ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ବାଗତ ଜଣାଉଛୁ । ବନ୍ଧୁଗଣ ପ୍ରକୃତି ଠାରୁ ଆମକୁ କେତେବେଳେ ଖୁସି ମିଳିଥାଏ ତ କେତେବେଳେ ଦୁଃଖ ମିଳିଥାଏ । କଥାରେ ଅଛି ଜଳ ବିହୁନେ ସର୍ବନାଶ ,ଜଳ ବହୁଳେ ସର୍ବନାଶ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅବପାତର ରୂପ ନେଇଛି । ଅବପାତର ରୂପ ନେବା ପରେ ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା ଜାରୀ ରହିଛି , ସେଥିପାଇଁ ପାଣିପାଗ ବିଭାଗ ସତ୍ତର୍କ ସୂଚନା ଜାରି କରିଛି । ଏନେଇ ପାଣିପାଗ ବିଭାଗ ୭ ଜିଲ୍ଲାକୁ ରେଡ଼ ୱାର୍ଣ୍ଣିଂ , ୬ ଜିଲ୍ଲାକୁ ଅରେଞ୍ଜ, ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରୀ କରିଛି ।
ଯେଉଁଥିପାଇଁ ଭୁବନେଶ୍ୱର ସ୍ମାର୍ଟ ସିଟି ରେ ଲଗାତାର ବର୍ଷା ଜାରି ରହିଛି , ଯାହାଫଳରେ ରାସ୍ତାରେ ପାଣି ଜମିବା କାରଣରୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି । ଚଳିତ ବର୍ଷ ଠାରୁ ଏହା ସବୁଠାରୁ ବଡ଼ ଲଘୁଚାପ ବୋଲି ପାଣିପାଗ ଵିଶେଷଜ୍ଞ ମତ ଦେଇଛନ୍ତି । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବା ପରେ ଆସନ୍ତା ୩ ଦିନ ଯାଏଁ ଓଡ଼ିଶାରେ ବର୍ଷା ଜାରୀ ରହିବ , ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ପାଣିପାଗ ବିଭାଗ ୱାର୍ଣ୍ଣିଂ ଜାରି କରିଛି ।
ପୁରୀ, ଖୋର୍ଦ୍ଧା, କଟକ , ଜଗତସିଂହପୁର,କେନ୍ଦ୍ରାପଡା, କଟକ, ଢେଙ୍କାନାଳ ଓ ନୟାଗଡ଼ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଓ ଏହି ସମସ୍ତ ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ସେହିପରି ଗଂଜାମ, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଯାଜପୁର ଓ ଭଦ୍ରକ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରୀ କରାଯାଇଥିବା ବେଳେ କଳାହାଣ୍ଡି ,ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଦେଓଗଡ଼, କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ବର ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରୀ ହୋଇଛି ।
ଏହି ସମୟରେ ସମୁଦ୍ର ପତନରେ ପବନର ବେଗ ୫୫-୬୫ ହୋଇପାରେ , ଯେଉଁଥିପାଇଁ ମତ୍ସ୍ୟଜିବିଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି । ତେବେ ଲଗାତାର ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନରେ ପାଣି ଜମୁଥିବା ବେଳେ ରାଜ୍ୟରେ ଆକସ୍ମିକ ବନ୍ୟା ସ୍ଥିତି ମଧ୍ୟ ଉପୁଜିପାରେ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଆଜି ଉପକୂଳ ଏବଂ ଆସନ୍ତାକଲି ଆଭ୍ୟନ୍ତରୀଣ ଜିଲ୍ଲାର ଅନେକ ସ୍ଥାନରେ ଯଥେଷ୍ଟ ପରିମାଣର ବର୍ଷା ହେବ ।
ଚଳିତ ବର୍ଷ ଏହି ଲଘୁଚାପ ସବୁଠାରୁ ବଡ଼ ଲଘୁଚାପ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳ ମତ ରଖିଛନ୍ତି । ଲଗାତାର ବର୍ଷା ଲାଗି ରହିଥିବାରୁ କଚ୍ଚା ଘରେ ରହିଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପାଣିପାଗ ବିଭାଗ ସୂଚନା ଦେଇଛି । ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆସନ୍ତା ୧୮ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି କିନ୍ତୁ ଏହା ସେତେଟା ପ୍ରଭାବ ପକାଇବ ନାହିଁ ବୋଲି ପାଣିପାଗ ବୈଜ୍ଞାନିକ କହିଛନ୍ତି ।
ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣାଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ୍ ମାନଙ୍କୁ ସହିତ ସେୟାର କରି ଦେବେ ।