ସାଥୀଆ ସିରିଏଲ ର କୋକିଲା ବେନ ଙ୍କୁ ନେଇ ଆସିଲା ବଡ଼ ଦୁଃଖ ଖବର,କଳାକାରଙ୍କ ମଧ୍ୟରେ ଦୁଃଖର ଲହରୀ

koo

ନମସ୍କାର ବନ୍ଧୁଗଣ ଆପଣଙ୍କୁ ଆମ ୱେବପୋର୍ଟାଲରେ ସ୍ୱାଗତ। ବନ୍ଧୁଗଣ,ବର୍ତ୍ତମାନ ସାଥିୟା ସିରିଏଲ କୋକିଳା ବେନ କୁ ନେଇ ଆସୁଛି ବଡ଼ ଖବର। ହିନ୍ଦୀ ସିରିଏଲ ଜଗତରେ ଦୁଃଖର ଲହରୀ।

ହସ୍ପିଟାଲରେ ଭର୍ତ୍ତି ହେଲେ ‘ସାଥ୍ ନିଭାନା ସାଥିୟା’ ର ଫେମ୍‌ କଳାକାର କୋକିଲା ବେନ। ଟେଲି ଚକ୍କର ରିପୋର୍ଟ  ଅନୁସାରେ ସୋରେ କୋକିଲା ମୋଦି ଭୂମିକାରେ ଅଭିନୟ କରୁଥିବା ଲୋକପ୍ରିୟ ଅଭିନେତ୍ରୀ ରୂପଲ ପଟେଲଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ପ୍ରକୃତ କାରଣ କଣ ରହିଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ।

ରୂପଲ ପଟେଲ ହସ୍ପିଟାଲରେ ଭର୍ତ୍ତି ହେବା ଖବର ବିସ୍ତାର ହେବା ପରୁଠୁ ଫ୍ୟାନ୍ସ ଶୀଘ୍ର ଆରୋଗ୍ୟ  ପାଇଁ ପ୍ରାର୍ଥନା କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ କି ରୂପଲଙ୍କୁ ହସ୍ପିଟାଲରେ କାହିଁକି ଭର୍ତ୍ତି କରାଯାଇଛି।

kok

ତାଙ୍କ ସ୍ବାମୀ ଏହି ଖବର ସମ୍ପର୍କରେ ସୂଚନା ଦେଇଛନ୍ତି।ଏହାପରେ ସମସ୍ତେ ଦୁଃଖରେ ଭାଙ୍ଗି ପଡିଛନ୍ତି।ଅନେକ ତାଙ୍କର ଆରୋଗ୍ୟ କାମନା କରିଛନ୍ତି। ସେ କହିଛନ୍ତି ଯେ, ରୂପଲ ବର୍ତ୍ତମାନ ସୁସ୍ଥ ଅଛନ୍ତି। ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ।

ରୂପଲଙ୍କ ବିଷୟରେ କହିବା ତ, ଅଭିନେତ୍ରୀ ‘ସାଥ୍ ନିଭାନା ସାଥିୟା’ରେ ଶାଶୂ ଭୂମିକାରେ ଅଭିନୟ କରୁଥିଲେ। ତାଙ୍କ ପର୍ସନାଲିଟି ଉପରେ ଏହି ଭୂମିକା ବହୁତ ସୁଟ୍‌ କରୁଥିଲା। ଶୋ ମଧ୍ୟ ବହୁତ ଫେମସ ହୋଇଥିଲା।

kokila

କିଛି ମାସ ପୂର୍ବରୁ ଏହି ସୋ ସହିତ ଜଡ଼ିତ ରୂପଲଙ୍କ ଏକ ଭିଡ଼ିଓ ଭାଇରାଲ ହୋଇଥିଲା। ଏହି ଭିଡ଼ିଓରେ ସେ ତାଙ୍କ ବୋହୂ ଗୋପୀଙ୍କୁ ଗାଳି ଦେଉଛନ୍ତି। ଭିଡ଼ିଓକୁ କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତି ଇରାନୀ  ମଧ୍ୟ ନିଜ ଇନ୍‌ଷ୍ଟାରେ ସେୟାର କରିଥିଲେ।

ତେବେ ବନ୍ଧୁମାନେ ଆପଣଙ୍କ ପାଇଁ ଆମେ ଏମିତି ଜରୁରୀ ଖବର ପ୍ରତିଦିନ ନେଇ ଆସିଥାଉ। ଏଭଳି ଅଧିକ ଖବର ପାଇଁ ଆମ ପେଜ୍ କୁ ତଳେ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *