ସ୍ତନ୍ୟ ପାନ କରେଇବାବେଳେ ସାବଧାନତା।

momi

ସାଙ୍ଗମାନେ ଆପଣ ମାନେ ତ ଜାଣିଥିବେ ଯେ ସ୍ତନ୍ୟପାନ ଶିଶୁ ପାଇଁ କେତେ ଜରୁରୀ ଅଟେ। କିନ୍ତୁ କିଛି ମହିଳା ଏହାକୁ ସଠିକ ଉପାୟରେ କରେଇ ନଥାନ୍ତି। ସାଙ୍ଗମାନେ ସ୍ତନପାନ କରେଇବା ସମୟରେ କିଛି କଥା ଧ୍ୟାନ ରଖିବା ଉଚିତ। ନଚେତ ଏହା ଆପଣଙ୍କ ଶିଶୁ ଉପରେ ଖରାପ ପ୍ରଭାବ ପକାଇ ପାରେ। ବନ୍ଧୁଗଣ ଆଜି ମୁଁ ଆପଣ ମାନଙ୍କୁ କହିବି ଯେ ଆପଣ ସଠିକ ଭାବେ କିପରି ଆପଣଙ୍କ ଶିଶୁକୁ ସ୍ତନପାନ କରେଇବେ। ଏହାଦ୍ବାରା ଆପଣଙ୍କ ଶିଶୁ ଉପରେ ବହୁତ ଭଲ ପ୍ରଭାବ ପଡ଼ିବ।

ସ୍ତନ୍ୟ ପାନ କରେଇବା ବେଳେ ମା ମାନଙ୍କର ସତର୍କତା। ମା ମାନେ ଠିକ ସମୟରେ ଶିଶୁର ସ୍ତନ ପାନ ଅଭ୍ୟାସ କରିବା ଉଚିତ। ପ୍ରଥମ ଥର ସ୍ତନ୍ୟ ପାନ କରେଇବା ସମୟରେ ମା ପୂର୍ବ ଦିଗକୁ ମୁହଁ କରି ସ୍ତନ କୁ ପାଣିରେ ଧୋଇଦେଇ,ପ୍ରଥମେ ଶିଶୁକୁ ଡାହାଣ ସ୍ତନ ପାନ କରେଇବା ଉଚିତ। ସ୍ତନ୍ୟ ପାନ କରେଇବା ସମୟରେ ମା ମାନେ ଖୁସି ମନରେ ରହିବା ଉଚିତ। ଏହା ଦ୍ଵାରା ବେଶୀ କ୍ଷୀର ଝରିଥାଏ। ବିରକ୍ତି ଭାବ ପ୍ରକାଶ କଲେ ଏହାର ପ୍ରଭାବ ଶିଶୁ ଉପରେ ପଡ଼ିଥାଏ। ଶୋଇ କରି ସ୍ତନ୍ୟ ପାନ ନ କରାଇ କୋଳରେ ଧରି ସିଧା ହୋଇ ବସି ସ୍ତନ ପାନ କରିବା ଉଚିତ। କାରଣ ଶୋଇବା ଅବସ୍ଥାରେ କ୍ଷୀର ପାନ କରାଇବା ବେଳେ ସ୍ତନର ଚାପ ଶିଶୁର କାନ ଉପରେ ପଡ଼ିଥାଏ।

mom

ଯାହା ଫଳରେ ଶିଶୁ ଅଣ ନିଶ୍ବାସ ହୋଇ ମୃତ୍ୟୁ ମୁଖରେ ପଡ଼ିବାର ସମ୍ଭାବନା ଥାଏ। ଶିଶୁ ସ୍ତନ୍ୟ ପାନ କରିବା ବେଳେ ଧୁମ୍ରପାନ କରୁଥିବା ବ୍ୟକ୍ତି ଦୂରେଇ ରହିବା ଏକାନ୍ତ ଆବଶ୍ୟକ। ଗୋଟିଏ ସ୍ତନର କ୍ଷୀର ନ ପିଆଇ ଦୁଇଟି ଯାକ ସ୍ତନର କ୍ଷୀର ପିଏଇବାକୁ ଦେବା ଉଚିତ। ଏହା ଦ୍ଵାରା ଦୁଇଟି ଯାକ ସ୍ତନରୁ ଠିକ ପରିମାଣର କ୍ଷୀର ନିର୍ଗତ ହୁଏ।

ଯେଉଁ ମାନେ କ୍ୟାନ୍ସର କିମ୍ବା ଏଡ୍ସ ରୋଗ ଭୋଗୁଥିବା ସେମାନେ ସ୍ତନ ପାନ କରେଇବା ଉଚିତ ନୁହେଁ। ଶିଶୁକୁ ପ୍ରତି ଦୁଇ ଘଣ୍ଟାରେ କ୍ଷୀର ପାନ କରେଇବା ଭଲ। ୨୪ ଘଣ୍ଟାରେ ଶିଶୁକୁ ୧୦ ରୁ ୧୨ ଥର କ୍ଷୀର ପାନ କରିବା ଭଲ। ଶିଶୁକୁ କ୍ଷୀର ଦେବା ପୂର୍ବରୁ ସ୍ତନର ନିପଲକୁ ପରିଷ୍କାର ଭାବରେ ଧୋଇବା ଆବଶ୍ୟକ ନଚେତ ଶିଶୁର ପାଟିରେ ଘା ହେଇପାରେ।

ଯାଆଁଳା ଶିଶୁ ହୋଇଥିଲେ,କୋଳରେ ଦୁଇଟି ଯାକ ଶିଶୁକୁ ଧରି ଉଭୟଙ୍କୁ ସ୍ତନ ପାନ କରିବା ଉଚିତ। ପ୍ରତ୍ୟକ ମା ଶିଶୁକୁ ୬ ମାସ ପର୍ଯ୍ୟନ୍ତ ଯଥେଷ୍ଟ କ୍ଷୀର ପାନ କରିବା ଉଚିତ। ଯଦି ଆପଣଙ୍କୁ ସ୍ତନପାନ କରେଇବା ସମୟରେ କିଛି ଅସୁବିଧା ଉପୁଜେ ତ ଆପଣ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।

Leave a Reply

Your email address will not be published. Required fields are marked *