ରାଜ୍ୟରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବ ସ୍କୁଲ।

ଆଜିର ପ୍ରମୁଖ ନ୍ୟୁଜ ସାମ୍ନାକୁ ଆସୁଛି ଯାହା ଛାତ୍ର ଛାତ୍ରୀଙ୍କ ପାଇଁ କିଛି ନୂଆ ଅପଡେଟ ଆଣିଛି। ଏଣିକି ରାଜ୍ୟରେ ଖୋଲିବ ଷଷ୍ଠ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ। ତେବେ କେବେ ଖୋଲିବ ଆଉ କଣ କଣ ଅପଡେଟ ରହିଛି ଜାଣିବା ପାଇଁ ଆମ ସହ ଯୋଡ଼ିହୋଇ ରୁହନ୍ତୁ। ଆସନ୍ତୁ ଜାଣିବା ରାଜ୍ୟର ଗଣ ଶିକ୍ଷା ମନ୍ତ୍ରୀ ସୋମ୍ୟରଞ୍ଜନ ଦାସ ଏହି ବିଷୟରେ କଣ ମତ ଦେଇଛନ୍ତି।

ରାଜ୍ୟରେ ସ୍କୁଲର ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବା ନେଇ ବଡ ପ୍ରତିକ୍ରିୟା ଦେଲେ ଗଣ ଶିକ୍ଷା ମନ୍ତ୍ରୀ ସୋମ୍ୟରଞ୍ଜନ ଦାସ। ତେବେ ମନ୍ତ୍ରୀ କହିଛନ୍ତି ଶିଶୁ ସୁରକ୍ଷା ଅଧିକାର ଆୟୋଗର ରିପୋର୍ଟ ଆମର ହସ୍ତଗତ ହେଇଛି। ତେବେ ରିପୋର୍ଟ ମିଳିବା ପରେ ଏନେଇ ତର୍ଜମା କରାଯିବ।

samya

ତେବେ କୋଭିଡ଼ର ତୃତୀୟ ଳହର ଏବଂ ଶିଶୁଙ୍କ ଆକ୍ରାନ୍ତ ସାମ୍ନାକୁ ଆସିଥିବାରୁ ଏନେଇ ତର୍ଜମା କରାଯିବ। ଏହାପରେ ଯାହା ନିଷ୍ପତି ନିଆଯିବ ସେପଟେ ସ୍କୁଲ ଖୋଲିବା ନେଇ ମାଲକାନଗିରି ଜିଲ୍ଲା ଶିକ୍ଷକ ସଂଘ ମଧ୍ୟ ଦାବି କରିଛନ୍ତି। ତେବେ ସୂଚନା ଥାଉ କି ରାଜ୍ୟରେ କରୋନ ସ୍ଥିତିର ସୁଧାର ଆସିବା ପରେ ସରକାର ପାଠ ପଢା ନେଇ ବଡ ନିଷ୍ପତି ନେଇଥିଲେ।

ତେବେ ଜୁଲାଇ ୨୬ ରୁ ଦଶମ ଏବଂ ଦ୍ଵାଦଶ ଶ୍ରେଣୀ ଖୋଲିବା ବେଳେ ଅଗଷ୍ଟ ୧୬ ରୁ ନବମ ଶ୍ରେଣୀ ଖୋଲିଥିଲା ଗଣଶିକ୍ଷା ବିଭାଗ। ଏଥିନେଇ ସେପ୍ଟେମ୍ବର ୧୫ ରୁ ଏକାଦଶ ଖୋଲିପାରେ ବୋଲି ଗଣ ଶିକ୍ଷା ବିଭାଗ କହିଥିଲେ। ତେବେ ବର୍ତ୍ତମାନର ସ୍ଥିତିକୁ ବିଚାର କରି ରାଜ୍ୟ ଶିଶୁ ଆୟୋଗର ସ୍କୁଲ ଖୋଲିବାକୁ ସୁପାରିଶ କରିଛନ୍ତି।

ତେବେ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ଖୋଲିବ ପାଇଁ ଗଣ ଶିକ୍ଷା ବିଭାଗକୁ ଆୟୋଗ ସୁପାରିଶ କରିଥିବାର ସୂଚନା ମିଳିଛି। ଆଉ ଏହା ଛଡା ଏଣିକି ୟୁଟ୍ୟୁବରେ ପାଠ ପଢିବେ ଯୁକ୍ତ ୨ ପ୍ରଥମ ଆଉ ଦ୍ଵିତୀୟ ବର୍ଷର ଛାତ୍ର ଛାତ୍ରୀ। ତେବେ ପୂର୍ବରୁ ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କୁ ୟୁଟ୍ୟୁବରେ ପାଠ ପଢା ଯାଉଥିଲା କିନ୍ତୁ ବର୍ତ୍ତମାନ ଯୁକ୍ତ ୨ ଛାତ୍ର ଛାତ୍ରୀ ମାନଙ୍କୁ ୟୁଟ୍ୟୁବରେ ପାଠ ପଢ଼ାଇବା ପାଇଁ ଗଣ ଶିଖି ବିଭାଗ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ତେବେ କୋଭିଡ ସମୟରେ ପିଲା ମାନଙ୍କ ପାଠ ପଢା ସବୁଠୁ ପ୍ରଭାବିତ ହେଉଥିଲା ।

school

ତେବେ ବର୍ତ୍ତମାନ କୋଭିଡ ସ୍ଥିତିରେ କିଛିଟା ସୁଧାର ଆସିବାରୁ ରାଜ୍ୟରେ ଅଫ୍ଲାଇନ ପାଠ ପଢା ଅନୁମତି ଦେଇଛନ୍ତି ସରକାର ।ଏଥିପାଇଁ ସମଗ୍ର ରାଜ୍ୟରେ ଅଗଷ୍ଟ ୧୬ ଠାରୁ ନବମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ପାଖରୁ ପାଠ ପଢା ଆରମ୍ଭ ମଧ୍ୟ ହେଇଯାଇଛି। ତେବେ ଏହା ଛଡା ଷଷ୍ଠରୁ ଅଷ୍ଟମ ମଧ୍ୟ ବହୁତ ଜଲଦି ଖୋଲାଯିବ ବୋଲି ସରକାର କହିଛନ୍ତି। ତେବେ ଆମ ସୂତ୍ରରୁ ଜଣା ପଡୁଛି କି ସେପ୍ଟେମ୍ୱର ପ୍ରଥମ ସପ୍ତାହରେ ସ୍କୁଲ ଖୋଲିବାର ସମ୍ଭାବନା ରହିଛି । ତେବେ ଆପଣମାନେ ଜଣାନ୍ତୁ ସ୍କୁଲ ଷଷ୍ଠରୁ ଅଷ୍ଟମ ପର୍ଯ୍ୟନ୍ତ ଖୋଲିଲେ ଭଲ ହେବ କି ନାହିଁ।

Leave a Reply

Your email address will not be published. Required fields are marked *