତି , ତେବେ ସୋସିଆଲ ମିଡିଆରେ ମଧ୍ୟ ଆଉ ଏକ ଖବର ବହୁତ ଜୋର ସୋରରେ ଭାଇରାଲ ହେଉଛି କି , କୁଆଡେ ଦିଲ୍ଲୀରେ ଆଉ ଏକ ଝିଅ ସହ ସମ୍ପର୍କରେ ଅଛନ୍ତି ଅନୁଭବ , ଏହି ଦିଲ୍ଲୀ ଝିଅ ସହ ଅନୁଭବଙ୍କ ସମ୍ପର୍କ ନେଇ ଏବେ ସୋସିଆଲ ମିଡିଆରେ ଅନେକ ଖବର ଘୁରି ବୁଲୁଛି ।
ତେବେ ସେ ଦୀଲ୍ଲା ଝିଅ ବିଷୟରେ କହିବା ପୁର୍ବରୁ ଆମେ କହି ରଖୁଛୁ , ସେ ଝିଅ ସହ ଅନୁଭବ ମହାନ୍ତିଙ୍କର କଣ ସମ୍ପର୍କ ରହିଛି ତା ଆମେ ଜାଣି ନାହୁଁ , କେବଳ ସୋସିଆଲ ମିଡିଆର ଚର୍ଚାକୁ ନେଇ ଆମେ ଏହି ଆର୍ଟିକିଲ ଲେଖିଛୁ ।