ବର୍ତ୍ତମାନ ଦୁନିଆ ରେ ନିଜ ସୁଖ ସୁବିଧା କୁ ଅଖିଆ ଆଗରେ ଆଗରେ ରଖି ବହୁତ୍ ପ୍ରକାରର ନୂଆ ନୂଆ ଜିନିଷ ବାହାର କରାଯାଉଛି ଯାହା ଦ୍ଵାରା କି ଆମର ଜୀବନ ଶୈଳୀ ଆହୁରି ସହଜ ହେଇଯାଉଛି । କିନ୍ତୁ ଏପରି ବହୁତ୍ ଜିନିଷ ଅଛି ଯାହାକୁ ପ୍ରସ୍ତୁତି କରିବା ସମୟରେ ବହୁତ୍ ପ୍ରକାରର ରାସାୟନିକ ପଦାର୍ଥ ର ମଧ୍ୟ ବ୍ୟବହାର କରାଯାଇଥାଏ ଏବଂ ଏହି ସବୁ ଜିନିଷ ରେ ଏହି ରାସାୟନିକ ପଦାର୍ଥ ର ବହୁତ୍ ଉପଯୋଗ ହୋଇଥିବା କାରଣରୁ ଏହି ଜିନିଷ ଟି ଆମ ଶରୀର ପ୍ରତି ହାନିକାରକ ସାବ୍ୟସ୍ତ ହୋଇଥାଏ । କିନ୍ତୁ ଚିନ୍ତାର ବିଷୟ ଏହି କି ଆଜିକାଲି ବହୁତ୍ ଲୋକ ମାନେ ଏହା ବିଷୟରେ ନ ଜାଣି ଏହାର ବହୁଳ ବ୍ୟବହାର କରିବାରେ ଲାଗିପଡିଛନ୍ତି । ଯେଉଁ ଜିନିଷ ସବୁ ପ୍ରାକୃତିକ ନୁହେଁ ଯାହା ରାସାୟନିକ ପଦାର୍ଥ ହୋଇଥାଏ ଯଦି ସେଇଟା ଆମ ଶରୀର ମଧ୍ୟରେ କୌଣସି ଉପାୟରେ ପ୍ରବେଶ କରିଦିଏ ତାହେଲେ ଆମକୁ ଛୋଟ ରୁ ବଡ ପର୍ଯ୍ୟନ୍ତ ବହୁତ୍ ପ୍ରକାରର ରୋଗ ହୋଇଥାଏ । ବର୍ତମାନ ଏହି ସବୁ ଜିନିଷ ର ଏତେ ଅଧିକ ବ୍ୟବହାର ହେଉଛି ଯେ ହୁଏତ ଏହା ଗୋଟେ ଥର ବ୍ୟବହାର ରେ ଆମ ଶରୀରକୁ ହାନି ପହଞ୍ଚାଇ ନଥାଏ କିନ୍ତୁ ସମୟ ଅନୁସାରେ ଏହା ଧୀରେ ଧୀରେ ଆମ ଶରୀର ମଧ୍ୟରେ ବହୁତ୍ ପ୍ରକାରର ରୋଗ ମାନ ସୃଷ୍ଟି କରିଥାଏ ।ଯାହା ଫଳରେ ଗୋଟେ ଦିନ ଆମ ଶରୀର ରେ ଏହା ଏକ ଭୟଙ୍କର ରୋଗ ର କାରଣ ହୋଇଥାଏ । ଆସନ୍ତୁ ଜାଣିବା ସେହି ପରି କିଛି ଜିନିଷ ଯାହାର ବହୁଳ ବ୍ୟବହାର କରିବା ଦ୍ଵାରା ଭୟାନକ ରୋଗ ମାନ ସୃଷ୍ଟି ହେଉଛି ।
ପ୍ରଥମରେ ଆସୁଛି ଷ୍ଟାଇରୁଫୋମ। ଏହି ଜିନିଷ ରୁ ବହୁତ୍ ପ୍ରକାରର କପ୍ ଏବଂ ପ୍ଲେଟ ମାନ ସବୁ ତିଆରି ହୋଇଥାଏ । ଯାହାର ବ୍ୟବହାର ଦିନକୁ ଦିନକୁ ବହୁତ୍ ବଢିବାରେ ଲାଗିଛି । ସାଧାରଣତଃ ଏହାକୁ ଚା ଏବଂ କଫି ପିଇବାକୁ ତିଆରି ହୋଇଥିବା କପ୍ ଏବଂ ପ୍ଲେଟ ପାଇଁ ବ୍ୟବହାର କରାଯାଏ ।
ଦ୍ୱିତୀୟ ରେ ଆସୁଛି ଧୂପକାଠୀ । ଏହି ଧୁପକଠୀ ର ବ୍ୟବହାର କରି ଲୋକ ମାନେ ଭଗବାନ ଙ୍କୁ ପୂଜା କରି ଥାନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହି ଧୂପକଠୀ ତୁ ବାହାରିଥିବା ଧୂଆଁ ସିଗାରେଟ ଧୂଆଁ ଠୁ ବି ଅଧିକ ଭୟଙ୍କର ହୋଇଥାଏ ।
ତୃତୀୟ ରେ ହେଉଛି ମସାଧୂପ ତଥା ମାସ ମାନଙ୍କୁ ମରିବା ପାଇଁ ବ୍ୟବହରକାର କରାଯାଉଥିବା ବିଭିନ୍ନ ଜିନିଷ । ଏହି ଜିନିଷ ର ପ୍ରଭାବ କେବଳ ମଶା ମାନଙ୍କ ଉପରେ ନୁହେଁ ସମସ୍ତଙ୍କ ଉପରେ ରହିଥାଏ ।ଏହି ବହୁତ୍ ହାନି କାରକ ହୋଇଥାଏ ।
ଏହି ସବୁ ଜିନିଷର ବହୁଳ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ଶରୀର ଧୀରେ ଧୀରେ ଖରାପ ହେବାକୁ ଲାଗିଥାଏ ଯାହାକି ଆପଣଙ୍କୁ ଜଣା ନଥାଏ ତାର ପଛରେ ଥିବା ଏହି ସବୁ ଜିନିଷ ।ସେଥିପାଇଁ ଏହି ସବୁ ର ବ୍ୟବହାର ଯେତେ ପାରିବେ କମ ବ୍ୟବହାର କରିବେ ଆପଣଙ୍କ ପାଇଁ ସେତେ ଉତ୍ତମ ହେବ ।