ନମସ୍କାର ବନ୍ଧୁଗଣ,ଆପଣଙ୍କୁ ଆମର ଏହି ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ, ଭଗବାନ ଶନିଙ୍କୁ ନ୍ୟାୟର ଦେବତା ଭାବରେ ବିବେଚନା କରାଯାଏ ତେବେ ଭଗବାନ ଶନିଙ୍କ କୃପାରୁ ଆଜିଠାରୁ ୩ଟି ରାଶି ଅଗଷ୍ଟ ମାସ ଶେଷ ସୁଦ୍ଧା ଖୁବ ଭାଗ୍ୟଶାଳୀ ହେବେ।
ଧନର ଅଭାବ ଦୁରେଇଯିବା ସହିତ ବ୍ୟବସାୟ ବାଣିଜ୍ୟରେ ଏମାନେ ଅହେତୁକ ଲାଭ କରିବେ।ଏମାନଙ୍କୁ ଆଉ କେହି ଅଟକାଇ ପାରିବେ ନାହିଁ ଦ୍ଵିତୀୟସ୍ଥ ଶନି ହେତୁ ଏମାନେ ଏତେ ବଳଶାଳୀ ରହିବେ ଯେ ଶତ୍ରୁ ମଧ୍ୟ ଏମାନଙ୍କର କିଛି କରି ପାରିବ ନାହିଁ। ତେବେ ଆସନ୍ତୁ ଜାଣିବା ଏହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ।
କର୍କଟ ରାଶି -ସ୍ୱାସ୍ଥ୍ୟ ଭଲ ରହିବ । ସଂମ୍ପତ୍ତି ସମ୍ବନ୍ଧିୟ ମାମଲା କାହାର ମଧ୍ୟସ୍ଥତା ଦ୍ଵାରା ଦୂର ହେବ । ବିଦ୍ୟାଧ୍ୟୟନ ସମ୍ବନ୍ଧୀୟ ଶୁଭ ସମାଚାର ମିଳିବ । ଗୁରୁ ଗୁରୁଜନ ଆପଣଙ୍କ ବୁଦ୍ଧିକୁ ପ୍ରଶଂସା କରିବେ । ଭାଇ ବନ୍ଧୁ ମାନଙ୍କ ଠାରୁ ଲାଭ ମିଳିବ । ଅଫିସରେ କରିଥିବା କାମର ଶୁଭ ସୂଚନା ଶୁଣିବାକୁ ପାଇବେ । ବ୍ୟବସାୟରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ । ମାନସିକ ଶାନ୍ତି ମିଳିବା ସହ ଋଣଭାର ଲାଘବ ହେବ । ପ୍ରତିକାର-ଲାଲଚନ୍ଦନ ବା ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ ।
ମକର ରାଶି – ଦୋକାନ ବ୍ୟବସାୟୀ ଖୁବ ଲାଭ କରିବେ। ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ । ସନ୍ତାନ ସୁଖ ମିଳିବ । ପ୍ରତିକୂଳ ପରିସ୍ଥିତି ଦୂରେଇଯିବ ଓ ନିଜ ଚେଷ୍ଟାରେ କାର୍ଯ୍ୟରେ ସଫଳତା ମିଳିବ । ନୂତନ ଲୋକଙ୍କସହ ବନ୍ଧୁତ୍ୱ ସ୍ଥାପନ ସାକ୍ଷାତକାର ପାଇଁ ଦୂରଯାତ୍ରା କରିବେ । ପଡା-ପଡୋଶୀ ବନ୍ଧୁ ମିତ୍ରଙ୍କ ବ୍ୟବହାରରେ ମନ ଶାନ୍ତ ହେବ । କୌଣସି ଗୁରୁତ୍ୱପୂର୍ଣ୍ଣ ନିସ୍ପତି ନେଇ ପାରନ୍ତି । କଳେବଳେ କୌଶଳରେ ସମସ୍ତ ପ୍ରକାର ଅଭିଳାଷ ପୂରଣ ହେବ । ପ୍ରତିକାର- ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ ।
ମୀନ ରାଶି – ଅଚାନକ ଧନ ପ୍ରାପ୍ତ ଯୋଗ ରହିଛି। ସନ୍ତାନ ସନ୍ତତିଙ୍କ ଦିଗରୁ ଶୁଭ ସମ୍ବାଦପାଇ ଖୁସିହେବେ । ପ୍ରତେକ କ୍ଷେତ୍ରରେ ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ । ପନିପରିବା ଚାଷୀମାନେ ବିଶେଷ ଲାଭାନ୍ଵିତ ହେବେ । ରାଜନୀତି, ସଂଗଠନ, ସଭାସମିତି କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ । ନିଜର ଇଛା ବିରୋଧରେ କୌଣସି କର୍ମକରି ଅନୁତାପ କରି ପାରନ୍ତି । ପଡୋଶୀମାନେ ସ୍ଵାର୍ଥ ହାସଲ କରିବା ପାଇଁ ବାକ୍ ଚାତୁରୀ କଥାକହି କାର୍ଯ୍ୟ ପୂରଣ କରିବେ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।
ତେବେ ବନ୍ଧୁମାନେ ଆମେ ଆଶା କରୁଛୁ ଯେ ଆପଣଙ୍କୁ ଏହି ଲେଖା ଟି ପସନ୍ଦ ଆସିଥିବ ତେବେ ଏହାକୁ ଗୋଟିଏ ସେୟାର କରି ଦିଅନ୍ତୁ କାରଣ ଜ୍ଞାନ ବାଣ୍ଟିବା ଦ୍ୱାରା ବଢ଼ିଥାଏ। ଏଭଳି ଅଧିକ ପୋଷ୍ଟ ପାଇଁ ତଳେ ଆମ ପେଜ୍ କୁ ଲାଇକ କରିଦିଅନ୍ତୁ।ଧନ୍ୟବାଦ।