ତେବେ ଆଜି ଆଉ ଏକ ବଡ଼ ଖବର ବାବଦରେ ଆମେ କହିବାକୁ ଯାଉଛୁ ଯାହା କି ଆପଣଙ୍କର ଶୁଣିବା ନିହାତି ଦରକାର। ତେବେ ଆପଣ ଯେପରିକି ଜାଣନ୍ତି କି ଏହି ଓୟୋ ତଥା ଅନ୍ୟାନ୍ୟ ହୋଟେଲ ବ୍ୟାପାର ମାନଙ୍କରେ କିଭଳି ରୂପେ ଆମର ଅନେକ ବେଆଇନ କାରବାର ହେଇଥାଏ। ତାହା ବାବଦରେ ଆପଣଙ୍କ ପାଖରେ ଆଉ ଏକ ଖବର ଆସିବାକୁ ଯାଉଛି। ତେବେ ଆସନ୍ତୁ ଏହା ବାବଦରେ ଅଧିକ ଚର୍ଚ୍ଚା କରିବା।
ତେବେ ବଙ୍ଗୀୟ ମହିଳା ମାନଙ୍କର ଅଏସ ତଥା ଆରାମ ଚାଲିଥିଲା। ଦେହ ବଙ୍ଗାଳି ଥିଲା ମାତ୍ର ମନ ଥିଲା ଓଡ଼ିଆ। ତେବେ କଳିଙ୍ଗନଗରର ଏକ ହୋଟେଲ ଯାହା ଆଗରେ ଓୟୋ ଲେଖା ଯାଇଥିଲା ସେହିଠାରେ ହିଁ ଏହିପ୍ରକାର କାରିନାମା ଚାଲିଥିଲା। ଅନଲାଇନରେ ହୋଟେଲ ବୁକିଙ୍ଗ ଚାଲିଥିଲା ଆଉ ତାହାପରେ ସେଠାରେ ସାଙ୍ଗେ ସାଙ୍ଗେ ହି ମହିଳାଙ୍କର ଫୋଟୋ ଗ୍ରାହକଙ୍କ ମୋବାଇଲକୁ ଆସି ଯାଉଥିଲା। ଏହାପରେ ଗ୍ରାହକ ଚାଲି ଯାଉଥିଲେ ଉପଭୋଗ କରିବା ପାଇଁ ଆଉ ଚାଲିଥିଲା ଏହିଭଳି କାରିନାମା।
ତେବେ କଳିଙ୍ଗନଗର ଠାରେ ଥିବା ଏହି ହୋଟେଲରେ ଚାଲିଥିଲା ଏହି କାରିନାମା। ଏହାର ଭିଜିଟିଂ କାର୍ଡରେ ଲେଖା ଥିଲା ବୈବାହିକ ଫଁକ୍ସନ ତଥା ଅନ୍ୟାନ୍ୟ ପବିତ୍ର କାର୍ଯ୍ୟ। ମାତ୍ର ଚାଲିଥିଲା ଦେହ ବ୍ୟବସାୟ। ରହିଥିଲା ମଦ ବୋତଲ, ଆହୁରି ଅନେକ ନିଶା ଦ୍ରବ୍ୟ ଆଉ ରହିଥିଲା ସିଗାରେଟ ତଥା ଅନ୍ୟାନ୍ୟ ବିବାଦୀୟ ସାମଗ୍ରୀ। ଗତକାଲି ରେଡ଼ ପଡିବା ପରେ ମାଲିକ ହେଇ ଯାଇଛନ୍ତି ଫେରାର ଆଉ ମାସିକ ଦରରେ ଆସିଥିଲେ ବଙ୍ଗୀୟ ଯୁବତୀ। ସେମାନଙ୍କୁ ଧରିବା ପରେ ଏବେ ମାଲିକ ଫେରାର ହେଇ ଯାଇଛନ୍ତି।
୧୮-୨୦ ବର୍ଷର ବଙ୍ଗୀୟ ଯୁବତୀ ମାନଙ୍କୁ ଏଠାକୁ ଅଣା ଯାଇଥିଲା କେବଳ ଯୁବକ ମାନଙ୍କର ଦେହ ବ୍ୟବସାୟ ପାଇଁ। ନାଇଟ କିମ୍ବା ହୋଟେଲ ବାହାରକୁ ଗଲେ ସେମାନଙ୍କ ଦର ଥିଲା ୫୦୦୦ ଟଙ୍କାରୁ ୧୦୦୦୦ ଟଙ୍କା। ଏପରିକି କିଛି ଜଣା ଶୁଣା କଷ୍ଟମର ମାନେ ବାକି ରଖି ମଧ୍ୟ ସେହି ମହିଳା ମାନଙ୍କର ବ୍ୟବହାର କରୁଥିଲେ। ରେଡ଼ ସମୟରେ କାର,ବୁଲେଟ, ସ୍କୁଟି ତଥା ଆପତ୍ତିଜନକ ସାମଗ୍ରୀ ଜବତ କରା ଯାଇଛି।
ଅନଲାଇନରେ ଓୟୋ ହୋଟେଲ ବୁକଇଁ କରା ଯାଇଥାଏ ମାତ୍ର ଏମାନେ ଯେଉଁ କାର୍ଯ୍ୟ କରୁଥିଲେ ତାହା ଭିତରେ ସେମାନଙ୍କର ହୋଟେଲ ବୁକିଂ କରା ଯାଉଥିଲା ଆଉ ସେମାନେ ନିଜେ ହିଁ ଗ୍ରାହକ ଯୋଗାଡ଼ କରୁଥିଲେ ଆଉ ତାହାପରେ ସେମାନଙ୍କୁ ନିଜର ଗ୍ରାହକ ମାନଙ୍କୁ ଦେଉଥିଲେ।
ଏହି କାରବାର ଦେଖିଥିଲେ ହୋଟେଲକୁ ଆସିଥିବା ଜଣେ ଦମ୍ପତ୍ତି। ଏହାପରେ ସେମାନେ ପୋଲିସକୁ ଗୁପ୍ତ ସୂଚନା ଦେଇଥିଲେ ଆଉ ତାହାପରେ ପୋଲିସ ନିଜର ପେଟ୍ରୋଲିଂ ପାଇଁ ଆସୁଥିବା ଦେଖି ମାଲିକ ଦୌଡ଼ି ପଳାଇ ଥିଲେ। ତାହାପରେ ପୋଲିସ ହୋଟେଲ ବଜିତରକୁ ଯାଇ ଜଣେ ଦଲାଲ ତଥା ଆଉ ୮ ଜଣ ଯୁବତୀଙ୍କୁ ଧରିବାରେ ସକ୍ଷମ ହେଇଥିଲେ। ହୋଟେଲ ମାଲିକ ସଂଗ୍ରାମ ସିଂ ଏବେ ଫେରାର ଅଛନ୍ତି।