ଥଣ୍ଡା ପାନୀୟ ପିଇବା ଦ୍ଵାରା ଶରୀର ରେ କଣ ହୋଇଥାଏ ।

cold drink

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବସାଇଟ ରେ ସ୍ୱାଗତ, ବନ୍ଧୁଗଣ ସ୍ୱାସ୍ଥ୍ୟ ହିଁ ସମ୍ପଦ। ଯଦି ଆପଣ ନିଜ ସ୍ୱାସ୍ଥ୍ୟର ସଠିକ ଭାବରେ ଯତ୍ନ ନିଅନ୍ତି ତେବେ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଆପଣଙ୍କ ଯତ୍ନ ନେବ। ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ଏହି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ନେଇ ଆସିଛୁ । ଥଣ୍ଡା ପାନୀୟ ଯେଉଁ କମ୍ପାନୀ ର ହେଉ କି ଯେଉଁ ପ୍ରକାରର ହେଉ ଏହା ଆମର କ୍ଷତି କରିଥାଏ । କିନ୍ତୁ ଆଜିକାଲି ଥଣ୍ଡା ପାନୀୟ ପିଇବା ଏକ ଫ୍ୟାସନ ହୋଇ ଯାଇଛି । ଟିଭି ରେ ଦେଖାଯାଉଥିବା ବିଜ୍ଞାପନ ଏବଂ ଆଖ ପାଖର ପିଉଥିବା ଲୋକ ଙ୍କୁ ଦେଖି ଆମ ଭିତରେ ଏହି ଥଣ୍ଡା ପାନୀୟ କୁ ପିଇବା ର ଈଛା ଜାଗ୍ରତ ହୋଇଥାଏ। ଅଧିକାଂଶ ଲୋକ ଖରା ଦିନେ ନିଜର ଶୋଷ ମେଣ୍ଟେଇବାକୁ ଏବଂ ଶରୀର କୁ ଥଣ୍ଡା ରଖିବାପାଇଁ ଏହାକୁ ପି ଥାନ୍ତି । କିନ୍ତୁ ଏହା ଭିତରେ କାର୍ବୋନିଅମ୍, ଜଳ , ଶର୍କରା , ଫସଫେଟ ଏବଂ କୃତିମ ରଙ୍ଗ ପ୍ରଚୁର ପରିମାଣ ରେ ରହିଥାଏ। ଯାହା ଆମ ଶରୀରକୁ ଥଣ୍ଡା କରିବା ପରିବର୍ତେ ଆମ ପେଟ ରେ ଏବଂ ରକ୍ତ ରେ ଶର୍କରା ର ମାତ୍ରା କୁ ବଢାଇ ଦେଇଥାଏ ।ଏହା ବିଭିନ୍ନ ରୋଗ ର କାରଣ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ଥଣ୍ଡା ପାନୀୟ ଆମ ଶରୀର ପାଇଁ କେତେ କ୍ଷତିକାରକ ହୋଇଥାଏ ।drink

ଗୋଟେ ଥଣ୍ଡା ପାନୀୟ ବୋତଲର ରେ ୩୫ ଗ୍ରାମ ଚିନି ରହିଥାଏ ।ତେଣୁ ଗୋଟେ ଗ୍ଲାସ୍ ଏହି ପାନୀୟ କୁ ପିଇବା ଦ୍ଵାରା ଆମ ଶରୀରକୁ ୧୦ ଚାମଚ୍ ଚିନି ଯାଇଥାଏ ଏବଂ ଏହା ସୁଗାର୍ ମାତ୍ରା କୁ ବଢାଇ ଦେଇଥାଏ । ଏଥିରେ ପ୍ରଚୁର ପରିମାଣ ରେ ଫସଫୁରିକ ଏସିଡ ମିଶା ଯାଇଥାଏ । ଯାହା ଅନେକ ପ୍ରକାରର ମିଠା ପଣ କୁ ଦୂର କରିଥାଏ ।ତେଣୁ ଏହି ମିଠା ପଣ ଆମକୁ ଅନୁଭବ ହୋଇ ନଥାଏ । ହଠାତ୍ ସୁଗର ର ମାତ୍ରା ବଢ଼ିଯି ବା କାରଣରୁ ଇନ୍ସୁଲିନ ମଧ୍ୟ ବଢ଼ି ଯାଇଥାଏ।କିନ୍ତୁ ଏତେ ଗୁଡିଏ ଶୁଗାର କୁ ଆମ ଯକୃତ ଭଲ ଭାବରେ କଣ୍ଟ୍ରୋଲ କରି ପାରେ ନାହିଁ ।sugar

ଏହି ଶୁଗାର୍ ଆମ ଶରୀର ରେ ଜମାଟ ବାନ୍ଧି ଥାଏ ଯାହାକି ଆମ ପେଟ ରେ ଚର୍ବି ଜମାଇ ଥାଏ। ଯାହା ଥଣ୍ଡା ପାନୀୟ କୁ ପିବାର୍ ୪୦ ମିନିଟ ପରେ ଶରୀର ରେ ଅବ ଶୋଷଣ କରିଦିଏ। ଏହି ସମୟରେ ଆମ ଶରୀରରେ ମଧ୍ୟ ରକ୍ତ ଚାପ ବଢି ଯାଇଥାଏ । ମତିଷ୍କରେ ଡୋପମାଇନ କ୍ଷରଣ ହୋଇଥାଏ । ଯାହା ଦ୍ୱାରା ଆମକୁ ଖୁସି ଅନୁଭବ ହୁଏ । ଏଗାର ୬୦ମିନିଟ ପରେ ଫସଫରିକ ଏହାର ପ୍ରଭାବ ଦେଖେଇବା ଆରମ୍ଭ କରିଥାଏ । ଥଣ୍ଡା ପାନୀୟ ଭାବେ ଯେତିକି ପାଣି ଶରୀରକୁ ଯାଇଥାଏ ତାହା ପରିଶ୍ରା ହୋଇ ବାହାରି ଯାଏ । ଯାହା ଦ୍ୱାରା ଆମ ଅସ୍ତି , ମାଂସ ପେଶୀ ଦୁର୍ବଳ ହୋଇଯାଏ ।body

ଏହା ଦ୍ୱାରା ବହୁତ ପ୍ରକାର ରୋଗ ହୋଇଥାଏ । ସେଥିପାଇଁ ଥଣ୍ଡା ପାନୀୟ କିଣିବା ହେଉଛି ରୋଗ କିଣିବା ସହ ସମାନ । ତେଣୁ ଥଣ୍ଡା ପାନୀୟର ବେଶୀ ବ୍ୟବହାର କରନ୍ତୁ ନାହିଁ । କି ରୋଗକୁ ଡାକନ୍ତୁ ନାହିଁ । ଏହି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ଆପଣଙ୍କୁ ପସନ୍ଦ ଆସିଲେ ଏହାକୁ ସେୟାର୍ କରି ଅନ୍ୟମାନଙ୍କ ନିକଟରେ ପହଞ୍ଚାଇବାକୁ ଅନୁରୋଧ। ଅଧିକ ସୂଚନା ନିମନ୍ତେ ଆମକୁ ଲାଇକ୍ ଏବଂ ଫଲୋ ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *