ପ୍ରଥମ ବଡ଼ ଖବରଟି ହେଉଛି ମଦ ପିଉଥିଲେ ହୋଇ ପାରିବେ ନାହିଁ ବାପା ମା। ଆଲକହଲ ମଦ୍ୟ ପାନ ଆଜି କଲି ସାଧାରଣ କଥା ହୋଇଗଲାଣି। ପାର୍ଟି ହେଲେ କିଛି ଶ୍ପେସିଆଲ ଆଇକନ ଲୋକ ଟିକେ ମଜା କରିବାକୁ ପରଷ୍ପରକୁ ଅଫର କରନ୍ତି। ଏହି କାରଣରୁ ଆପଣଙ୍କୁ ଖାଲି କ୍ୟାନସର ଭଳି ମାରାତ୍ମକ ରୋଗ ନୁହ ମା ବାପା ହେବାରୁ ମଧ୍ୟ ଆପଣ ବଞ୍ଚିତ ହୋଇପାରନ୍ତି। ଏକ ଅଧ୍ୟୟନରୁ ଜଣା ପଡ଼ିଛି କି ପୁରୁଷ ଓ ମହିଳାଙ୍କ ମଧ୍ୟରେ ଇନ ଫର୍ଟିଲିଟୀ ରହିବାର ୩୫ ପ୍ରତିଶତ କାରଣ ହେଉଛି ମଦ।
ପରବର୍ତ୍ତୀ ଖବର ଟି ହେଉଛି ଆସିଲା ବଡ଼ ଖବର ସରକାରଙ୍କର ବଡ଼ ଘୋଷଣା। ଖାଇବା ତେଲ ହେବ ଶସ୍ତା, ଖର୍ଚ୍ଚ ହେବ ୧୧୦୦୦ କୋଟି ଟଙ୍କା । ଖାଇବା ତେଲ ଦରକୁ କାବୁ କରିବା ପାଇଁ ପ୍ରଧାନ ମନ୍ତ୍ରୀ ନୂଆ ଯୋଜନା ଆଣିଛନ୍ତି। ସେ ଦେଶରେ ପାମ ଅୟେଲକୁ ଉତ୍ପାଦନ କରିବାକୁ ଯାଉଛନ୍ତି । ଏହି ତେଲ ଉତ୍ପାଦନରେ ବିଶ୍ୱରେ ଇଣ୍ଡୋନେସିଆ ଏକ ନମ୍ବରରେ ରହିଥିବା ବେଳେ ମାଲେସିଆ ଦ୍ୱିତୀୟ ନମ୍ବରରେ ରହିଛି। ପ୍ରତି ବର୍ଷ ପ୍ରାୟ ୯୦ ଟନ ଖାଇବା ତେଲ ଆମଦାନୀ ହୋଇଥାଏ।

ପୁରୀ ବାସୀଙ୍କ ପାଇଁ ଆସିଲା ଖୁସି ଖବର। ଜଗା ଦର୍ଶନ ପାଇଁ କୋହଳ ହେଲା। ଏବେ ଭକ୍ତ କରିବେ ଜଗାର ଦର୍ଶନ। ଆସନ୍ତା ୧୬ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଅର୍ଥାତ ୫ ଦିନ ପାଇଁ ପୁରୀ ବାସୀ ଶ୍ରୀମନ୍ଦିର ଯାଇ ଦର୍ଶନ କରିବେ। ସେଥି ପାଇ ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। ତିନୋଟି ପର୍ଯ୍ୟାୟରେ ପୁରୀ ବାସି ମହାପ୍ରଭୁଙ୍କ ଦର୍ଶନ କରି ପାରିବେ।
ରାଜ୍ୟରେ ମହଙ୍ଗା ହେଉଛି ବିଜୁଳି ଦର। ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟର ବିଜୁଳି ଦର ମହଙ୍ଗା। ଏପରି ୬ ମାସ ମଧ୍ୟରେ ଦୁଇ ଥର ବିଜୁଳି ଦର ୫୦ ପଇସା ବୃଦ୍ଧି ପାଇଁ ଲିଖିତ ଭାବେ ଦିଆ ଯାଇଛି। ବିଜୁଳି ଶୁକ୍ଳ ବାବଦରେ ଓଡ଼ିଶା ସରକାର ବାର୍ଷିକ ପ୍ରାୟ ୪୦୦୦ କୋଟି ଟଙ୍କା ରାଜସ୍ୟ ନେଉଥିଲେ ମଧ୍ୟ ସାଧାରଣ ଜନତାଙ୍କ ୧ ଟଙ୍କାର ରିହାତି ମିଳୁନି।
ପରବର୍ତ୍ତୀ ଖବର ହେଉଛି ମାଉସୀଙ୍କୁ ପ୍ରେମ ପରେ ପ୍ରତାରଣା। ଜେଲ ଗଲେ ପୁତୁରା। ତାଙ୍କୁ ଚନ୍ଦ୍ରଶେଖରପୁର ଥାନା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଦୁଷ୍ମନ୍ତ ବେହେରା, ୩୦ ବର୍ଷ। ଏ ନେଇ ଏହି ଅଭିଯୁକ୍ତଙ୍କୁ ପୋଲିସ ସୋମବାର କୋର୍ଟ ଚାଲାଣ କରିଛି।
ଆଜିଠାରୁ ଖୋଲିବ ମା ତାରିଣୀ ମନ୍ଦିର। କୋଭିଡ କଟକଣା ମଧ୍ୟରେ ଦର୍ଶନ କରିବେ ଭକ୍ତ। ଏହା ସହିତ ସମସ୍ତ ଧର୍ମ ଅନୁଷ୍ଠାନ ଖୋଲିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ତୃତୀୟ ଲହର ଭୟଙ୍କର ମୋଡ଼ ନେଉଛି କହିଲେ ଗବେଷକ। ଜୁଲାଇ ମାସରୁ ତୃତୀୟ ଲହର ଆସିବାର ସମ୍ଭାବନା ଅଛି ବୋଲି କହିଛନ୍ତି।i