କରୋନା ଜୀବାଣୁ ସମଗ୍ର ଦେଶରେ ହଇଚଇ ସୃଷ୍ଟି କରୁଛି। ଏହି ଭୂତାଣୁ ସେହି ଲୋକମାନଙ୍କୁ ପ୍ରଭାବିତ କରେ ଯାହାର ପ୍ରତିରୋଧକ ଶକ୍ତି ଦୁର୍ବଳ | ଅନ୍ୟପକ୍ଷରେ, ଏହି ରୋଗର ଶକ୍ତିଶାଳୀ ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କ ଉପରେ ଅଧିକ ପ୍ରଭାବ ପଡ଼େ ନାହିଁ | ଏଭଳି ପରିସ୍ଥିତିରେ ଲୋକମାନେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଫଳ, ପନିପରିବା, ଖଣିଜ ସପ୍ଲିମେଣ୍ଟ ସହିତ ଅନେକ ଜିନିଷ ନେଉଛନ୍ତି |
ଆଜିକାଲି, ବିଭିନ୍ନ ଜିନିଷରୁ ପ୍ରସ୍ତୁତ ଡିକୋସନ୍ ମଧ୍ୟ ବହୁତ ପ୍ରସିଦ୍ଧ | ଏପରି ପରିସ୍ଥିତିରେ, ଆଜି ଆମେ ଆପଣଙ୍କୁ ପ୍ରାକୃତିକ ଓୌଷଧୀୟ ଦ୍ରବ୍ୟରୁ ପ୍ରସ୍ତୁତ କିଛି ପାନୀୟ ଉପକାରିତା ବିଷୟରେ କହିବାକୁ ଯାଉଛୁ | ନିୟମିତ ଭାବରେ ଏହି ପାନୀୟ ଗ୍ରହଣ କରି, ତୁମେ ତୁମର ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିପାରିବ |
ସାଧାରଣତଃ ଆମେ ମାନେ ଜାଣିଛେ କି ଆମ ଘର ବାଡିରେ ଥିବା ଅନେକ ଗଛରେ ଅନେକ ଓୌଷଧୀୟ ଗୁଣ ଲୁଚି ରହିଛି । କେବଳ ସେଗୁଡିକୁ ଚିହ୍ନି ଆମେ ତାହାର ବ୍ୟବହାର କରି ପାରିବା ।
ବନ୍ଧୁଗଣ ଏହି ଉପଚାର ପାଇଁ ଆପଣ ମାନେ ପ୍ରଥମେ ଗ୍ୟାସ ଚୁଲାରେ ଏକ ପାତ୍ର ବସାନ୍ତୁ ଓ ସେଥିରେ ତିନି କପ ପାଣି ନିଅନ୍ତୁ । ଏହି କାଢା ଆରାମ ସେ ୪ ଜଣ ପିଇ ପାରିବେ । ଏହାପରେ ଆପଣ ଏକ ଗୋଟା ଡାଲଚିନିକୁ ଖଣ୍ଡ କରି ପାଣିରେ ମିଶାଇ ଦିଅନ୍ତୁ । ଡାଲଚିନି ଆମ ଶରୀରର ରୋଗପ୍ରତିଷେଧକ ଶକ୍ତିକୁ ବଢାଇ ଥାଏ ଓ ଏହା ଆମ ଶରୀରରେ ଥିବା ସମସ୍ତ ଥଣ୍ଡା ଜ୍ଵରକୁ ଦୂର କରିଥାଏ । ଏହାପରେ ଆପଣ ଏଥିରେ ୪ଟି ଲବଙ୍ଗ ଦାନା ପକାଇ ଦିଅନ୍ତୁ । ବନ୍ଧୁଗଣ ଲବଙ୍ଗ ମଧ୍ୟ ଆମ ରୋଗପ୍ରତିଷେଧକ ଶକ୍ତିକୁ ବଢାଇବାରେ ବହୁତ ଲାଭଦାୟକ ହୋଇଥାଏ ।
ଏହାପରେ ଆପଣ ୨ଟି ଗୁଜୁରାତିକୁ ଛିଣ୍ଡାଇ ପକାଇ ଦିଅନ୍ତୁ ଓ ୪ଟି ଗୋଟା କଳା ମରୀଚ ପକାଇ ଦିଅନ୍ତୁ । ହେଲେ ବନ୍ଧୁଗଣ ଗୋଟା କଳା ମରୀଚକୁ ଆପଣ ଗୁଣ୍ଡ କରି ଏହି ମିଶ୍ରଣରେ ପକାନ୍ତୁ । ଏହାପରେ ଆପଣ ଏକ ଖଣ୍ଡ ଗୁଡ ଏହି ମିଶ୍ରଣରେ ପକାଇ ଦିଅନ୍ତୁ । ଏହାପରେ ଆପଣ ଏଥିରେ ଦୁଇ ଇଞ୍ଚ ଅଦାକୁ ଛେଚି ପକାଇ ଦିଅନ୍ତୁ । ଏହା ସହିତ ଆପଣ ଏଥିରେ ଏକ ଚାମଚ ହଳଦୀ ମିଶାଇ ଦିଅନ୍ତୁ ।
ବନ୍ଧୁଗଣ ଶେଷରେ ଆପଣ ଏଥିରେ ୫ଟି ତୁଳସୀ ପତ୍ର ପକାଇ ଦିଅନ୍ତୁ । ଏହାପରେ ଆପଣ ଏହି ମିଶ୍ରଣକୁ ୧୫ ମିନିଟ ପର୍ଯ୍ୟନ୍ତ ଗରମ କରନ୍ତୁ ଏହାପରେ ଆପଣ ଏହାକୁ ଏକ ଛଣା ସାହାର୍ଯ୍ୟରେ ଛାଣି ଦିଅନ୍ତୁ । ବନ୍ଧୁଗଣ ଆପଣ ମାନେ ଏହି ମିଶ୍ରଣକୁ ସଖାଳ ସମୟରେ ସେବନ କରିପାରିବେ କିମ୍ବା ସନ୍ଧ୍ୟା ସମୟରେ ମଧ୍ୟ ସେବନ କରିପାରିବେ । ଯଦି ଆପଣଙ୍କୁ ଥଣ୍ଡା, କାସ ବା ଜ୍ଵର ଆଦି ସମସ୍ୟା ହୋଇଛି ତା ହେଲେ ସେହି ସମସ୍ତ ସମସ୍ୟା ସଂପୂର୍ଣ୍ଣ ଦୂର ହୋଇଯିବ ଓ ଏହା ସହିତ ଆପଣଙ୍କ ରୋଗପ୍ରତିଷେଧକ ଶକ୍ତି ବହୁତ ବଢିଯିବ ।
ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