ଅନ୍ୟ ପୁରୁଷଙ୍କ ସହ ରାତି କାଟୁଥିଲା ସ୍ତ୍ରୀ – ସ୍ୱାମୀ ଜାଣିଲା ପରେ ଜାହା କଲା…

anya

ବେଳେ ବେଳେ କିଛି କଥା ଅନେକ ସମ୍ପର୍କରେ ଫାଟ ସୃଷ୍ଟି କରି ପାରେ  । ପ୍ରେମ ସମ୍ପର୍କ ବି କେଇ ଦିନରେ ଖରାପ ସମ୍ପର୍କରେ ପରିଣତ ହୋଇପାରେ । ଏହି ନିକଟରେ ଏମିତି କିଛି ଘଟଣା ଘଟିଛି , ଯାହା ଆପଣଙ୍କ ମୁଣ୍ଡ ଘୁରେଇ ଦବ ।

ଉଭୟ ପ୍ରେମ ବିବାହ କରିଥିଲେ ଓ ପାଞ୍ଚ ବର୍ଷର ହସଖୁସିର ଦାମ୍ପତ୍ୟ ଜୀବନ ଭିତରେ ସେମାନଙ୍କ କୋଳକୁ ଏକ ପୁତ୍ର ସନ୍ତାନ ମଧ୍ୟ ଆସିଥିଲା। କିନ୍ତୁ ଭିତରେ ଭିତରେ ପତ୍ନୀ ପଡ଼ୋଶୀ ଯୁବକର ପ୍ରେମରେ ପଥଭ୍ରଷ୍ଟ ହୋଇ ସ୍ବାମୀକୁ ଧୋକ୍କା ଦେଲେ। ମାମଲା ଥାନାକୁ ଯିବା ପରେ ପୁଲିସ ପୁଣି ଜୋର୍ କରି ନିରୀହ ସ୍ବାମୀ ହାତରେ ଧୋକ୍କାବାଜ୍‌ ସ୍ତ୍ରୀକୁ ଛନ୍ଦିଦେଲେ।

ଶେଷରେ ଲୋକଲଜ୍ଜାକୁ ଡରି ଯୁବକଜଣକ ବିଷ ପିଇଦେଲେ। ମୃତ ଯୁବକ ହେଲେ, ସ୍ଥାନୀୟ ବାରିଲୋ ଗାଁର କୃଷ୍ଣଚନ୍ଦ୍ର ଭୋଇଙ୍କ ପୁଅ ପ୍ରଶାନ୍ତ(୨୫)। ଏହି ଅଭାବନୀୟ ଘଟଣାକୁ ନେଇ ଲୋକଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ଓ ରବିବାର ଦିନ ଲୋକେ ଥାନା ସମ୍ମୁଖରେ ମୃତଦେହ ରଖି ଧାରଣା ଦେଇଥିଲେ।

ଧୋକ୍କାବ‌ାଜ୍ ସ୍ତ୍ରୀ ଓ ତାଙ୍କ ପ୍ରେମିକ ହେମନ୍ତ ଭୋଇ ଓରଫ୍ ହାପିକୁ ଗିରଫ କରିବାକୁ ଦାବି କରିଥିଲେ। ଏମିତିକି ପ୍ରଶାନ୍ତକୁ ଧମକାଇଥିବା ମହିଳା ପୁଲିସ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ବିବାହିତା ମହିଳାଙ୍କୁ ପ୍ରେମ କରି ଏକ ପରିବାର ଉଜାଡ଼ି ଦେଇଥିବା ଅଭିଯୋଗରେ ପୁଲିସ ଶେଷରେ ହାପିକୁ ଗିରଫ କରିବା ପରେ ଲୋକେ ଧାରଣାରୁ ହଟିଥିଲେ।

ପ୍ରଶାନ୍ତ ଜଣେ ଦିନ ମଜୁରିଆ ଅଟନ୍ତି। ପ୍ରାୟତଃ ସେ ରାତିରେ କାମ କରିବାକୁ ବାହାରକୁ ଯାଆନ୍ତି। ତେଣୁ ଏହି ମଉକାରେ ତାଙ୍କ ସ୍ତ୍ରୀ ଓ ହାପି ପରସ୍ପର ମିଳାମିଶା କରନ୍ତି। ଏନେଇ ଲୋକଙ୍କ ଭିତରେ ଟୁପୁରୁଟାପୁରୁ ଚାଲିଥିଲେ ବି ପ୍ରଶାନ୍ତ ନିଜ ସ୍ତ୍ରୀ ସନ୍ଧ୍ୟାକୁ ଅବିଶ୍ବାସ କରିପାରୁ ନଥିଲେ। ଗତ ଶୁକ୍ରବାର ରାତିରେ ଉଭୟ ଏକାଠି ଥିବା ବେଳେ ସାହିଲୋକେ ବାହାରୁ କବାଟ କିଳି ଦେଇଥିଲେ। ଖବର ପାଇ ପ୍ରଶାନ୍ତ କାମରୁ ଫେରି ଆସିଥିଲେ।

ପାଟିତୁଣ୍ଡ ବଢ଼ିବାରୁ ମାମଲା ବାଲିପାଟଣା ଥାନ‌ାରେ ପହଞ୍ଚିଥିଲା। ଏଏସ୍‌ଆଇ ପୁଷ୍ପଲତା ପାଇକରାୟ ଭଦ୍ରଲୋକଙ୍କ ସହାୟତାରେ ଘଟଣାର ଆପୋସ ସମାଧାନ କରାଇଥିଲେ। କିନ୍ତୁ ପ୍ରଶାନ୍ତ ଆଉ ତାଙ୍କ ସ୍ତ୍ରୀକୁ ଗ୍ରହଣ କରିବାକୁ ରାଜି ହୋଇନଥିଲେ। ଏଥିରେ ଏଏସ୍‌ଆଇ ଶ୍ରୀମତୀ ପାଇକରାୟ ଉତ୍‌କ୍ଷିପ୍ତ ହୋଇ ସ୍ତ୍ରୀକୁ ସାଙ୍ଗରେ ନନେଲେ ପାଲଟା ମାମଲାରେ ଛନ୍ଦି ଦେ‌ବେ ବୋଲି ପ୍ରଶାନ୍ତଙ୍କୁ ଧମକ ଦେଇଥିଲେ।

ତେଣୁ ବାଧ୍ୟ ହୋଇ ପ୍ରଶାନ୍ତ ସ୍ତ୍ରୀକୁ ଧରି ଘରକୁ ଫେରିଲେ ସିନା, ଘରେ ପହଞ୍ଚିବା ପରେ ସମସ୍ତଙ୍କ ଅଜାଣତରେ ବିଷ ପିଇଦେଲେ। ଏହା ପରେ ସେ ବାଳକାଟିରେ ବଡ଼ଭାଇଙ୍କ ପାଖରେ ଛାଡ଼ିଥିବା ପୁଅକୁ ଦେଖା କରିବାକୁ ଯାଇଥିଲେ। ସେଠାରେ ସେ ବଡ଼ଭାଇଙ୍କ ଘରଦୁଆରେ ଟଳି ପଡ଼ିଥିଲେ। ତାଙ୍କୁ କଟକ ବଡ଼ ମେଡିକାଲ ନେଇଥିଲେ। କିନ୍ତୁ ଶନିବାର ରାତି ପ୍ରାୟ ୧୦ଟାରେ ତାଙ୍କ ମୃତ୍ୟୁ ହୋଇଥିଲା।

Leave a Reply

Your email address will not be published. Required fields are marked *