ଯଦି ଆପଣ ଜଣେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଗ୍ରାହକ ଅଟନ୍ତି ତାହେଲେ ଆପଣ ସତର୍କ ହେଇ ଯାଆନ୍ତୁ। କାରଣ ଆପଣନ୍କ ପାଇଁ ଆସିଯାଇଛି ବ୍ୟାଙ୍କ ର କିଛି ନୂଆ ଅପଡେଟ। ଯଦି ଆପଣଙ୍କର ବ୍ୟାଙ୍କ ମାନଙ୍କରେ କିଛି ଖାତା ଅଛି ତାହେଲେ ଆପଣ ସତର୍କ ହେଇଯାନ୍ତୁ ନହେଲେ ଆପଣ ବହୁତ ହଇରାଣ ହେଇ ପାରନ୍ତି। ଆପଣ ମାନଙ୍କ ପାଇଁ ବ୍ୟାଙ୍କ କିଛି ନୂଆ ଅପଡେଟ ଆଣିଛି ଯାହା କି ଆପଣଙ୍କୁ ଦେଖିବା ନିହାତି ଦରକାର। ତେବେ ଏହା ବାବଦରେ ଆଜି ଆମେ ଆପଣଙ୍କ ପାଖରେ କହିବାକୁ ଯାଉଛୁ। ଏହା ନ ଜାଣିଲେ ଆପଣ ହଇରାଣ ହେବା ସହ ଆଓଅନଙ୍କର ସମସ୍ତ ପଇସା ଚାଲି ଯାଇପାରେ। ତେଣୁ ଆପଣ ଏହି ଭିଡିଓ ମାନଙ୍କୁ ନିହାତି ଭାବରେ ଦେଖନ୍ତୁ। ତେବେ ଚାଲନ୍ତୁ ଆରମ୍ଭ କରିବା।
ସାରା ଭାରତରେ ଏସବିଆଇ ବ୍ୟାଙ୍କର ପ୍ରାୟ ୪୪ କୋଟି ଗ୍ରାହକ ଅଛନ୍ତି। ସେହି ଗ୍ରାହକ ମାନଙ୍କ ପାଇଁ ଏବେ ବିପଦ ଅଛି କାରଣ ସେମାନଙ୍କ ଆକାଉଣ୍ଟ ହୁଏତ ଲୁଟି ହୋଇ ଯାଇପାରେ। ଚୀନର ହ୍ୟାକର ମାନେ ଫିଶରୀ ସେଲ ଜରିଆରେ ସେହି ଗ୍ରାହକ ମାନଙ୍କର ଆକାଉଣ୍ଟ ହ୍ୟାକ କରିବାରେ ଚେଷ୍ଟା ଚଳାଇ ଛନ୍ତି। ତେବେ ଏହା ବାବଦରେ ସତର୍କ କରିବା ପାଇଁ ବ୍ୟାଙ୍କ ସହିତ ସାଇବର ସେଲ ସତର୍କ ସୂଚନା ପ୍ରଦାନ କରିଛି। ସେହି ହ୍ୟାକର ମାନେ ପ୍ରଥମେ ଗ୍ରାହକ ଆକାଉଣ୍ଟ ତଥା ମେଲକୁ ଏକ ଇମେଲ କରୁଛନ୍ତି ଯାହା ଭିତରେ ଏକ ୱେବସାଇଟ ଅଛି।
ସେହି ୱେବସାଇଟ ଜରିଆରେ ସେମାନେ କ୍ଲିକ କରି ଆପଣଙ୍କର କେୱାଇସି ଅପଡେଟ କରିବା ପାଇଁ କହୁଛନ୍ତି। ତାହାପରେ ଆପଣ ତାହା ଉପରେ କ୍ଲିକ କରିବା ଦ୍ୱାରା ତାହା ଆପଣଙ୍କର ଆକାଉଣ୍ଟ ସବୁ ତଥ୍ୟ ମାଗିନେବା ପାଇଁ କହୁଛି। ଆପଣ ତାହା ମାଗିବା ଦ୍ୱାରା ତାହା ଆପଣଙ୍କର ସବୁ ଟଙ୍କା ତଥା ପଇସା ଆପଣଙ୍କ ଆକାଉଣ୍ଟରୁ ବାହାର କରି ଦେଉଛି। ଏହାଦ୍ୱାରା ସେମାନେ ପ୍ରାୟ କୋଟି କୋଟି ଲୋକଙ୍କୁ ଲୁଟିବାର ଇରାଦାରେ ଅଛନ୍ତି। ଏହି ଗୋଟେ ହି ଫିଶିଙ୍ଗ ମେଲ ଆପଣଙ୍କର ସବୁ ଆକାଉଣ୍ଟ ଖାଲି କରି ଦେଇପାରେ ବୋଲି ବ୍ୟାଙ୍କ ସବୁ ଗ୍ରାହକ ମାନଙ୍କୁ ସୂଚନା ପ୍ରଦାନ କରୁଛି।
ସେହି ହ୍ୟାକର ମାନେ ନିଜର ୱେବସାଇଟ ଦ୍ୱାରା ଇମେଲ ଅଥବା ସାଧାରଣ ମେସେଜ ସହାୟତାରେ ଆପଣଙ୍କୁ ଏକ ନକଲି ୱେବସାଇଟ ପଠାଉଛନ୍ତି। ତାହା ଉପରେ କ୍ଲିକ କରିବା ଦ୍ୱାରା ଏକ ନକଲି ଏସବିଆଇ ୱେବସାଇଟ ଖୋଲିଯିବ। ତାହାପରେ ତାହା ଆପଣଙ୍କୁ ଆପଣଙ୍କ କେୱାଇସି ଅପଡେଟ କରିବା ପାଇଁ କହିବ। ସେଠାରେ ଆପଣ ଖୋଲିବା ପରେ ଆପଣଙ୍କୁ କ୍ୟାପିଚା କୋଡ଼ ଦେବାକୁ ପଡିବ ଆଉ ତାହାପରେ ଆପଣ ସେଠାରେ ନିଜର ବ୍ୟାଙ୍କ ଡିଟେଲ ସବୁ ଦେଇ ତାହା ଲଗ ଇନ କରିବା ପରେ ହ୍ୟାକର ଆପଣଙ୍କର ଆକାଉଣ୍ଟ ହ୍ୟାକ କରିଦେବ ଆଉ ଆପଣଙ୍କର ସବୁ ଟଙ୍କା ବାହାର କରିନେବ।
କେବଳ ଏହା ହି ନୁହଁ ଲକ୍ଷ ଲକ୍ଷ ଟଙ୍କାର ରିବାର୍ଡ ମିଳିବ ବୋଲି ହ୍ୟାକର ମାନେ ଲୋଭ ଦେଖାଇ ଥାଆନ୍ତି ଆଉ ତାହାପରେ ବ୍ୟାଙ୍କର କ୍ଲିକ କରିବା ପରେ ତାଙ୍କ ଆକାଉଣ୍ଟରୁ ସବୁ ଟଙ୍କା ଗାୟବ ହେଇଯାଏ।