ଯଦି ଆପଣଙ୍କର ଶରୀରରେ ଏହିସବୁ ଲକ୍ଷଣ ମାନ ଦେଖାଯାଉଛି ତାହେଲେ ଯାଇ ନିଜର କଲେ ଷ୍ଟିରୋଲ ଚେକ୍ କରାନ୍ତୁ ।

nn

ଉଚ୍ଚ ରକ୍ତଚାପ କଲେ ଷ୍ଟିରୋଲ ଏକ ଏପରି ସମସ୍ୟା ଯାହାକି ବର୍ତ୍ତମାନ ପୁରା ବିଶ୍ୱକୁ ପ୍ରଭାବିତ କରି ରଖିଛି । ମଣିଷ ମାନଙ୍କ ନିକଟରେ ଏହି ରୋଗ ଦିନକୁ ଦିନ ବହୁତ୍ ଦେଖିବାକୁ ମିଳୁଛି । ବହୁତ୍ ଲୋକ ନିଜ ଶରୀରରେ କଲେ ଷ୍ଟିରୋଲ ର ମାତ୍ରା ଅଧିକ ହେବା ପରେ ମଧ୍ୟ ଜାଣିପାରି ନଥାନ୍ତି ଏବଂ ସେହି କାରଣରୁ ଦେଖାଯାଉଥିବା ବିଭିନ୍ନ ପ୍ରକାରର ସମସ୍ୟା ମାନ କୁ ଅଣ ଦେଖା କରିଥାନ୍ତି । ଏମିତି ବି ହୋଇପାରେ ଆପଣଙ୍କ ଶରୀରରେ ମଧ୍ୟ ଏହି କଲେ ଷ୍ଟିରୋଲ ର ସ୍ତର ଅଧିକ ରହିଥିବ ଏବଂ ଆପଣଙ୍କୁ ଏହା ଜଣା ନଥିବ । କଲେ ଷ୍ଟିରୋଲ ର ମାତ୍ରା ବଢ଼ିଛି କି ନାହିଁ ଆମେ ଘରେ ରହି କିପରି ଜାଣି ପାରିବା ।kalistan

କଲେ ଷ୍ଟିରୋଲ ଏକ ହଳଦିଆ ରଙ୍ଗର ଚିକ୍କଣ ପଦାର୍ଥ । ଏହି କଲେ ଷ୍ଟିରୋଲ ଆମ ଶରୀରରେ ରକ୍ତ ପରି ଦରକାରୀ ହୋଇଥାଏ । ଏହା ଆମ ଯକୃତ ରୁ ବାଇଲ ଏସିଡ ପ୍ରସ୍ତୁତ କରିଥାଏ ଯାହା ଦ୍ଵାରା ଖାଦ୍ୟ ହଜମ ହୋଇଥାଏ କିନ୍ତୁ ଏହି କଲେ ଷ୍ଟିରୋଲ ର ମାତ୍ରା ଅଧିକ ହୋଇଗଲେ ଆମ ଶରୀରରେ ସମସ୍ୟା ଦେଖା ଦେଇଥାଏ । ଏହା ପାଇଁ ମଧ୍ୟ ଶରୀରରେ ସେକ୍ସ୍ ହରମନ୍ ତିଆରି ହୋଇଥାଏ । ଏହା ଆମ ଶରୀର ପାଇଁ ଅତି ଆବଶ୍ୟକ ହୋଇଥାଏ । ୧୭ ପ୍ରତିଶତ କଲେ ଷ୍ଟିରୋଲ ଯକୃତ ଦ୍ଵାରା ପ୍ରସ୍ତୁତ ହୋଇଥାଏ ଏବଂ ଆଉ ୩୦ ପ୍ରତିଶତ ଆମକୁ ଖାଦ୍ୟ ରୁ ମିଳିଥାଏ । ଯଦି ଆପଣଙ୍କ ପରିବାରରେ କିମ୍ବା ଆପଣଙ୍କ ବନ୍ଧୁ ମାନଙ୍କ ଥରେ ଯଦି ଏହି ସବୁ ଲକ୍ଷଣ ମାନ ଦେଖିବାକୁ ମିଳିଛି ତାହେଲେ ସେମାନଙ୍କୁ କୁହନ୍ତୁ ଯଥା ଶୀଘ୍ର ଯାଇ ନିଜର କଲେ ଷ୍ଟିରୋଲ ଚେକ୍ କରିବେ। ତେବେ ଆସନ୍ତୁ ଜାଣିବା କଣ କଣ ଲକ୍ଷଣ ସବୁ ଦେଖାଯାଏ ।hart

କଲେ ଷ୍ଟିରୋଲ ହେଲେ ଆମ ଶରୀରରେ ରକ୍ତ ର ପ୍ରବାହ ଧୀରେ ଧୀରେ କମିବା କୁ ଲାଗିଥାଏ ସାଧାରଣତଃ ଅଧିକାଂଶ ଏହା ର ପ୍ରଭାବ ଆମ ଗୋଡ଼ ଉପରେ ରହିଥାଏ ।ଯେମିତିକି ବସିଥିବା ବେଳେ ଆମ ଗୋଡ଼ ଝିମ୍ ଝିମ୍ ହୋଇଯିବା ଏବଂ ପିମ୍ପୁଡ଼ି କାମୁଡିବା ପରି ଲାଗିଥାଏ। ଆପଣଙ୍କ ହାତ ଗୋଡ଼ ଯଦି ଅଧିକ ଥଣ୍ଡା ରହୁଛି ତାହେଲେ ଏହା ମଧ୍ୟ ତାହାର ଏକ ପ୍ରଭାବ ହୋଇପାରେ କାହିକିଁ ନା ଶରୀରରେ ରକ୍ତ ର ଅଭାବ ହେଲେ ଆମ ଶରୀର ଥଣ୍ଡା ହୋଇଯାଏ । କଲେ ଷ୍ଟିରୋଲ ର ମାତ୍ରା ଅଧିକ ବଢିବା ଦ୍ଵାରା ଆମ ଶରୀର ରେ ଖାଦ୍ୟର ଠିକ୍ ହଜମ ହୁଏନି ସେଥିପାଇଁ ଆମ ଶରୀରରେ ପୋଷକ ପଦାର୍ଥର ଅଭାବ ହୋଇଥାଏ । ଟିକେ ପରିଶ୍ରମ କରୁ କରୁ ଦେହରେ ଝାଳ ବାହାରିବା ଏବଂ ଟିକେ ଟିକେ କାମ ରେ ଦେହ କ୍ଳାନ୍ତ ହୋଇଯିବା ଏହି ସବୁ ମଧ୍ୟ ଏହି ରୋଗର ଲକ୍ଷଣ ।

Leave a Reply

Your email address will not be published. Required fields are marked *