ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁପରହିଟ ଯୋଡ଼ି ସବ୍ୟସାଚୀ-ଅର୍ଚ୍ଚିତାଙ୍କ ବିବାହ ଅନୁଷ୍ଠିତ ହୋଇଛି । ରିଲ ଲାଇଫରୁ ରିୟଲ୍ ଲାଇଫ ଯୋଡ଼ି ବନିଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁ । ସିନେ-ପରଦାରେ ଦର୍ଶକ ଏହି ଯୋଡ଼ିଙ୍କୁ ବେଶ ପସନ୍ଦ କରିଥିବା ବେଳେ ଏବେ ବାସ୍ତବ ଜୀବନର ଦମ୍ପତି ପାଲଟିଛନ୍ତି ସବ୍ୟ-ଅର୍ଚ୍ଚିତା । ଯଦିଓ ଉଭୟ ନିଜ ବିବାହ ସମ୍ପନ୍ନ ହୋଇଥିବା ନେଇ ସୂଚନା ଦେଇ ନ ଥିଲେ, କିନ୍ତୁ ବିବାହ ଅନୁଷ୍ଠାନର ଫଟୋ ତାହା ସୂଚନା ଦେଇଛି।
ବିବାହ ନେଇ ସବ୍ୟସାଚୀ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିବା ବେଳେ ଭଗବାନଙ୍କ ସହ ଲୋକଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି । ତେବେ କେବେ, କେଉଁଠି ଓ କେତେବେଳେ ବାହାଘର ସମ୍ପର୍ଣ୍ଣ ହୋଇଛି ତାହାର ସବିଶେଷ ସୂଚନା ଦେଇନାହାନ୍ତି ସବ୍ୟର୍ଚ୍ଚିତା। ଗତକାଲି ପ୍ରିୱେଡିଂ ଫଟୋସୁଟ୍ ଭଳି ପ୍ରତୀୟମାନ ହେଉଥିବା ଫଟୋ ସହ ନୂଆଯାତ୍ରାକୁ ସଫଳ କରିବାକୁ ଲୋକଙ୍କ ଆଶୀର୍ବାଦ ଲୋଡ଼ିଥିଲେ ସବ୍ୟସାଚୀ ।
ତେବେ ଏବେ ସାରା ଓଡିଶାରେ ସବ୍ୟ- ଅର୍ଚୀତାଙ୍କ ବାହାଘରର ଚର୍ଚା ଯୋର ଧରିଥିବା ବେଳେ , ଏହା ମଧ୍ୟରେ ସବ୍ୟଙ୍କ କିଛି ନିନ୍ଦୁକ ଅନ୍ୟ ଏକ କାରଣକୁ ନେଇ ସବ୍ୟଙ୍କୁ ସମା ଲୋଚନା କରିବା ଆରମ୍ଭ କରି ଦେଇଛନ୍ତି । ସବ୍ୟଙ୍କ ନୁଆ ବାହାଘର ଫଟୋ ସହିତ କିଛି ଲୋକ ତାଙ୍କ ପୁରୁଣା ବାହାଘରର ଫଟୋକୁ ଯୋଡି ସୋସିଆଲ ମିଡିଆରେ ସେୟାର କରୁଛନ୍ତି । ତେବେ ଏହା ସହିତ ତାଙ୍କୁ ସମାଲୋଚନା ମଧ୍ୟ କରା ଜାଉଛି ।
ତେବେ ଆମେ କହି ରଖିବୁ ଯେ , ଏବେ ସୋସିଆଲ ମିଡିଆରେ ସବ୍ୟଙ୍କର ଯେଉଁ ପୁରୁଣା ବାହାଘର ଫଟୋ ଘୁରି ବୁଲୁଛି ସେ ତାଙ୍କ ବାହାଘରର ଫଟୋ ନୁହେଁ ବରଂ ତାଙ୍କର ଏକ ଚଳଚିତ୍ରର ଅଂଶ , ଯାହାକି ଏବେ ଭାଇରାଲ ହେଉଛି ।
ତେବେ ସବ୍ୟଙ୍କ ପୁର୍ବ ବାହଘରର କଣ ପାଇଁ ଭାଙ୍ଗି ଜାଇଥିଲା , ଏବଂ ପରସ୍ପରକୁ ସେମାନେ ଛାଡପତ୍ର ଦେଇଥିଲେ ତାହା ଏବେ ଯାଏ ସ୍ପଷ୍ଟ ହୋଇ ନାହିଁ । ଏହା ସେମାନଙ୍କର ବ୍ୟକ୍ତିଗତ ଜୀବନ , ତେଣୁ ଏଥିରେ ସାଧାରଣ ଜନତା ମୁଣ୍ଡ ପୁରାଇ ସେମାନଙ୍କୁ ସମାଲୋଚନା କରିବା କୌଣସି ମତରେ ବି ଠିକ ନୁହେଁ । ସମସ୍ତେ ଜାଣନ୍ତି ଯେ ସବ୍ୟ ଜଣେ ମହାନ ବ୍ୟକ୍ତିତ୍ୱ । ଅତୀତରେ ଘଟିଥିବା କିଛି ସାଧାରଣ ଭୁଲ ପାଇଁ ତାଙ୍କୁ ସମାଲୋଚନା କରିବା ଜମାବି ଠିକ ନୁହେଁ ।
ଆମେ ସବ୍ୟ-ଅର୍ଚୀତାଙ୍କୁ ତାଙ୍କ ନୁଆ ଜୀବନର ଶୁଭେଛ୍ଛା ଜଣାଇବା ସହିତ ତାଙ୍କର ଦୀର୍ଘ ଜୀବନ କାମନା କରୁଅଛୁ । ଏହି ନୁଆ ଜୋଡିଙ୍କ ପାଇଁ ଗୋଟିଏ ଲାଇକ ନିଶ୍ଚୟ କରି ଦିଅନ୍ତୁ ।