October ପହିଲାରୁ ବଦଳିଯିବ ଏହି ସବୁ ନିୟମ, ପୁଣି ହୋଇପାରେ ଲକଡାଉନ ?

ଅକ୍ଟୋବର ପହିଲାରୁ ଆପଣଙ୍କ ଜୀବନ ଜୀବିକା ସହ ଏହି 8ଟି ବଡ଼ ପରିବର୍ତ୍ତନ ଘଟିବାକୁ ଯାଉଛି । ଆସନ୍ତା ମାସରୁ ହିଁ ପାର୍ବଣ ଋତୁ ଆରମ୍ଭ ହେଉଯାଉଛି । ଅବଶ୍ୟ କରୋନା କଟକଣା ଯୋଗୁଁ ପୂଜା ବଜାର ଫିକା ପଡ଼ିବ କିନ୍ତୁ କିଣାକିଣିରେ ଏହାର ପ୍ରଭାବ ପଡ଼ିବ ନାହିଁ ବୋଲି ଆଶା କରାଯାଉଛି ।

ଏହା ସହ କରୋନା କାଳରେ ସରକାର ଅନଲକ 5.0  ଘୋଷଣା କରିବେ । ଏଥର ଅନଲକ୍ ପ୍ରକ୍ରିୟାରେ ବିମାନ ଯାତ୍ରା, ମିଠା ଦୋକାନ,. ସ୍ୱାସ୍ଥ୍ୟ ବୀମା ସହିତ ଅନେକ କିଛି କ୍ଷେତ୍ରରେ ପରିବର୍ତ୍ତନ ଘଟିବାକୁ ଯାଉଛି ଯାହା ଆପଣଙ୍କ ପାଇଁ ଜାଣିବା ଜରୁରୀ ।

ରନ୍ଧନ ଗ୍ୟାସ – ସର୍ବପ୍ରଥମେ ଅତ୍ୟାବଶ୍ୟକ ରୋଷେଇ ଗ୍ୟାସ କଥା ଆଲୋଚନା କରିବା ।  ତୈଳ କମ୍ପାନୀମାନେ ପ୍ରତି ମାସର ପ୍ରଥମ ଦିନ ଏଲପିଜି ସିଲିଣ୍ଡର ଗ୍ୟାସ ଏବଂ ବିମାନ ଇନ୍ଧନ ଦର ନିର୍ଦ୍ଧାରଣ କରନ୍ତି । ବିଗତ କିଛି ମାସ ହେବ ଦରଦାମରେ ତାରତମ୍ୟ ଦେଖାଦେଇଛି । ତେଣୁ ଅକ୍ଟୋବର ପହିଲାରେ ରନ୍ଧନ ଗ୍ୟାସ ଦରରେ ମଧ୍ୟ ପରିବର୍ତ୍ତନ ଘଟିପାରେ । ହ୍ରାସ କମ୍ ବରଂ ଗ୍ୟାସ ଦର ବଢ଼ିପାରେ ବୋଲି ଆଶଙ୍କା ରହିଛି । ଏଣୁ ଏବେଠୁ ଆପଣ ଶାରୀରିକ ଓ ମାନସିକ ଭାବେ ପ୍ରସ୍ତୁତ ରହିବା ଦରକାର ।

pm

ହେବକି ଲକଡାଉନ – ପୁଣି କ-ରୋ-ନା କେସ ବଢିବା ଆରମ୍ଭ କରିଥିବାରୁ କେତେକ ଜାଗାରେ ଲକ ଡାଉନ ହେବାର ସମ୍ଭାବନା ସୃଷ୍ଟି ହେଉଛି । ଯଦିଓ ସାରା ଦେଶରେ ଏହା ଲାଗୁ ହେବ ନାହିଁ , ତେବେ କେତେକ ନୀର୍ଧିଷ୍ଟ ଜାଗାରେ ପୁଣି ହୋଇପାରେ ଲକ ଡାଉନ ।ତେବେ ଏ ନେଇ କୌଣସି ସଠିକ ସୁଚନା ଏବେ ଯାଏ ମିଳି ପାରି ନାହିଁ ।

