ଆସନ୍ତା ୨ଦିନ ପ୍ରବଳ ବର୍ଷା ହେବ ଲଘୁଚାପ ପ୍ରଭାବ | ଏହି ଜିଲ୍ଲାକୁ ରହିଛି ବନ୍ୟା ବିପତ୍ତି

batya

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତା 24 ଘଣ୍ଟାରେ 10 ଜିଲ୍ଲା ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ବଙ୍ଗୋପସାଗରେ ସୃଷ୍ଟି ହୋଇଛି ଲଘୁଚାପ ଏହି ନେଇ ସତର୍କ କରେଇଛି ପାଣିପାଗ ବିଭାଗ । ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଅପଡେଟ ଜାଣିବା ଓଡିଶା ର କେଉଁ ଜିଲ୍ଲା ମାନଙ୍କରେ ବର୍ଷା ର ପ୍ରଭାବ ଜାରି ରହିବ । ଉତ୍ତର ପଶ୍ଚିମ ବଙ୍ଗୋପ ସାଗର ରେ ଗତ କାଲି ସୃଷ୍ଟି ହୋଇଥିବା ସାଇକ୍ଲୋନିକ୍ ସର୍କୁଲେସନ ଏକ ଲଘୁଚାପ ରେ ପରିଣତ ହୋଇଛି ।

Heavy rain

ତେବେ ଏହି ଲଘୁଚାପ ପ୍ରଭାବ ରେ ବର୍ତମାନ ସମୟ ରେ ବଦଳୁଛି ପାଗ ଏବଂ କେତେକ ସ୍ଥାନ ରେ ବର୍ଷା ହୋଇସାରିଥିବା ବେଳେ ଆସନ୍ତା 14 ତାରିଖ ଯାଏ ଏହାର ପ୍ରଭାବ ଲାଗିରହିବ ବୋଲି ତଥା ଆଜି ରବିବାର ଏବଂ ସୋମବାର ପ୍ରବଳ ମାତ୍ରା ରେ ବର୍ଷା ହେବ ବୋଲି କହିଛି ପାଣିପାଗ ବିଭାଗ ।

ତେବେ ପାଣିପାଗ ବିଭାଗ ର ସୂଚନା ଅନୁସାରେ ଆଜି ରାଜ୍ୟ ରେ ଅଧିକାଶଂ ଅଞ୍ଚଳ ରେ ବର୍ଷା ସମ୍ଭାବନା ରହିଛି । ତେବେ କୋରାପୁଟ , ମାଲକାନା ଗିରି , ଗଞାମ୍ , ଗଜପତି , କନ୍ଦ୍ରାପଡା ରେ ପ୍ରବଳ ବର୍ଷା ହେବ । ଏହା ସହିତ ପୁରୀ , ଖୋର୍ଦ୍ଧା , ଜଗତସିହଂ ପୁର , କଟକ, କେନ୍ଦ୍ରାପଡା , ନୟାଗଡ , ଭଦ୍ରକ , ଜାଜପୁର ଜିଲ୍ଲା ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

rains

ତେବେ କନ୍ଧମାଳ , ଢେଙ୍କାନାଳ , ବାଲେଶ୍ୱର ,କଳାହାଣ୍ଡୀ , ସୋନପୁର , ଏବଂ ବୈଦ୍ଧ ରେ ସ୍ଥାନେ ସ୍ଥାନେ ପ୍ରବଳ ରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହି ଲଘୁଚାପ ପ୍ରଭୀବ ରେ ସମୁଦ୍ର ବି ଅଶାନ୍ତ ରହିବ । 17 ତାରିଖ ଯାଏ ସମୁଦ୍ର ଜୁଆରିଆ ରହିବ ଓଡିଶା ସମୁଦ୍ର ଉପକୂଳ ରେ 45 ରୁ 55 କିଲୋମିଟର ରେ ପବନ ବି ବୋହିବ । ସେହି ପରି ମତ୍ସ୍ୟଜିବି ମାନଙ୍କୁ ସମୁଦ୍ରକୁ ଯିବା ପାଇଁ ମନାକରି ଦିଆଜାଇଛି । ସମୁଦ୍ର ଅଶାନ୍ତ ରହୁଥିବାରୁ ବେଳାଭୂମି ବୁଲିବାକୁ ମଧ୍ୟ ବାରଣ କରାଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *