ବଦହଜମି ହେଲେ କଣ କରିବେ? ଜାଣନ୍ତୁ କାରଣ ଏବଂ ଶୀଘ୍ର ଉପଶମ ପାଇବାର ଉପାୟ

Indigestion

ନମସ୍କାର ବନ୍ଧୁଗଣ,ଆପଣଙ୍କୁ ସ୍ୱାଗତ। ବନ୍ଧୁଗଣ, ଏସିଡିଟି ବା ବଦ ହଜମି ବର୍ତ୍ତମାନ ସମୟରେ ସାମାନ୍ୟ ଘଟଣା ହୋଇଗଲାଣି। ଅନିୟମିତ ଖାଦ୍ୟପାନୀୟ ଯୋଗୁଁ ବର୍ତ୍ତମାନ ଏସିଡିଟି ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଛି । ଏସିଡିଟି ପାଇଁ ଅନେକ ସମୟରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ । ଏସିଡିଟି ହେଲେ ଖାଇବାକୁ ଇଚ୍ଛା ହୁଏନାହିଁ, ସହଜରେ ଖାଦ୍ୟ ହଜମ ହୋଇପାରେନାହିଁ, ଆମ୍ବିଳି ହାକୁଟି ଆସେ, ଦୀର୍ଘ ସମୟ ପର୍ୟ୍ୟନ୍ତ ପେଟ ଖାଲି ରହିଲେ ଅତ୍ୟଧିକ ଜ୍ୱଳନ ଅନୁଭବ ହୋଇଥାଏ ।

ଏସିଡିଟି ଯୋଗୁଁ ପେଟ ରେ ଜ୍ୱାଳା ଅନୁଭବ ହୋଇଥାଏ । ବେଳେବେଳେ ଏସିଡିଟି ଯୋଗୁ ପରିସ୍ଥିତି ଗମ୍ଭୀର ହୋଇଯାଏ। ସାଧାରଣତଃ ପାକସ୍ଥଳୀରେ ଥିବା ଗ୍ୟାଷ୍ଟ୍ରିକ୍‌ ଗ୍ଲାଣ୍ଡରୁ ଅତ୍ୟଧିକ ଏସିଡ୍‌ କ୍ଷରଣ ହେବା ଫଳରେ ଏସିଡିଟି ସମସ୍ୟା ଉପୁଜି ଥାଏ । ଏଣୁ ଏହି ଏସିଡ୍‌ କ୍ଷରଣର ମାତ୍ରାକୁ ନିୟନ୍ତ୍ରଣ କରାଯାଇ ପାରିଲେ ଏସିଡିଟି ସମସ୍ୟା ସହଜରେ ଦୂର ହୋଇପାରିବ। ଏସବୁ ବ୍ୟତୀତ ଅଧିକ ସମୟ ପର୍ୟ୍ୟନ୍ତ ଭୋକରେ ରହିବା, ଅସମୟରେ ଖାଦ୍ୟ ଖାଇବା ବା ଅତ୍ୟଧିକ ପରିମାଣରେ ଖାଇବା ଯୋଗୁଁ ମଧ୍ୟ ଏସିଡିଟି ହୋଇଥାଏ ।indigestion

ଘରୋଇ ଆୟୁର୍ବେଦିକ ଉପଚାର: ତୁଳସୀ ପତ୍ର: ଏକ କପ୍‌ ପାଣି ଗରମ କରନ୍ତୁ । ସେଥିରେ ୩ରୁ ୪ଟି ତୁଳସୀପତ୍ର ପକାଇ କିଛି ସମୟ ପର୍ୟ୍ୟନ୍ତ କମ୍‌ ଜାଳରେ ରଖି ଫୁଟାନ୍ତୁ। ଦିନରେ ୪-୫ଥର ଏହିପରି କରି ପିଅନ୍ତୁ। ଏସିଡିଟିରୁ ଶୀଘ୍ର ମୁକ୍ତି ପାଇପାରିବେ ।

ପାଚିଲା କଦଳୀ: ଏସିଡିଟି ଦୂର କରିବାରେ ପାଚିଲା କଦଳୀ ପ୍ରାକୃତିକ ଆଣ୍ଚାସିଡ୍‌ ପରି କାମ କରିଥାଏ । ଏଣୁ ଏସିଡିଟି ସମସ୍ୟା ଦୂର କରିବା ପାଇଁ ପ୍ରତିଦିନ ଗୋଟିଏ ପାଚିଲା କଦଳୀ ଖାଇଲେ ସୁଫଲ ମିଳିବ ।

ଗୁଡ଼: ଏସିଡିଟି ନହେବା ପାଇଁ ଖାଇବା ପରେ ପ୍ରତିଦିନ କିଛି ଗୁଡ଼ ଚାପି ଖାଆନ୍ତୁ । ଗୁଡ଼ରେ ମ୍ୟାଗ୍‌ନେସିୟମ୍‌ ଅଛି ଯାହା ପାଚନ ଶକ୍ତିକୁ ତ୍ୱରାନ୍ୱତି କରିବା ସହିତ ପାକସ୍ଥଳୀର ଏସିଡିଟି ହାର କମ୍‌ କରିଥାଏ ।badahajim

ଡାଲ୍‌ଚିନି: ଡାଲ୍‌ଚିନି ଏକ ପ୍ରାକୃତିକ ଆଣ୍ଟାସିଡ୍‌ ପରି କାମ କରିଥାଏ । ଏହାକୁ ଖାଇଲେ ପାଚନ କ୍ରିୟା ତ୍ୱରାନ୍ୱିତ ହୋଇଥାଏ । ଏସିଡିଟି ହୋଇଥିଲେ ଡାଲ୍‌ଚିନି ଚା ପିଇଲେ ଶୀଘ୍ର ଆରାମ ମିଳିଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥିବ । ଆପଣ ଏହାକୁ ସେୟାର୍ କରି ନିଜ ବନ୍ଧୁ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିବାକୁ ଆଦୌ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *