ବର୍ଷା ନିଜ ସ୍ୱାମୀ ଅନୁଭବ ମହାନ୍ତି ଙ୍କ ବିରୋଧରେ ଘରୋଇ ହିଂସା ,ଶାରୀରିକ,ମାନସିକ ଯନ୍ତ୍ରଣା ଅଭିଯୋଗ ଆଣି କୋର୍ଟର ଦ୍ୱାରସ୍ତ ହୋଇଛନ୍ତି। ଏତିକି ବେଳେ ଅନୁଭବ ଙ୍କର ଅନ୍ୟ ଯୁବତୀ ମାନଙ୍କ ସହିତ ଥିବା ସମ୍ପର୍କ ଭାଇରଲ ହେବାରେ ଲାଗିଛି। ଚର୍ଚ୍ଚା ହେଉଛି ଯେ ଲୋକସଭା ଟିଭି ସାମ୍ବାଦିକା ଜାଗୃତି ଶୁକ୍ଳା ଙ୍କ ସହିତ ଅନୁଭବ ମହାନ୍ତି ଙ୍କର ପ୍ରେମ ସମ୍ପର୍କ ରହିଛି। ଏହି କଥା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଆଜି ସାଂସଦ ଅନୁଭବ ମହାନ୍ତି ଏକ ସରକାରୀ ପ୍ରେସ ରିଲିଜ କରି ବର୍ଷା ଏବଂ ତାଙ୍କ ସମ୍ପର୍କ ବିଷୟରେ ସବୁ କଥା ଉଲ୍ଲେଖ କରିଛନ୍ତି। ଅନୁଭବ କହିଛନ୍ତି ଯେ ବହୁତ ଦିନରୁ ତାଙ୍କର ସମ୍ପର୍କ ବୈବାହିକ ଜୀବନ ଭଲ ନଥିଲା।
ହେଲେ ଏହା ପରେ କିନ୍ତୁ ଲୋକ ବୁଝିବାକୁ ନାରାଜ । ସୋସିଆଲ ମିଡିଆରେ ଲୋକେ ଅନୁଭବ ଙ୍କୁ ମିଛୁଆ ନଂ 1 ବୋଲି ଆଖ୍ୟା ଦେଇ ସାରିଲେଣି । ତେବେ ଏବେର ସବୁଠୁ ଚର୍ଚା ବିଷୟ ପାଲଟିଛି ଅନୁଭବଙ୍କ ସହ ଦୀଲ୍ଲୀ ଝିଅର ପ୍ରେମ କାହାଣୀ । ହେଲେ ଏହା କେତେ ସତ କେତେ ମିଛ ଜଣା ନଥିଲେ ମଧ୍ୟ ଲୋକ ସୋସିଆଲ ମିଡିଆରେ ଏହି ଖବରକୁ ବହୁଳ ମାତ୍ରାରେ ଭାଇରାଲ କରିବାରେ ଲାଗିଛନ୍ତି ।
ଅନୁଭବ ଆଜି ସଂସ୍କୃତ ଶୋଳ୍କ ଦେଇ ନିଜର ପ୍ରେସ ରିଲିଜ କରିବା ପରେ ପରେ , ସମାନ ଢଙ୍ଗରେ ସାମ୍ବାଦିକା ଜଣଙ୍କ ଏକ ସଂସ୍କୃତ ଶ୍ଳୋକ ଭଗବତ ଗୀତାର ଏକ ଶ୍ଳୋକ ସହିତ ବିଜୟ ମୁଦ୍ରା ସହିତ ନିଜ ଫେସବୁକ ରେ ଫଟୋ ପୋଷ୍ଟ କରିଛନ୍ତି ସାମ୍ବାଦିକା ଜାଗୃତି ଶୁକ୍ଳା।
ଆପଣଙ୍କ ଜାଣିବା ପାଇଁ ଆମେ କହି ରଖୁଛୁ କି ଜାଗୃତି ଶୁକ୍ଳା ହେଉଛନ୍ତି ଲୋକ ସଭା ଟିଭିର ଜଣ ଆଙ୍କର , ସେ ଏହି ନିକଟ ଅତୀତରେ ଅନୁଭବଙ୍କୁ ନିଜ ପ୍ରକାଶିତ ଏକ ବହି ପ୍ରଦାନ କରିବା ସହିତ ତାର ଫଟୋକୁ ସୋସିଆଲ ମିଡିଆରେ ପ୍ରକାଶ କରିଥିଲେ , ଏବଂ ଯୋଉଁ ଫଟୋଟି ଏବେ ବହୁତ ଜୋରରେ ଭାଇରାଲ ହେବାରେ ଲାଗିଛି
ତେବେ ଏହି ନିଆଁରେ ଘିଅ ଢାଳିଛି ଜାଗୃତିଙ୍କ କିଛି ଫଟୋ ତଳେ ଅନୁଭବ ମହାନ୍ତି ଙ୍କ କମେଣ୍ଟ , ଜାଗୃତିଙ୍କ ପୋଷ୍ଟ ଏବଂ ଅନୁଭବଙ୍କ କମେଣ୍ଟକୁ ନେଇ ଏବେ ସୋସିଆଲ ମିଡିଆରେ ଅନେକ ମିଛି କଥା ଘୁରି ବୁଲୁଛି , ତେବେ ଜାଗୃତିଙ୍କ ସହ ସମ୍ପର୍କ ତାଙ୍କର କଣ ଏ ନେଇ କୌଣସି ମନ୍ତବ୍ୟ ରଖି ନାହାଁନ୍ତି ଅନୁଭବ , କିନ୍ତୁ ଜାଗୃତି ଆଜି କରିଥିବା ନିଜ ଫେସବୁକ ପୋଷ୍ଟର ତଳେ ବହୁତ ଓଡିଆ ଲୋକ ତାଙ୍କୁ ଭାଉଜ ଡାକିବା ଆରମ୍ଭ କରି ସାରିଲେଣି । ଏହି ଭଳି ଖବର ସବୁଦିନେ ସର୍ବ ପ୍ରଥମେ ପଢିବା ପାଇଁ ତଳେ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ ।