ଗୋଟେ ବ୍ୟକ୍ତି ବିନା ପାଣି ପିଇ ଏବଂ ବିନା ଖାଦ୍ୟ ଖାଇ କିଛି ଦିନ ପର୍ଯ୍ୟନ୍ତ ରହିପାରିବ କିନ୍ତୁ ବିନା ନିଶ୍ବାସ ରେ କିଛି ସେକେଣ୍ଡ ବି ମଧ୍ୟ ରହିପାରିବ ନାହିଁ । ଆମ ହୃତପିଣ୍ଡ ଗୋଟେ ଦିନ ରେ ୧ ଲକ୍ଷ ରୁ ହିଁ ଅଧିକ ଥର ଧକ୍ ଧକ ହୋଇଥାଏ ଏବଂ ଏକ ସାଧାରଣ ବ୍ୟକ୍ତି ର ଫୁସଫୁସ୍ ଗୋଟେ ଦିନ ରେ ୨୦୦୦୦ ରୁ ୩୦୦୦୦ ଥର ନିଶ୍ବାସ ନେଇଥାଏ । ଏହିପରି ଦେଖିବାକୁ ଗଲେ ଆମ ଶରୀରରେ ଆମ ହୃତପିଣ୍ଡ ଏବଂ ଫୁସଫୁସ୍ ଟିକେ ସମୟ ବି ନ ରହି ସବୁବେଳେ କାର୍ଯ୍ୟ କରିଥାନ୍ତି । ଧୁମ୍ରପାନ୍ ଏକ ଏପରି ଜିନିଷ। ଯାହା ଆମ ଶରୀରର ହୃତପିଣ୍ଡ ଏବଂ ଫୁସଫୁସ୍ ଦୁଇଟି ପାଇଁ ବହୁତ୍ ହାନିକାରକ ସାବ୍ୟସ୍ତ ହୋଇଥାଏ । ଏହାର ପ୍ରଭାବ ମଧ୍ୟ ଚର୍ମ , ଚୁଟି ଏବଂ ଦିମାଗ ଉପରେ ବହୁତ୍ ପ୍ରଭାବ ପକାଇ ଥାଏ ।
ତମାଖୁ ଏବଂ ସୁଗରେଟ ରେ ନିକୋଟିନ ରହିଥାଏ । ଏହି ନିକୋଟିଣ ର ଗୋଟେ ଖାସ୍ କଥା ଏହା କି ଏହା ଆମ ମସ୍ତିଷ୍କ ର ସହନଶୀଳତା କୁ ବଢାଇ ଥାଏ ଯେମିତିକି ଆମେ ଯଦି ପ୍ରଥମେ ଗୋଟେ ସିଗାରେଟ ଟାଣୁଥିବା ତାହେଲେ କିଛି ଦିନ ପରେ ଏହା ଆମର ସହନଶୀଳତା କୁ ଏତେ ବଢାଇ ଦେଇଥାଏ କି ଆମକୁ ଦିନ କୁ ଦିନ ଅଧିକ ସିଗାରେଟ ଟାଣିବା ପାଇଁ ଇଚ୍ଛା ହୁଏ ଏବଂ ଯେତିକି ସିଗାରେଟ ଆମେ ଆଗରୁ କେବେ ପି ପାରୁ ନାହିଁ ସେତିକି ଏବେ ଆରାମ ରେ ପି ପାରୁ । ଏହି ସିଗାରେଟ ଅଥବା ତମାଖୁ କୁ ଖାଇବା ଦ୍ବାରା ଏହାର ସିଧାସଳଖ ପ୍ରଭାବ ଆମ ହୃତପିଣ୍ଡ ଏବଂ ଆମ ଫୁସଫୁସ୍ ଉପରେ ପଡିଥାଏ ଯାହା ଫଳରେ ମଣିଷ କୁ କ୍ୟାନ୍ସର ଭଳି ରୋଗ ମଧ୍ୟ ହୋଇଥାଏ । ତେବେ ଏହି ସବୁ ଦ୍ଵାରା ଦୂଷିତ ହୋଇଥିବା ଫୁସଫୁସ୍ କୁ କିପରି ଘରୋଇ ଉପଚାର ଦ୍ଵାରା ସଫା କରିହେବ ଆସନ୍ତୁ ଜାଣିବା ।
ଏହି ଉପାୟ ଟି ପାଇଁ ଆମକୁ ଦରକାର ହେବ ଅଦା ରସ , ଡାଲଚିନି ,ମହୁ, ଲେମ୍ବୁ ରସ, ନାଲି ରଙ୍ଗର ଲଙ୍କା ପାଉଡର । ପ୍ରଥମେ ଆପଣ ଗୋଟେ ଗ୍ଲାସ ପାଣି କୁ ଗରମ କରି ସେଥିରେ ଅଧା ଚାମଚ୍ ଲଙ୍କା ଗୁଣ୍ଡ, ଅଧା ଚାମଚ୍ ଡାଲଚିନି ପାଉଡର , ଗୋଟେ ଚାମଚ ଅଧା ରସ ,ଗୋଟେ ଚାମଚ ଲେମ୍ବୁ ରସ ଏବଂ ଦୁଇ ଚାମଚ୍ ମହୁ ପକାଇ ତାହାକୁ ଭଲ ଭାବରେ ଗୋଳାଇ ପାନୀୟ ପ୍ରସ୍ତୁତ କରି ଦିଅନ୍ତୁ। ପ୍ରତିଦିନ ଶୋଇବା ଆଗରୁ ଏହାକୁ ପିଲେ ଆପଣଙ୍କ ଫୁସଫୁସ୍ କେବଳ କିଛି ଦିନ ମଧ୍ୟରେ ସଫା ହୋଇଯିବ ।