ନମସ୍କାର ବନ୍ଧୁଗଣ, ଆପଣଙ୍କୁ ଆମ ନ୍ୟୁଜପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ, ଆଗକୁ ବିବାହ ଏବଂ ପାର୍ବଣର ଋତୁ ଆସୁଥିବାରୁ ଆଗକୁ ସୁନାଦର ପ୍ରାୟ 5-7 ହଜାର ବୃଦ୍ଧି ହେବା ନେଇ ଅନୁମାନ କରାଯାଉଛି। ତେବେ ଆଜି ଡଲାର ତୁଳନାରେ ଶକ୍ତିଶାଳୀ ହୋଇଛି ଭାରତୀୟ ଟଙ୍କା ଏବଂ ସକରାତ୍ମକ ବିଶ୍ୱସ୍ତରୀୟ ସୂତ୍ର ଯୋଗୁଁ ଆଜି ଭାରତରେ ସୁନା ଓ ରୂପା ମୂଲ୍ୟ ହ୍ରାସ ପାଇଛି।
ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ଅକ୍ଟୋବର ଫ୍ୟୁଚରରେ ସୁନା ମୂଲ୍ୟ 10 ଗ୍ରାମରେ 0.29 ପ୍ରତିଶତ ହ୍ରାସ ପାଇଛି। ସେପ୍ଟେମ୍ବର ଫ୍ୟୁଚର ରୂପା ମୂଲ୍ୟ କିଲୋଗ୍ରାମରେ 0.17 ପ୍ରତିଶତ ହ୍ରାସ ପାଇଛି ।
ସୋମବାର ଦିନ ଭାରତୀୟ ଡଲାର ଆମେରିକୀୟ ଡଲାର ତୁଳନାରେ 10 ସପ୍ତାହର ସର୍ବୋଚ୍ଚ ସ୍ତରରେ ପହଞ୍ଚି ସୁନା ଆମଦାନୀକୁ ଶସ୍ତା କରିପାରିଛି।
ଭାରତରେ ସୁନା ମୂଲ୍ୟରେ 10.75 ପ୍ରତିଶତ ଆମଦାନୀ ଶୁଳ୍କ ଏବଂ 3 ପ୍ରତିଶତ ଜିଏସ୍ଟି ଅନ୍ତର୍ଭୁକ୍ତ । ପୂର୍ବ ଅଧିବେଶନରେ ସୁନା 10 ଗ୍ରାମ ପିଛା ପ୍ରାୟ 300 ଟଙ୍କା ବୃଦ୍ଧି ହୋଇ ଏକ ମାସର ଉଚ୍ଚତାରେ ପହଞ୍ଚିଛି।
ସୋମବାର, ସେପ୍ଟେମ୍ବର ମାସରେ MCX ଉପରେ ଫ୍ୟୁଚର ସୁନା 137 ଟଙ୍କା ହ୍ରାସ ପାଇ 10 ଗ୍ରାମ ପ୍ରତି 47,401 ଟଙ୍କା ହୋଇଛି। ସ୍ପଟ୍ ସୁନା 0.2 ପ୍ରତିଶତ ବୃଦ୍ଧି ହୋଇ 1,819.17 ଡଲାରରେ ପହଞ୍ଚିଛି।
ଭୁବନେଶ୍ୱରରେ ସୋମବାର ଦିନ ସୁନାଦର 47,150 ଥିଲା ବେଳେ ଆଜି ସୁନା 47,330 ଟଙ୍କା ରହିଛି। ତେବେ ଗତ 4 ମାସ ଭିତରେ ସୁନାଦର ରେ 3000ଟଙ୍କା ହ୍ରାସ ଆସିଛି। ଯାହାକି ଗ୍ରାହକ ମାନଙ୍କ ପାଇଁ ଏକ ଖୁସିର ଖବର ଅଟେ।
ଏଥି ସହିତ ସେପ୍ଟେମ୍ବର ଫ୍ୟୁଚର ରୂପା ମୂଲ୍ୟ କିଲୋଗ୍ରାମ ପିଛା 63,480 ରୁ 105 ଟଙ୍କା ହ୍ରାସ ପାଇଛି। ଆନ୍ତର୍ଜାତୀୟ ବଜାରରେ ରୂପା ମୂଲ୍ୟ 0.3 ପ୍ରତିଶତ ବୃଦ୍ଧି ହୋଇ 24.07 ଡଲାରରେ ପହଞ୍ଚିଛି।ତେବେ ବନ୍ଧୁଗଣ ଏଭଳି ଅଧିକ ଜରୁରୀ ସୂଚନା ପାଇଁ ତଳେ ଆମ ପେଜ୍ କୁ ଲାଇକ କରନ୍ତୁ।ଧନ୍ୟବାଦ।