ମାଗଣା ପାଠ ପଢା,ଖାଦ୍ୟ ଓ ୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା ଦ୍ଵାରା କରୋନାରୁ ଅନାଥ ହୋଇଥିବା ପିଲା ମାନଙ୍କୁ ସାହାଯ୍ୟ କରିବେ ମୋଦି ସରକାର। କୋଭିଡ ପ୍ରଭାବିତ ପରିବାରଙ୍କ ପାଇଁ ପ୍ରଧାମନ୍ତ୍ରୀଙ୍କ ବଡ଼ ଘୋଷଣା। ଏହି ଭାଇରସ କାରଣରୁ ପିତା ମାତାଙ୍କୁ ହରାଇଥିବା ପିଲା ମାନଙ୍କ ସହ ଏବେ କେନ୍ଦ୍ର ସରକାର ଛିଡ଼ା ହୋଇଛନ୍ତି। କୋଭିଡରେ ଅନାଥ ହୋଇଥିବା ପିଲାଙ୍କୁ ୫ ଲକ୍ଷ ଟଙ୍କାର ମାଗଣା ସ୍ବାସ୍ଥ୍ୟ ବୀମା ଦେବେ କେନ୍ଦ୍ର ସରକାର। କରୋନାରେ ଅନାଥ ହୋଇଥିବା ୧୮ ବର୍ଷ ପର୍ଯ୍ୟନ୍ତ ପିଲା ମାନଙ୍କୁ ଏହି ଯୋଜନାରେ ମାଗଣାରେ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବିମା ଦେବା ପାଇଁ କେନ୍ଦ୍ର ସରକାର ନିଷ୍ପତି ନେଇଥବା ଟ୍ୱିଟ କରି ସୂଚନା ଦେଇଛନ୍ତି।
ସେହି ପରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି କି ପ୍ରଧାନମନ୍ତ୍ରୀଙ୍କର ଏହି ଘୋଷଣା କିଭଳି ଭାବେ ଦେଶର ଆଗାମୀ ପିଢ଼ିକୁ ଉପକୃତ କରିବ ସେ ନେଇ ଟୁଇଟ କରି କହିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶର ବିକାଶ ପାଇ ସବୁ କିଛି କରା ଯାଉଛି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ପ୍ରଧାମନ୍ତ୍ରୀଙ୍କ ସହାୟତା ଓ ଜରୁରୀ କାଳୀନ ରିଲିଫ ପାଣ୍ଠିରୁ ଏହି ବୀମା ପ୍ରଦାନ କରାଯିବ ବୋଲି ଅନୁରାଗ ଠାକୁର କହିଛନ୍ତି।
ଏହା ଆୟୁଷ୍ମାନ ଯୋଜନା ଜରିଆରେ ଦିଆ ଯିବ। ୧୮ ବର୍ଷ ହେବା ପରେ ପାଇବେ ସେମାନେ ଷ୍ଟାଇପେଣ୍ଡ। ୨୩ ବର୍ଷ ହେଲେ ପିଏମ କେୟାରରୁ ପାଇବେ ସେମାନେ ୧୦ ଲକ୍ଷ ଟଙ୍କା। ପିଲା ମାନଙ୍କୁ ଉଚ୍ଚ ଶିକ୍ଷା ପାଇଁ ମଧ୍ୟ ଋଣ ଦିଆ ଯିବ।
୧୮ ବର୍ଷ ପର୍ଯ୍ୟନ୍ତ ପିଲା ମାନେ ଆୟୁଷ୍ମାନ ଭାରତ ଅଧୀନରେ ପାଇବେ ୫ ଲକ୍ଷ ଟଙ୍କାର ପାଇବେ ମାଗଣା ସ୍ବାସ୍ଥ୍ୟ ବୀମା। ଦେଶର ପର ପିଢ଼ି ଙ୍କ ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଗୁରୁତ୍ୟପୂର୍ଣ ବୈଠକ ପରେ ହୋଇଛି ଏପରି ବଡ଼ ଘୋଷଣା। ବିଭିନ୍ନ ବଡ଼ ଘୋଷଣା କରିବା ବେଳେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ କି ପିଲା ମାନଙ୍କ ଉପରେ। ଯେଉଁ ମାନେ ଦେଶର ଭବିଷ୍ୟତକୁ ପ୍ରତିନିଧିତ୍ଵ କରନ୍ତି। ପିଲା ମାନଙ୍କୁ ସୁରକ୍ଷା ଦେବା ପାଇଁ ଦେଶ ଯଥା ସମ୍ଭବ ଉଦ୍ୟମ କରିବ। ଏହି ପିଲା ମାନଙ୍କୁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦିଆ ଯିବ।
କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ପ୍ରଧାନମନ୍ତ୍ରିଙ୍କର ଏହି ଯୋଜନାକୁ ସ୍ବାଗତ କରିଛନ୍ତି। ସେ ଟ୍ୱିଟ କରି କହିଛନ୍ତି କି ମୋଦୀ ସରକାରଙ୍କ ଏପରି ନିଷ୍ପତି ବହୁତ କଲ୍ୟାଣକାରୀ ଓ ସମ୍ବେଦନଶୀଳ ଅଟେ। ପିଏମ କେୟାର ପାଣ୍ଠିରୁ ଏହି ପିଲା ମାନଙ୍କର ଶିକ୍ଷା ଓ ସ୍ୱାସ୍ଥ୍ୟରେ ସାହାର୍ଯ୍ୟ କରିବା ପାଇଁ ଧନ୍ୟବାଦ ଜଣାଇଛନ୍ତି ଅମିତ ଶାହା। ଏହାଦ୍ବାରା ଅନାଥ ପିଲା ମାନେ ବହୁତ ଉପକାର ପାଇବେ।