ଲକଡାଉନରେ ଭଣଜା ପ୍ରେମରେ ପାଗେଳୀ ହେଲେ ମଇଁ – ମନ୍ଦିରରେ ଏମିତି କାମ କରୁ କରୁ ଧରା ପଡିଲେ, ଆଉ ତା ପରେ

Main-M

କୁହାଯାଏ ପ୍ରେମ ଶାସ୍ୱତ ଓ ଚିରନ୍ତନ । ଏହି ପ୍ରମ ମାନେନା କିି ବନ୍ଧ ବାଡ । କେତେବେଳେ ଏହା ବୟସର ବାଡ ଡେଇଁଯାଏ ତ କେତେବେଳେ ଏହା ଧନି ଗରିବର ପ୍ରଭେଦ ଦେଖେନି । ସେଥିପାଇଁ ବୋଧେ କୁହାଯାଏ ପ୍ରେମ ଅନ୍ଧ । ଏମିତି କହିବାର ମୁଳା ଅର୍ଥ ହେଉଛି ପ୍ରେମ ଅନ୍ଧ ବୋଲି ପୁଣି ପ୍ରମାଣ କରିଛନ୍ତି ଜଣେ ଭଣଜା ଓ ମାଇଁ ।

ପ୍ରେମ ଅନ୍ଧ ଏବଂ ପ୍ରେମରେ ପଡିଥିବା ବ୍ୟକ୍ତି ସମ୍ପର୍କ କିମ୍ବା ସମାଜ ବିଷୟରେ ଚିନ୍ତା କରେ ନାହିଁ | ବିହାରର ଜାମୁଇରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବିବାହିତା ମହିଳା ନିଜ ଭଣଜାଙ୍କୁ ପ୍ରେମ କରି ତାଙ୍କୁ ବିବାହ କରିଛନ୍ତି ।

ବର୍ତ୍ତମାନ ଏହି ବିବାହର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ଯେ ଭଣଜା ଜଣକ ତାଙ୍କ ମାଇଁଙ୍କ ମଥାରେ ସିନ୍ଦୂର ଦେଉଛନ୍ତି | ଏହା ପରେ ମାଇଁ ଭଣଜାଙ୍କ ପାଦ ଛୁଇଁ ଆଶୀର୍ବାଦ ଲୋଡିଛନ୍ତି।

ସୂଚନା ଥାଉ କି ଯେ ଜାମୁଇ ଜିଲ୍ଲାର ରତନପୁରର ବାସିନ୍ଦା ୨୨ ବର୍ଷୀୟ ଚନ୍ଦନ କୁମାର ମୁମ୍ବାଇରେ ଅଟୋ ଚଳାନ୍ତି ଏବଂ ତାଙ୍କ ମାମୁଁ ମଧ୍ୟ ସେଠାରେ ରହୁଥିଲେ। ମୁମ୍ବାଇରେ ଲକଡାଉନ ହେବା ପରେ ଉଭୟ ମାମୁଁ-ଭଣଜା ନିଜ ଘରକୁ ଫେରିଥିଲେ | ଆଉ କିଛି ଦିନ ପୂର୍ବେ ଭଣଜା ନିଜ ଘରୁ ଆସି ମାମୁଁ ଘରେ ରହିବାକୁ ଲାଗିଲେ। ତେବେ ଏଥିରେ ଉଭୟ ଭଣଜା ଓ ମାଇଁ ପରସ୍ପରର ପ୍ରେମରେ ପଡ଼ିଥିଲେ |

bhana

ଆଉ ୧୦ ଦିନ ତଳେ ମାମୁଁଙ୍କୁ କୌଣସି କାମରେ ମୁମ୍ବାଇ ଯିବାକୁ ପଡିଲା | ଆଉ ମୁମ୍ବାଇରୁ ଫେରିବା ପରେ ଉଭୟ ଭଣଜା ଓ ମାଇଁ ଫେରାର ହୋଇଯାଇଥିଲେ | ଉଭୟ ମୁମ୍ବାଇ ଯାଇ ସେଠାରେ ବିବାହ କରିଥିବାବେଳେ ନିଜର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ | ଏବେ ମାମୁଁ ଉଭୟଙ୍କ ନାମରେ ପୁଲିସରେ ଅଭିଯୋଗ କରିଛନ୍ତି |

ହେଲେ ସୁଚନା ମୁତାବକ ବିବାହ ପରେ ଭଣଜା ଓ ମାଇଁ କୌଣସି ହୋଟେଲରେ ରହିଥିବା ସୁଚନା ମିଳିଥିବା ବେଳେ , ଉଭୟଙ୍କ ପୋଲିସ ଖୋଜିବାରେ ଲାଗିଛି । ତେବେ ଏପରି ପ୍ରେମକୁ ଆପଣ କଣ ଆଖ୍ୟା ଦେବେ ସେହି ବିଷୟରେ ଜଣାନ୍ତୁ । ଆପଣ ଯଦି ସେହି ଭଣଜା ଓ ମାଇଁଙ୍କ ଭିଡିଓ ଦେଖିବାକୁ ଚାହାଁନ୍ତି , ତେବେ ଗୋଟିଏ ଲାଇକ କରି ଉପରେ ଫଲୋ କଲେ ଏହା ପର ପୋଷ୍ଟରେ ଆପଣ ତାହା ଦେଖି ପାରିବେ ।

Leave a Reply

Your email address will not be published. Required fields are marked *