ବଦଳିବ ଡ୍ରାଇଭିଙ୍ଗ ଲାଇସେନ୍ସ ନିୟମ –  ସରକାର ୧୯୮୯ର ମୋଟର ଯାନ ସଂଶୋଧନ କରିଛନ୍ତି। ଶନିବାର ସରକାର ଏହି ନିୟମକୁ ନେଇ କହିଛନ୍ତି, ଅକ୍ଟୋବର ୧, ୨୦୨୦ରୁ ଡ୍ରାଇଭିଂ ଲାଇସେନ୍ସ ଏବଂ ଇ-ଚାଲାଣ ସମେତ ଯାନବାହାନର କାଗଜ ପତ୍ର ବାହାନ ପୋର୍ଟାଲ ଜରିଆରେ ସଂରକ୍ଷିତ ରଖାଯିବ। ଏହାଦ୍ୱାରା ଟ୍ରାଫିକ ଦାୟିତ୍ନରେ ଥିବା ସମସ୍ତ ଅଧିକାରୀଙ୍କ ପାଖରେ ଚାଳକଙ୍କ ଗାଡ଼ି ଓ ଡ୍ରାଇଭିଂ କାଗଜ ପତ୍ର ହାତ ମୁଠାରେ ରହିବ।

ଚେକିଂ ବେଳେ ଜଣେ ସଫ୍ଟ କପି ଦେଖାଇପାରିବେ। ଯଦି କାଗଜ ପତ୍ର ଠିକ୍ ଥିବା ତାହେଲେ ଅରିଜିନାଲ କାଗଜ ପତ୍ର ଦେଖାଇବାର ଆବଶ୍ୟକତା ନାହଁ। ସେହିପରି ଚାଲାଣ କଟାହେଲେ ଏହାର ମେସଜ ମୋବାଇଲକୁ ଯିବ ବୋଲି ଜଣାପଡ଼ିଛି। ଏମିତି ହେଲେ ମନଇଚ୍ଛା ଚାଲାଣ କାଟିପାରିବେନି ଟ୍ରାଫିକ ଅଧିକାରୀ।

modi

ବଦଳିବ ଅଟୋ ଡେବିଟ କାର୍ଡ ନିୟମ । ଅକଟିବାର 1 ତାରିଖ ଠାରୁ ଆପଣଙ୍କ କ୍ରେଡିଟ ଏବଂ ଡେବିଟ କାର୍ଡରେ ହେଉଥିବା ଅଟୋ ଡେବିଟ ପାଇଁ ନୂଆ ନିୟମ ଲାଗୁ କରିବାକୁ ଯାଉଛି ଭାରତୀୟ ରିଜର୍ଭ ବ୍ଯାଙ୍କ । ନୂଆ ନିୟମ ଅନୁଯାୟୀ ଡେବିଟ କିମ୍ବା କ୍ରେଡିଟ କାର୍ଡ ଏବଂ ମୋବାଇଲ ୱାଲେଟରୁ ହେଉଥିବା କିଛି ଅଟୋ ଡେବିଟ ଗ୍ରାହକ ମଞ୍ଜୁରୀ ନଦେବା ପର୍ଯ୍ୟନ୍ତ ହୋଇପାରିବ ନାହିଁ । ଅର୍ଥାତ ଗ୍ରାହକ କନଫର୍ମ କରିବା ପରେ ଯାଇ ତାଙ୍କ ଖାତାରୁ ଟଙ୍କା ଡେବିଟ ହେବ । ଏହି ନୋଟିଫିକେସନ ଆପଣଙ୍କୁ ଇ-ମେଲ କିମ୍ବା SMS ଜରିଆରେ ମିଳିବ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *