ହନୁମାନଙ୍କ କୃପାରୁ ଆଜିଠାରୁ ଚମକିବ ଏହି ୬ଟି ରାଶିର ଭାଗ୍ୟ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିଙ୍କ ରାଶିରେ ବିରାଜମାନ କରୁଥିବା ଗ୍ରହ ନକ୍ଷତ୍ର ମନୁଷ୍ୟର ଜୀବନର ସଫଳତା ବିଫଳତା ନିର୍ଦ୍ଧାରଣ କରିଥାନ୍ତି। ତେବେ ଗ୍ରହ ନକ୍ଷତ୍ରମାନଙ୍କ ସଂଯୋଗ ମନୁଷ୍ୟକୁ ରାତାରାତି କୋଟିପତି ମଧ୍ୟ କରିଦେଇ ପାରେ। ତେବେ ଏହି ମଙ୍ଗଳବାର ଠାରୁ ୬ଟି ରାଶିର ଭାଗ୍ୟ ବଦଳିବାକୁ ଯାଉଛି।

ଏହି ଭାଗ୍ୟଶାଳୀ ରାଶି ମାନଙ୍କ ଉପରେ ପ୍ରଭୁ ହନୁମାନଙ୍କ କୃପାଦୃଷ୍ଟି ରହିବା ସହିତ ମଙ୍ଗଳଙ୍କ ଉଚ୍ଚ ପ୍ରଭାବ ରହିବ ଫଳରେ ଏହି ଲୋକମାନେ କୌଣସି ସ୍ଥାନରେ ହାରିବେ ନାହିଁ। ବ୍ୟାପାର ବାଣିଜ୍ୟରେ ପ୍ରଚୁର ଲାଭ କରିବେ। ବିଦ୍ୟାର୍ଥୀମାନେ ଉପକୃତ ହେବେ। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ରାଶିଫଳ।

hanuman

ମେଷ ରାଶି- ସମସ୍ତ ପ୍ରକାର ବ୍ୟବସାୟରେ ଉନ୍ନତି ଓ ଲାଭବାନ୍ ହୋଇ ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । ଶତୃ ବୃଦ୍ଧି ହେଲେ ମଧ୍ୟ ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳ ହେବେ । ପରୀକ୍ଷା ଓ ପ୍ରତିଦ୍ୱନ୍ଦିତାରେ ସଫଳତା ପାଇବେ । ପରିବାରରେ ଶାନ୍ତିର ବାତାବରଣ ଦେଖା ଦେବ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ସରକାରୀ କର୍ମଚାରୀ ମାନେ କର୍ମ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି ।

ବୃଷ ରାଶି – ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ । ଶରୀର ସୁସ୍ଥ ରହିବା ସହ ଦାମ୍ପତ୍ୟ ସୁଖରେ ଆନନ୍ଦିତ ହେବେ । ଅତ୍ୟଧିକ କଠିନ ପରିଶ୍ରମ କରିବା ଫଳରେ ବ୍ୟବସାୟରେ ଅର୍ଥ ପ୍ରାପ୍ତିର ସୁଯୋଗ ଆସିବ । ସରକାରୀ କର୍ମଚାରୀମାନେ ଗୁପ୍ତଶତୃଙ୍କ ଚକ୍ରାନ୍ତରେ ପଡ଼ିଲେ ମଧ୍ୟ ନିଜର ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ହେବ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ଶିକ୍ଷା କ୍ଷେତ୍ରରେ ସଫଳତା ଲାଭ କରିବେ ।

rasi

ମିଥୁନ ରାଶି -ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନରେ ଉନ୍ନତି ହେବ । ପରୀକ୍ଷା ଓ ପ୍ରତିଯୋଗିତାରେ ସଫଳ ହେବେ । ବ୍ୟବସାୟୀଙ୍କର କଠିନ ପରିଶ୍ରମ କରିବା ଫଳରେ କାରବାରର ବୃଦ୍ଧି ହେବା ସହ ଗ୍ରାହକ ମାନଙ୍କ ସମ୍ପର୍କରେ ଉନ୍ନତି ହେବ । କର୍ମଚାରିମାନେ ନାନାପ୍ରକାର ସଙ୍ଘର୍ଷ ମଧ୍ୟରେ ବାଟ ଚାଲିବେ । ମାଲିମୋକଦ୍ଦମାରେ ସମସ୍ୟା ସମାଧାନ ହୋଇ ମାନସମ୍ମାନ, ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ଅଧିକ ପରିଶ୍ରମ କରିବା ଫଳରେ ସ୍ୱାସ୍ଥ୍ୟରେ ମନ୍ଦ ପ୍ରଭାବ ପଡିବ ।

ତୁଳା ରାଶି – ସାମାଜିକ କାର୍ଯ୍ୟରେ ରୁଚି ବଢିବ । ଧନ ପାଇଁ କରୁଥିବା କାର୍ଯ୍ୟରେ ସଫଳତା ମିଳିବ । ଦୂରଯାତ୍ରାର ସୁଯୋଗ ପାଇ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । କାର୍ଯ୍ୟାଳୟ ଏବଂ ଘରେ ଦ୍ୱାୟିତ୍ୱ ବଢିଯିବ । କର୍ମଚାରୀ ଓ ଶ୍ରମିକମାନେ ଅଳ୍ପ ପରିଶ୍ରମ କରି ବେଶୀ ଉପକୃତ ହେବେ । ଜମିବାଡ଼ି ସଂକ୍ରାନ୍ତୀୟ, ମାଲିମୋକଦ୍ଦମାରେ ଭୟ ଆଶଙ୍କା ଦୂରେଇ ଯିବା ଫଳରେ ସମ୍ମାନର ସହିତ ଦିନ ବିତାଇବେ । ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା, ପ୍ରତିପତ୍ତି ବୃଦ୍ଧି ପାଇବ।

rasi

କୁମ୍ଭ ରାଶି – ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟ ସରଳତାରେ ପୂର୍ଣ୍ଣ ହେବ। କାର୍ଯ୍ୟାଳୟରେ ତଥା ବ୍ୟବସାୟ ସ୍ଥଳରେ ଆପଣଙ୍କ ପ୍ରତିଷ୍ଠାରେ ବୃଦ୍ଧି ହେବ। ପଦୋନ୍ନତିର ଯୋଗ ଅଛି। ଗୃହସ୍ଥଜୀବନରେ ଆନନ୍ଦର ବାତାବରଣ ରହିବ। ଶାରୀରିକ ହାନିର ଯୋଗ ହେବାରୁ ସମ୍ଭାଳିକରି ରୁହନ୍ତୁ। ମିତ୍ର ତଥା ସ୍ନେହୀଜନମାନଙ୍କ ସାଥିରେ ଭେଟ ହେବ। ମାନସିକ ରୂପରେ ଶାନ୍ତି ରହିବେ।

ମୀନ ରାଶି – ପାରିବାରିକ ତଥା ସାମାଜିକ କଥାଗୁଡ଼ିକରେ ବିଶେଷ ଲିପ୍ତ ରହିବେ। ମିତ୍ରମାନଙ୍କସହ ଭେଟ ହେବ ଏବଂ ତାଙ୍କ ଖର୍ଚ୍ଚ କରିବାକୁ ପଡ଼ିବ। ରମଣୀୟ ସ୍ଥାନକୁ ଯାତ୍ରା କରିବାର ସମ୍ଭାବନା ଅଛି। ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ଲାଭ ହେବ। ଜୀବନସାଥୀ ଇଚ୍ଛୁକଙ୍କୁ ଭଲ ଜୀବନସାଥୀ ମିଳିବାର ଯୋଗଅଛି। ତେବେ ବନ୍ଧୁଗଣ ଆଶା କରୁଛୁ ଯେ ଆପଣଙ୍କୁ ଏହି ଲେଖାଟି ପସନ୍ଦ ଆସିଥିବ ତେବେ ଏଭଳି ଅଧିକ ସୂଚନା ସର୍ବପ୍ରଥମେ ପାଇବାପାଇଁ ତଳେ ଆମ ପେଜ୍ କୁ ଲାଇକ କରନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *