ଓଡିଶାକୁ ମାଡି ଆସୁଛି ବିପତ୍ତ – ସମୁଦ୍ର ଜଳରେ ବୁଡିଯିବ ଏହି ସବୁ ଜିଲ୍ଲା ।

ଆଜି ଆମେ ଆପଣଙ୍କ ପାଖରେ ଏକ ବଡ଼ ଗୁରୁତ୍ୱପୁର୍ଣ ଖବର ବାବଦରେ କଥା ହେବାକୁ ଯାଉଛୁ। ଆଜି ଆମେ କହିବାକୁ ଯାଉଛୁ ବିଶ୍ୱ ଉତ୍ତାପନ ବାବଦରେ। ଆପଣ ବିଶ୍ୱ ଉତ୍ତାପନ ବାବଦରେ ଭଲ ଭାବରେ ଜାଣି ହି ଥିବେ। ମାତ୍ର ଆପଣଙ୍କ ଜାଣିବାକୁ ହେବ କି ଆମ ଭାରତର ଅନେକ ଅଂଚଳ ଏପରି କି ପୁରୀ ମଧ୍ୟ ଏହାର ଶିକାର ହେବାରେ ଲାଗିଛି। ଏହି ବିଶ୍ୱ ଉତ୍ତାପନ ବର୍ତ୍ତମାନ ପୁରୀ ଜିଲ୍ଲାର ଉପକୂଳ ମାନଙ୍କୁ ପ୍ରଭାବିତ କରିବାରେ ଲାଗିଛି। ତେବେ ଏହା ବାବଦରେ ଆଜି ବଡ଼ ରିପୋର୍ଟ ଜାରି କରା ଯାଇଛି। ବିପଦରେ ଅଛି ପୁରୀ ଜିଲ୍ଲା। ଆସନ୍ତୁ ଆମେ ଏହା ବାବଦରେ ଆଉ ଡେରି ନକରି କଥା ହେବା ଆଉ ଆରମ୍ଭ କରିବା ଆଜିର ବଡ଼ ଖବର।

Sea

ଚାଷ ଜମି ଏବେ ପାଣିରେ ମଗ୍ନ ଅଛି। ଜମି ସାରା ଲୁଣି ପାଣି। ମାଡ଼ି ଆସୁଛି ଜୁଆର ଆଉ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି ଅସ୍ତରଙ୍ଗ ବ୍ଲକର ପାଳୁଅକଣି, ବେଳାଇ ପାଣି ଆଦି ଗ୍ରାମର ଗ୍ରାମବାସୀ। ସେପଟେ ପୁରୀ ଆଉ କୋଣାର୍କ ର ଉପକୂଳ ଅଂଚଳ ମାନଙ୍କରେ ଥିବା ଦର୍ଶନୀୟ ସ୍ଥାନ ମାନଙ୍କରେ ମଧ୍ୟ ପାଣି ମାଡ଼ି ଯିବାରେ ଲାଗିଛି।

ଇକୋରିଟି ଥିବା ସ୍ଥାନ ଗୁଡିକ ମାଟିରେ ମିଶି ଯାଇଛି ଆଉ ତାହା ଜଳମଗ୍ନ ହେବାରେ ଲାଗିଛି। ଏହା ଉପରେ ଏବେ ପଦକ୍ଷେପ ନେବାରେ ଲାଗିଛନ୍ତି ଆମ ଓଡ଼ିଶା ସରକାର। ଅନ୍ୟ ପଟରେ ଉପକୂଳ ମାନଙ୍କର ଅବକ୍ଷୟ ଅଟକାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ପର୍ବା ଆଉ ଏହି ଉପକୂଳ ମାନଙ୍କର ଅବକ୍ଷୟ ଅଟକାଇବା ପାଇଁ ଖୁବ ଶୀଘ୍ର ନିଷ୍ପତ୍ତି ଗ୍ରହଣ କରାଯିବ।

ତେବେ ତାଙ୍କର କର୍ମୀ ମାନଙ୍କୁ ପଚାରିବାରୁ ସେବତାଙ୍କର ମତଦାନ କଲେ। ତେବେ କର୍ମୀ ଜଣକ କହିଲେ,” ତାପମାତ୍ରା ବହୁତ ଅଧିକ ବଢି ଚାଲିଛି ଆଉ ଏହାଦ୍ୱାରା ସମୁଦ୍ର ପାଣି ବହୁତ ଜୋର ଜୋର ରେ ମାଡି ଆସୁଛି। ତେବେ ତାପମାତ୍ରା ବୃଦ୍ଧି ହେବା ଯୋଗୁଁ ସମୁଦ୍ରର ପାଣି ଗୁଡିକ ମାଡି ଆସି ଏବେ ସମୁଦ୍ର ଉପକୂଳବର୍ତ୍ତୀ କିଛି ଜଙ୍ଗଲ ସମୁଦ୍ର ପାଣିରେ ଲୀନ ହେବାକୁ ବସିଲାଣି।

Disaster is coming

ଏହାପରେ ଉପକୂଳର ମାଟି ଗୁଡିକ ମଧ୍ୟ କ୍ଷୟ ହେବାରେ ଲାଗିଛି ଆଉ ସରକାର ଯଦି ଏହା ବାବଦରେ କିଛି ବଡ଼ ପଦକ୍ଷେପ ଗ୍ରହଣ ନ କରନ୍ତି ତାହେଲେ ଆଉ କିଛି ଦିନ ପରେ ଏହି ପାଣି ସତରେ ଆମ ସମୁଦ୍ର ଗର୍ଭକୁ ଲୀନ କରିଦେବ ଆଉ ତାହା ଆମ ମାନଙ୍କ ପାଇଁ ଜମା ବି ଭଲ ହେବ ନାହିଁ।”

ଜିଲ୍ଲାପାଳ ସମର୍ଥ ବର୍ମା କହିଲେ, ” ପାଣିପାଗ ଉପରେ ତାପମାତ୍ରର ପ୍ରଭାବ ରହୁଛି ଆଉ ଏହି ପରିବର୍ତ୍ତନର ପ୍ରଭାବ ଅଲଗା ଅଲଗା ଜାଗା ମାନଙ୍କରେ ଦେଖିବାକୁ ମିଳୁଛି। ଏହାର ପ୍ରଭାବ ସଭିଙ୍କ ଉପରେ ରହୁଛି। ତେବେ ଉପକୂଳ ମାନଙ୍କରେ ବି ଏହାର ଖରାପ ପ୍ରଭାବ ପଡୁଛି।”

Leave a Reply

Your email address will not be published. Required fields are marked *