ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁମାନେ, ଆଜି ଆମେ ଜାଣିବା ଜୋତା ଚୋରି ହେବା ଦ୍ବାରା ଆମର କି ଲାଭ ହୋଇଥାଏ। ଆମେ କେବେବି ଚାହିଁ ନଥାଉ କି ଆମର କୌଣସି ଜିନିଷ ଚୋରି ହେଇଯାଉ କିମ୍ବା ହଜିଯାଉ। କାରଣ ଆମକୁ ତାହା ମାନସିକ ଆଘାତ ଦେଇଥାଏ। ଯେ କୌଣସି ଚୋରି କୁ ସାଧାରଣତଃ ଅଶୁଭ ବୋଲି ବିଚାର କରାଯାଏ। କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜୋତା ଚୋରି କୁ ଶୁଭ ବୋଲି ବିଚାର କରାଯାଏ।
ଯଦି ଶନିବାର ଦିନ ଆପଣଙ୍କ ର ଜୋତା ବା ଚପଲ ଚୋରି ହୁଏ, ତେବେ ଏହା ଆପଣଙ୍କୁ ଥିବା ଶନି ଦୋଷ ରୁ ମୁକ୍ତ କରେ। ଏମିତି ତ ଚୋରି ହେବା ଧନ ହାନି କୁ ଦର୍ଶାଇ ଥାଏ କିନ୍ତୁ ଜୋତା କିମ୍ବା ଚପଲ ର ଚୋରି କୁ ଶୁଭ ବୋଲି ବିଚାର କରାଯାଏ। ବିଶେଷ କରି ଯଦି ଶନିବାର ଦିନ ଚମଡା ର ଜୋତା କିମ୍ବା ଚପଲ ଚୋରି ହୁଏ ତେବେ, ଏହାକୁ ଭଲ ବିଚାର କରାଯାଏ।
ଯେଉଁ ଲୋକ ମାନେ ଜ୍ୟୋତିଷ ଶାସ୍ତ୍ର କୁ ବିଶ୍ୱାସ କରନ୍ତି, ସେମାନେ ନିଜର ଶନି ଦୋଷ ଦୂର କରିବା ପାଇଁ, ଶନିବାର ଦିନ କୌଣସି ଏକ ଶନି ମନ୍ଦିର ରେ ନିଜ ଜୋତା କୁ ଏପରି ଭାବେ ଛାଡ଼ି ଚାଲିଆସନ୍ତୁ, ଯେପରି ଜୋତା ଟି ଚୋରି ହେଇଯିବ। ଏପରି କାହିଁକି ହୁଏ, କି ଚମଡା ର ଜୋତା ଚୋରି ହେଇଗଲେ ତାହାକୁ ଶୁଭ ବୋଲି ବିଚାର କରାଯାଏ। ଏହା ପଛରେ ଥିବା କାରଣ କଣ?
କୌଣସି ବ୍ୟକ୍ତି ର ଚମଡା ଜୋତା ଚୋରି ହେବା ସହ ସେହି ଜୋତା ସହିତ ସେ ବ୍ୟକ୍ତି ର ଥିବା ସମସ୍ତ ସମସ୍ୟା ମଧ୍ୟ ଚାଲିଯାଏ। ଏହା ଜ୍ୟୋତିଷ ଶାସ୍ତ୍ର ରେ ବର୍ଣ୍ଣନା କରାଯାଇଛି। ଜ୍ୟୋତିଷ ଶାସ୍ତ୍ର ରେ ସନିଦେବ ଙ୍କୁ କ୍ରୁର ଓ କଠୋର ବୋଲି ବିଚାର କରାଯାଇଛି। ସନିଦେବ ଯେତେବେଳେ କୌଣସି ବ୍ୟକ୍ତି ଙ୍କୁ ବିପରୀତ ଫଳ ପ୍ରଦାନ କରିଥାନ୍ତି, ତାଙ୍କୁ ବହୁତ୍ କଠିନ ପରିଶ୍ରମ କରନ୍ତି ଓ ନାମକୁ ମାତ୍ର ଫଳ ପ୍ରଦାନ କରନ୍ତି।
ଯେଉଁ ବ୍ୟକ୍ତି ମାନଙ୍କ ର ରାଶି ରେ ଶନି ଠିକ୍ ସ୍ଥାପନ ରେ ନଥାନ୍ତି, ସେ ବ୍ୟକ୍ତି ଙ୍କୁ ବିଭିନ୍ନ ସମସ୍ୟା ର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଶନିବାର କୁ ଶନି ଙ୍କ ର ବାର ବୋଲି ବିଚାର କରାଯାଏ। ଶରୀରର ଅଙ୍ଗ ମାନେ ମଧ୍ୟ ଗ୍ରହ ମାନଙ୍କ ଦ୍ଵାରା ପ୍ରଭାବିତ ହୋଇଥାନ୍ତି। ଶରୀରରେ ତ୍ଵଚା ଓ ପାଦ ରେ ଶନି ଙ୍କ ର ବାସ ବୋଲି ବିଚାର କରାଯାଏ। ତ୍ୱଚା କିମ୍ବା ପାଦ ସମ୍ବନ୍ଧୀୟ ଯଦି କୌଣସି ଜିନିଷ ଆପଣ ଶନିଦେବ ଙ୍କୁ ଦାନ କରିଥାନ୍ତି, ତେବେ ବହୁତ ଶୁଭ ଫଳ ପ୍ରାପ୍ତ ହୋଇଥାଏ।
ଆମ ତ୍ବଚା ଓ ଗୋଡ ର କାରକ ଗ୍ରହ ଶନି ଅଟନ୍ତି, ଏଣୁ ଯଦି ଶନିବାର ଦିନ ଆପଣଙ୍କ ଜୋତା ଚୋରି ହୁଏ ତେବେ ଆପଣଙ୍କର ଥିବା ସମସ୍ତ ସମସ୍ୟା ଦୂର ହୋଇଯାଏ ଓ ଶନିଦେବ ଆପଣଙ୍କୁ ହଇରାଣ କରିବେ ନାହିଁ, ଶନିବାର ଦିନ ମନ୍ଦିରରେ ଜୋତା ଛାଡ଼ି ଆସିବା ଦ୍ବାରା ଶନି ଙ୍କ ର କଷ୍ଟ କମ୍ ହୋଇଯାଇଥାଏ।
ଆଶା କରୁଛୁ ଆପଣଙ୍କୁ ଏହି ଖବର ପସନ୍ଦ ଆସିଥିବ, ଏଭଳି ଅଧିକ ଖବର ପାଇଁ ଆମକୁ ଲାଇକ ଏବଂ ଫଲୋ କରନ୍ତୁ। ଏବଂ ଏହି ଖବର କୁ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ସେୟାର୍ କରନ୍ତୁ।