ମାଡି ଆସୁଛି ଆଉ ଏକ ବିପଦ ବାତ୍ୟା “ଲାରୀ , ଏହି ଦିନ ହେବ ଓଡିଶାରେ ମାଡ।

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ବାଗତ ଜଣାଉଛୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଜାଣିଥିବେ ସବୁବେଳେ ପାଣିପାଗର ପରିବର୍ତ୍ତନ ହୋଇଥାଏ , ଯେଉଁଥିପାଇଁ ଆମକୁ ଅନେକ ସମୟରେ ଲାଭ ହେବା ସହ ଅନେକ ସମୟରେ କ୍ଷତି ମଧ୍ୟ ହୋଇଥାଏ । କରୋନା ସମୟରେ ଆଉ ଏକ ବିପଦ ମାଡି ଆସୁଛି ଭୟଙ୍କର ବାତ୍ୟା ରୂପରେ । ଆଟଲାଣ୍ଟିକ ମହାସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ବାତ୍ୟାର ରୂପ ନେଇ ମାଡି ଆସୁଛି ।

ଶୁକ୍ରବାର ଅପରାହ୍ନରେ ଏହା ବାତ୍ୟାର ରୂପ ନେଇ ସ୍ଥଳ ଭାଗ ଆଡକୁ ମୁହାଁଉଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ସୃଷ୍ଟି ହେଇଥିବା ସେହି ବାତ୍ୟା ର ନାମ ହେଉଛି “ଲାରୀ” । ବାତ୍ୟା ‘ଲାରୀ’ ଗୁରୁବାର ବରମୁଡା ଅତିକ୍ରମ କରିଥିଲା । ଏହାର ପ୍ରଭାବରେ ଅନେକ ସ୍ଥାନରେ ବର୍ଷା ସହିତ ପବନ ଆରମ୍ଭ ହୋଇଗଲାଣି । ଆକ୍ୟୁ ଓ୍ୱେଦରର ରିପୋର୍ଟ ଅନୁସାରେ, ଏହା ଶନିବାର ରାତିରେ ଆଟଲାଣ୍ଟିକ୍ କାନାଡାର ନ୍ୟୁଫାଉଣ୍ଡଲ୍ୟାଣ୍ଡ ଦ୍ୱୀପରେ ଲ୍ୟାଣ୍ଡଫଲ୍ କରିବ ।

Heavy rain

ଏହାର ପ୍ରଭାବରେ ଭୀଷଣ ପବନ ଓ ବର୍ଷା ରହିବ ।ଏହା ଧିରେଧିରେ ପୂର୍ବ ଉପକୂଳରେ ପ୍ରଭାବ ପକାଇବ ଓ ଭିଷଣ ପବନ ସହିତ ବର୍ଷା ହେବ ବୋଲି କାନାଡା ହରିକେନ୍ ସେଣ୍ଟର ସତର୍କ ସୂଚନା ଜାରି କରିଛି । ଦକ୍ଷିଣ ପୂର୍ବ ନ୍ୟୁଫାଉଣ୍ଡବର୍ଗର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ଓ ବାତ୍ୟାର ପ୍ରଭାବ ରହିବା ପର୍ଯ୍ୟନ୍ତ ଶୁଖିଲା ଖାଦ୍ୟ ସହିତ ସୁରକ୍ଷିତ ସ୍ଥାନକୁ ଯିବାକୁ ସୂଚନା ଦେଇଛନ୍ତି ।

ବାତ୍ୟା “ଲାରି ” ପ୍ରଭାବରେ ଘଣ୍ଟା ପ୍ରତି ୧୩୦ କିମି ବେଗରେ ପବନ ବହୁଛି , କିନ୍ତୁ ଏହା କ୍ରମଶଃ ବଢ଼ି ୧୫୦ କିମି ବେଗରେ ପବନ ବହିବ । ଶୁକ୍ରବାର ଏହା କାନାଡା ଉପକୂଳଠୁ ୧୩୫ କିମି ଦୂରରେ ଥିଲା ଓ ଘଣ୍ଟା ପ୍ରତି ୪୭ କିମି ବେଗରେ ଉପକୂଳ ଆଡକୁ ମାଡି ଆସୁଛି । ବରମୁଡା ଅତିକ୍ରମ କରିବା ସମୟରେ ଘଣ୍ଟା ପ୍ରତି ପବନର ବେଗ ୧୬୫ କିମି ରହିଥିଲା ।

rain

ଏବେ କାନାଡା ଉପକୂଳରେ ଉଚ୍ଚ ଜୁଆର ଆସୁଛି , ସେଥିପାଇଁ ସମୁଦ୍ରରେ ଗାଧୋଇବା ଓ ମାଛ ଧରିବା ପାଇଁ ମନା କରାଯାଇଛି । ଆକ୍ୟୁ ଓ୍ୱେଦର ବରିଷ୍ଠ ଗବେଷକ ରବ୍ ମିଲର କହିଛନ୍ତି ଯେ, ଲ୍ୟାଣ୍ଡଫଳ ବେଳେ ପବନର ବେଗ ଅଧିକ ରହିବ , ସେଥିପାଇଁ ବ୍ୟାପକ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି ଓ ଏହା ସ୍ଥଳଭାଗ ଛୁଇଁବା ପରେ ଧିରେଧିରେ ପବନର ବେଗ କମିଯିବ । ବାତ୍ୟା ଲାରୀ ର ମୂକାବିଲା କରିବା ପାଇଁ ପ୍ରଶାସନ ସଜାଗ ସୋଇ ରହିଛି , ସେଥିପାଇଁ ଲୋକଙ୍କୁ ଭୟଭୀତ ନହେବାକୁ ସୂଚନା ଦେଇଛନ୍ତି ।

ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣାଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ୍ ମାନଙ୍କୁ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *