ବାପ ରେ ଆଜି ଏତେ ଟଙ୍କା ଖସି ଶସ୍ତା ହୋଇଗଲା ସୁନା, ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମ ୱେବପୋର୍ଟାଲ ରେ ସ୍ୱାଗତ। ବନ୍ଧୁଗଣ,ଗତକାଲି ଦାମ୍ ସାମାନ୍ୟ ବଢିବା ପରେ ଆଜି ପୁଣି ସୁନା ଦାମ୍ ଖସିଛି । ଏମସିଏକ୍ସରେ ସୁନାର ଏପ୍ରିଲ ବାଏଦା ଆଜି ୨୫୦ ଟଙ୍କା ପ୍ରତି ୧୦ ଗ୍ରାମରୁ ଅଧିକ ହ୍ରାସ ସହିତ ବିଜନେସ୍ କରୁଛି । ବର୍ତ୍ତମାନ ୪୫୩୦୦ ଟଙ୍କା ପ୍ରତି ୧୦ ଗ୍ରାମ ପାଖାପାଖି ଟ୍ରେଣ୍ଡ କରୁଛି । ଗତ ସପ୍ତାହରେ ସୁନା ୧୧୬୫ ଟଙ୍କା ଶସ୍ତା ହୋଇଥିଲା । ଗତ ସପ୍ତାହରେ ସୋମବାର ଏମସିଏକ୍ସରେ ସୁନାର ଏପ୍ରିଲ ବାଏଦା ୪୬୯୦୧ ଟଙ୍କାରେ ବନ୍ଦ ହୋଇଥିଲା । କିନ୍ତୁ ଶୁକ୍ରବାର ଏହା ୪୫୭୩୬ ଟଙ୍କା ପ୍ରତି ୧୦ ଗ୍ରାମରେ ବନ୍ଦ ହେଲା ଅର୍ଥାତ୍ ୧୧୬୫ ଟଙ୍କା ପ୍ରତି ୧୦ ଗ୍ରାମ ଶସ୍ତା ହୋଇଥିଲା । ଶୁକ୍ରବାର ଏମସିଏକ୍ସ ସୁନା ୪୫୬୧୧ ଟଙ୍କାର ଲେବଲ ପର୍ଯ୍ୟନ୍ତ ଖସିଥିଲା ।

ଚଳିତ ସପ୍ତାହରେ ସୁନା ଦାମ୍ ।

ସୋମବାର – ୪୫୩୦୮/୧୦ ଗ୍ରାମ , ମଙ୍ଗଳବାର – ୪୫୫୪୮/୧୦ ଗ୍ରାମ , ବୁଧବାର – ୪୫୩୦୪/୧୦ ଗ୍ରାମ , ଗୁରୁବାର – ୪୫୨୩୮/୧୦ ଗ୍ରାମ

ସୁନା ସର୍ବୋଚ୍ଚ ସ୍ତରରୁ ୧୧,୨୦୦ ଟଙ୍କା ଶସ୍ତା

gold

ଗତ ବର୍ଷ କରୋନା ସଙ୍କଟ ଯୋଗୁଁ ଲୋକମାନେ ସୁନାରେ ଦମଦାର ନିବେଶ କରିଥିଲେ । ଅଗଷ୍ଟ ୨୦୨୦ରେ ଏମସିଏକ୍ସରେ ୧୦ ଗ୍ରାମ ସୁନା ଦାମ୍ ୫୬୧୯୧ ଟଙ୍କାର ସର୍ବୋଚ୍ଚ ସ୍ତରରେ ପହଞ୍ଚି ଯାଇଥିଲା । ଗତ ବର୍ଷ ସୁନା ୪୩ ପ୍ରତିଶତ ରିଟର୍ଣ୍ଣ ଦେଇଥିଲା । ଯଦି ସର୍ବୋଚ୍ଚ ସ୍ତର ସହ ତୁଳନା କରିବା ତେବେ ସୁନା ୧୭ ପ୍ରତିଶତ ପର୍ଯ୍ୟନ୍ତ ଖସିସାରିଛି । ସୁନା ଏମସିଏକ୍ସରେ ୪୫ ହଜାର ଟଙ୍କା ପ୍ରତି ୧୦ ଗ୍ରାମର ଲେବଲରେ ଟ୍ରେଣ୍ଡ୍ କରୁଛି । ଅର୍ଥାତ୍ ପ୍ରାୟ ୧୧,୨୦୦ ଟଙ୍କା ଶସ୍ତା ମିଳିଛି ।

ରୂପା ଦାମ୍

ସୁନା ଭଳି ରୂପାରେ ମଧ୍ୟ ଗତକାଲି ଦାମରେ ଜୁଆର ଭଟ୍ଟା ଦେଖିବାକୁ ମିଳିଛି । କିନ୍ତୁ ଶେଷରେ ଏକଦମ୍ ସ୍ଥିର ରହିଛି । ଆଜି ରୂପା ଦାମ୍ ବଢିଥିବା ଦେଖିବାକୁ ମିଳିଛି । ରୂପାର ଏମସିଏକ୍ସ ମାର୍ଚ୍ଚ ବାଏଦା ୩୩୦ ଟଙ୍କାରୁ ଅଧିକ ବୃଦ୍ଧି ସହିତ ୬୭୬୭୦ ଟଙ୍କା ପ୍ରତି କିଲୋରୁ ଉପରେ ରହିଛି ।

golds

ରୂପା ନିଜ ସର୍ବୋଚ୍ଚ ସ୍ତରରୁ ୧୨,୩୦୦ ଟଙ୍କା ଶସ୍ତା

୧ ଜୁଲାଇରେ ବଜେଟ୍ ଦିନ ଏମସିଏକ୍ସରେ ରୂପାର ମାର୍ଚ୍ଚ ବାଏଦା ୭୪୪୦୦ ଟଙ୍କା ଉପରକୁ ଚାଲିଯାଇଥିଲା । ରୂପାର ଏପର୍ଯ୍ୟନ୍ତ ସର୍ବୋଚ୍ଚ ସ୍ତର ୭୯୯୮୦ ଟଙ୍କା ପ୍ରତି କିଲୋ ରହିଛି । ଏହି ହିସାବରେ ରୂପା ମଧ୍ୟ ନିଜ ସର୍ବୋଚ୍ଚ ସ୍ତରରୁ ପ୍ରାୟ ୧୨,୩୦୦ ଟଙ୍କା ଶସ୍ତା ହୋଇଛି । ଆଜି ରୂପାର ମାର୍ଚ୍ଚ ବାଏଦା ୬୬୪୦୦ ଟଙ୍କା ପ୍ରତି କିଲୋରେ ଟ୍ରେଣ୍ଡ କରୁଛି ।

ଅଶା କରୁଛୁ ଆପଣଙ୍କୁ ଏହି ପୋଷ୍ଟ ଟି ପସନ୍ଦ ଆସିଥିବ ତେବେ ଏହାକୁ ସେୟାର୍ କରି ନିଜ ବନ୍ଧୁ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ ଏଭଳି ଅଧିକ ସୂଚନା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ ନିଶ୍ଚୟ କରନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *