ବର୍ତ୍ତମାନର ବଡ଼ ଖବର ସୁନା ରୁପା ଗ୍ରାହକ ମାନଙ୍କ ପାଇଁ ଭଲ ଖବର ଶସ୍ତା ହେଲା ସୁନା ଏବଂ ରୂପା।ଗତବର୍ଷ କରୋନା ସମୟରେ ହୁ ହୁ ହୋଇ ବଢ଼ି ଚାଲିଥିଲା ସୁନାଦର କିନ୍ତୁ ଗତ ବର୍ଷ ତୁଳନାରେ ସୁନା ବର୍ତ୍ତମାନ ବହୁତ ଶସ୍ତା ରହିଛି। ବିଶେଷଜ୍ଞ ଙ୍କ ମତରେ ଆଗାମୀ ବର୍ଷ ଦୀପାବଳି କୁ ସୁନା ଭରି ୭୦ ହଜାର ଛୁଇଁପାରେ।
କମିଲା ସୁନା ଓ ରୂପା ଦର। ଗତ କିଛିଦିନ ଧରି ସୁନା-ରୂପା ଦର ହ୍ରାସ ପାଇଛି। ଆଜି Multi Commodity Exchange(MCX)ରେ ସୁନା ଓ ରୂପା ଉଭୟ ଦରରେ ହ୍ରାସ ଘଟିଛି। ଆଜି MCXରେ ସୁନା ୦.୨୦ ପ୍ରତିଶତ ହ୍ରାସରେ କାରବାର ଚାଲିଛି। ସେହିପରି ରୂପା ଦର ଆଜି ୦.୦୨% ହ୍ରାସ ପାଇଛି।
ଆଜି MCXରେ ସୁନା ପ୍ରତି ୧୦ ଗ୍ରାମକୁ ୦.୨୦ ପ୍ରତିଶତ ହ୍ରାସ ପାଇ ୪୭,୫୪୧ ଟଙ୍କାରେ କାରବାର ଚାଲି ଥିବାବେଳେ ରୂପା ପ୍ରତି କିଲୋକୁ ୦.୦୨% ହ୍ରାସ ପାଇ ୬୭,୩୬୦ ଟଙ୍କାରେ କାରବାର ଚାଲିଛି।
ଗତବର୍ଷ MCXରେ ୧୦ ଗ୍ରାମ ସୁନା ଦର ୫୬,୧୯୧ ଟଙ୍କା ରେକର୍ଡ ସ୍ତରରେ ପହଞ୍ଚିଥିଲା। ଆଜି MCXରେ ସୁନା ପ୍ରତି ୧୦ ଗ୍ରାମକୁ ୪୭,୪୭୦ ଟଙ୍କାରେ କାରବାର ଚାଲିଛି।
ଅର୍ଥାତ୍ ରେକର୍ଡ ସ୍ତରରୁ ବର୍ତ୍ତମାନ ୮,୫୦୦ ଟଙ୍କା ଶସ୍ତାରେ ମିଳୁଛି ସୁନା।Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୪୭,୮୭୦ ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୭,୪୦୦ ଟଙ୍କା ରହିଛି।
ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୪୬,୯୨୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୪୯,୧୩୦ ଟଙ୍କା ରହିଛି।
ତେବେ ବନ୍ଧୁମାନେ ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଲେଖା ଟି ପସନ୍ଦ ଆସିଥିବ ତେବେ ଏହାକୁ ଗୋଟିଏ ସେୟାର କରି ଦିଅନ୍ତୁ କାରଣ ଜ୍ଞାନ ବାଣ୍ଟିବା ଦ୍ୱାରା ବଢ଼ିଥାଏ। ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିଦିଅନ୍ତୁ।ଧନ୍ୟବାଦ।