କାହିଁକି ଅଧିକାଂଶ ମହିଳାଙ୍କ ଠାରେ ଦେଖାଯାଏ ସ୍ଥନ କର୍କଟ? ଜାଣନ୍ତୁ କାରଣ ଏବଂ ଲକ୍ଷଣ

cancer

ମହିଳା ମାନଙ୍କ ଠାରେ ବର୍ତ୍ତମାନ ସମୟରେ ସ୍ଥନ କର୍କଟ ସମସ୍ୟା ବର୍ତ୍ତମାନ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ସ୍ତନ କର୍କଟ ଉଭୟ ଯୁବ ଓ ବୟସ୍କ ମହିଳାଙ୍କ ପାଖରେ ଦେଖାଯାଇଥାଏ । ମୁଖ୍ୟତଃ ଯୁବତୀମାନଙ୍କୁ ବଂଶଗତ କାରଣ ଯୋଗୁଁ ସ୍ତନ କର୍କଟ ହୋଇଥାଏ । ସ୍ତନ କର୍କଟର କାରଣ କ’ଣ? ଏହାକୁ କିପରି ଚିହ୍ନିବା? ଏହାର ଉପଚାର କ’ଣ? ଆସନ୍ତୁ ଜାଣିବା ଏହି ରୋଗ ବିଷୟରେ ସଂପୂର୍ଣ୍ଣ ତଥ୍ୟ।କର୍କଟର ସେଲ୍ସ ସ୍ତ-ନର ଟିସ୍ୟୁରେ ହୋଇଥାଏ । ଏହା ସ୍ତନର ଟିସ୍ୟୁରୁ ଆରମ୍ଭ ହୋଇ ସ୍ତନର ଆଖପାଖ ଟିସ୍ୟୁ ଏବଂ ଧୀରେଧୀରେ ପୂରା ଶରୀରରେ ବ୍ୟାପିଥାଏ ।

ସ୍ତ-ନ କର୍କଟ ହେବା ପଛରେ ଅନେକ କାରଣ ରହିଛି । ଯଦି କୌଣସି ମହିଳା ବିଳମ୍ବରେ ବିବାହ କରିବା ସହ ବିଳମ୍ବରେ ମା’ ହୁଅନ୍ତି, ସେମାନଙ୍କଠାରେ ସ୍ତନ କର୍କଟ ହେବାର ଆଶଙ୍କା ଅଧିକ ଥାଏ । ସେହିଭଳି ପିଲା ନ ହେଉଥିଲେ ମଧ୍ୟ ସ୍ତନ କର୍କଟ ହେବାର ଆଶଙ୍କା ଦେଖାଦେଇଥାଏ। ବୟସ ବଢ଼ିବା ସହ ଏହାର ରିସ୍କ ମଧ୍ୟ ବଢ଼ି ବଢ଼ି ଚାଲେ । ଅଧିକ ମଦ୍ୟପାନ ସ୍ତନ କର୍କଟର କାରଣ ହୋଇପାରେ ।cancer

କମ୍‌ ବୟସରେ ୠତୁ-ସ୍ରାବ ଆରମ୍ଭ ହେବା ଏବଂ ଅଧିକ ବୟସରେ ୠତୁ-ସ୍ରାବ ବନ୍ଦ ହେବା ସ୍ତନ କର୍କଟର କାରଣ ହୋଇଥାଏ । ତା’ସହ ମୋଟାପଣ ମଧ୍ୟ ସ୍ତନ କର୍କଟର ଆଉ ଏକ କାରଣ । ଯଦି କୌଣସି ଲୋକ ହରମୋନାଲ ରିପ୍ଲେସମେଣ୍ଟ ଥେରାପି ନେଉଛନ୍ତି, ତାଙ୍କୁ ଏହି ରୋଗ ହୋଇପାରେ । ବଂଶଗତ କାରଣ ଯୋଗୁଁ ମଧ୍ୟ ସ୍ତ-ନ କର୍କଟ ମହିଳାମାନଙ୍କ ପାଖରେ ଦେଖିବାକୁ ମିଳିଥାଏ। ଯେଉଁମାନଙ୍କ ମା’ କିମ୍ବା ମାଉସୀ, ଭଉଣୀଙ୍କୁ ସ୍ତନ କକର୍ଟ ହୋଇଥାଏ, ତେବେ ତାଙ୍କ ପର ପିଢ଼ିଙ୍କଠାରେ ସ୍ତନ କର୍କଟ ହେବାର ଆଶଙ୍କା ଅଧିକ ଥାଏ । ଏହି ମହିଳାମାନେ ସ୍ତନ କର୍କଟ ପାଇଁ ଅଧିକ ସଚେତନ ହେବା ଜରୁରୀ ।

ସ୍ତନ କର୍କଟର ଲକ୍ଷଣ: ସ୍ତ-ନ କର୍କଟ ହେଲେ ଆପଣଙ୍କ ସ୍ତ-ନର ଗୋଟିଏ ପାଖ ଗେଟାଳିଆ ହେଲା ପରି ଲାଗିବ। କାଖରେ ବି ଗେଟାଳିଆ ଭଳି ହୋଇଥାଏ । ଏହାସହ ସ୍ତ-ନର ଅଗ୍ରଭାଗ ସଙ୍କୁଚିତ ହୋଇଯିବ। ସ୍ତନରେ ନାଲି ପଡ଼ିଯାଏ । ସ୍ତନର ଆକାରରେ ପରବର୍ତ୍ତନ ପରିଲକ୍ଷିତ ହୁଏ । କେତେକ ମହିଳାଙ୍କ କ୍ଷେତ୍ରରେ ସ୍ତନରୁ ରକ୍ତ ମଧ୍ୟ ବାହାରିଥାଏ । ସ୍ତନ କର୍କଟ ହେଲେ କେତେକଙ୍କ ସ୍ତନ ସମ୍ପୂର୍ଣ୍ଣ ଲାଲ ହୋଇଯାଇଥାଏ ।cnacer

ସ୍ତ-ନ କର୍କଟର କେମିତି କରିବେ ପ୍ରତିକାର: ଜଣେ ମହିଳା ତାଙ୍କ ସ୍ତନର ଆକାରକୁ ଜାଣିବା ନିହାତି ଦରକାର। କାରଣ ଯଦି ହଠାତ୍ ତାଙ୍କ ସ୍ତନରେ କୌଣସି ପ୍ରକାର ପରିବର୍ତ୍ତନ ଲକ୍ଷ୍ୟ କରନ୍ତି ତେବେ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ । ଡାକ୍ତରଙ୍କଠାରୁ ଉପଯୁକ୍ତ ପରାମର୍ଶ ନେବା ସହ ଚିକିତ୍ସା ସାହାଯ୍ୟରେ ଏହାର ପ୍ରତିକାର କରାଯାଇପାରିବ ବୋଲି ଡାକ୍ତର ଦୀପକ କୁମାର ଦାସ କହିଛନ୍ତି । କେମୋଥେରାପି, ରେଡିଓଥେରାପି ଆଦି ନେଇ ଏହି ରୋଗର ପ୍ରତିକାର କରାଯାଇପାରିବ ।

ବନ୍ଧୁଗଣ ଆମେ ଆଶା କରୁଛୁ ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥିବ। ଆପଣ ଏହାକୁ ସେୟାର୍ କରି ନିଜ ବନ୍ଧୁ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଆମ ପେଜ୍ କୁ ଲାଇକ ଏବଂ ଫଲୋ କରିବାକୁ ଆଦୌ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *